ପୋଖରୀରେ ବୁଡ଼ି ଦୁଇ ଶିଶୁ ମୃତ

ମୟୂରଭଞ୍ଜ : ପୋଖରୀରେ ବୁଡ଼ି ଦୁଇ ଶିଶୁଙ୍କ ଚାଲିଗଲା ଜୀବନ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲା ମହୁଲଡିହା ଥାନା ଅନ୍ତର୍ଗତ କଦଳିବାଡି ଗାଁରେ । ମୃତ ଶିଶୁ ଦ୍ୱୟ ୩ ବର୍ଷ ବୟସ ହୋଇଥିବା ଜଣାପଡିଛି ।
ସୂଚନା ଯେ, ଗତ ରବିବାର ଅପରାହ୍ନ ସମୟରେ ଉଭୟ ଘର ପାଖରେ ଖେଳୁଥିଲେ। କିଛି ସମୟ ପରେ ଘର ଲୋକ ସେମାନଙ୍କୁ ଦେଖିବାକୁ ନ ପାଇବାରୁ ବହୁ ଖୋଜା ଖୋଜି କରିଥିଲେ । ସନ୍ଧ୍ୟା ସମୟରେ ଉଭୟଙ୍କ ମୃତଦେହ ଗାଁ ପୋଖରୀରେ ଭାସୁଥିବା ଗ୍ରାମବାସୀ ଦେଖିଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇ ତଦନ୍ତ ଜାରି ରଖିଛି ।