ଖେଳ ହେଲା କାଳ : ବ୍ୟାଟେରୀ ଫାଟି ଦୁଇ ନାବାଳକ ଭାଇ ଗୁରୁତର, ହସ୍ପିଟାଲରେ ଭର୍ତ୍ତି
ନୀଳଗିରି : ଖେଳ ହେଲା କାଳ । ଓଜନ କଣ୍ଟା ବେଟେରୀ ରେ ଖେଳୁଥିବା ବେଳେ ବେଟେରୀ ଫାଟି ବିସ୍ଫୋରଣ । ଏଥିରେ ୨ ନାବାଳକ ଭାଇ ଗୁରୁତର ହୋଇଛନ୍ତି। ଉଭୟ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଚିକିତ୍ସା ଜାରି ରହିଛି । ଏଭଳି ଏକ ଅଭାବନୀୟ ଘଟଣା ବାଲେଶ୍ୱର ଜିଲା ନୀଳଗିରି ଧୋବଶିଳା ଗାଁରେ ଘଟିଛି ।
ଧୋବଶିଳା ଗାଁରେ ୨ ନାବାଳକ ଭାଇ ଶୁକ୍ରବାର ସନ୍ଧ୍ୟାରେ ବ୍ୟାଟେରୀ ଧରି ଖେଳୁଥିଲେ। ତେବେ ଏକ ଧାନକଣ୍ଟାରୁ ବାହାରିଥିବା ବ୍ୟାଟେରିକୁ ତାର ଦେଇ ବିଦ୍ୟୁତରେ ସଂଯୋଗ କରୁଥିଲେ। ଫଳରେ ବ୍ୟାଟେରୀଟି ଫାଟି ଯାଇଥିଲା। ଉଭୟ ଭାଇଙ୍କ ମୁହଁ ଓ ଶରୀରରେ ଗଭୀର ଆଘାତ ଲାଗିଥିଲା। ପରେ ଦୁଇ ଭାଇଙ୍କୁ ଚିକିତ୍ସା ପାଇଁ ନୀଳଗିରି ହସ୍ପିଟାଲ ଆଣାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ବଡ ଭାଇର ଅବସ୍ଥା ସଂକଟାପନ୍ନ ହେବାରୁ ତାକୁ କଟକ ବଡ ମେଡ଼ିକାଲକୁ ସ୍ଥାନାନ୍ତରିତ କରିଛନ୍ତି।
ସୂଚନା ଯେ, ଉଭୟ ନାବାଳକ ଧୋବାଶିଳା ପଞ୍ଚାୟତ ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତା ପ୍ରଦୀପ ସ (ବାସୁ ଭାଇ)ଙ୍କ ୧୨ ବର୍ଷର ପୁଅ ଓ ୧୩ ବର୍ଷର ପୁତୁରା ବୋଲି ଜଣାପଡିଛି । ଏନେଇ ଖବର ପାଇ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ତାଙ୍କ ବ୍ୟକ୍ତିଗତ ସହ ଚନ୍ଦ୍ରବିନ୍ଦୁ ଦାସଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ଶ୍ରୀ ଦାସ ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଡାକ୍ତରଙ୍କ ସହ ପରାମର୍ଶ କରିବା ସହ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ଜାଣି ସାଂସଦଙ୍କୁ ଜଣାଇଥିଲେ l