ପଶ୍ଚିମବଙ୍ଗ ନିର୍ବାଚନ ଜିତିବା ପରେ ଇସ୍ତଫା ଦେଲେ ଦୁଇ ବିଜେପି ବିଧାୟକ
କଲିକତା : ପଶ୍ଚିମ ବଙ୍ଗର ବିଜେପି ସାଂସଦ ଜଗନ୍ନାଥ ସରକାର ଏବଂ ନିଶିଥ ପ୍ରମାଣିକ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ସାଂସଦ ଥାଇ ମଧ୍ୟ ସେମାନଙ୍କୁ ଭାରତୀୟ ଜନତା ପାର୍ଟି ତାଙ୍କୁ ବିଧାୟକ ପଦ ପାଇଁ ପ୍ରାର୍ଥୀ କରିଥିଲା ।
ସୂଚନା ଯେ, ପଶ୍ଚିମ ବଙ୍ଗର ନଦିୟା ଜିଲ୍ଲାର ଶାନ୍ତିପୁରରୁ ଜଗନ୍ନାଥ ସରକାର ଜିତିଥିଲେ । ସେହିପରି ଦିନହଟାରୁ ନିଶିଥ ପ୍ରମାଣିକ ଜିତିଥିଲେ । ଦୁଇଜଣଙ୍କୁ ଛଅମାସ ମଧ୍ୟରେ ସାଂସଦ ବା ବିଧାୟକ ଯେକୌଣସି ଗୋଟିଏ ପଦ ଛାଡ଼ିବାର ଥିଲା । ଯେହେତୁ ବିଧାୟକ ହେବାପରେ ଦୁହେଁ ଶପଥ ନେଇନଥିଲେ ତେଣୁ ଏହି ପଦ ଛାଡ଼ିପାରିଲେ । ସେହିକ୍ରମରେ ଦୁହେଁ ଗୁରୁବାର ବିଧାନସଭା ଯାଇ ଅଧ୍ୟକ୍ଷ ବିମାନ ବନାର୍ଜୀଙ୍କୁ ନିଜର ଇସ୍ତଫା ଦେଇଥିଲେ । ଏହାଦ୍ୱାରା ରାଜ୍ୟ ବିଧାନସଭାରେ ବିଜେପି ବିଧାୟକଙ୍କ ସଂଖ୍ୟା କମି ୭୭ରୁ ୭୫ ହୋଇଛି । ଏହି ଦୁଇଜଣଙ୍କ ବିଧାନସଭା ମଣ୍ଡଳୀରେ ଉପନିର୍ବାଚନ ହେବ । କେନ୍ଦ୍ରୀୟ ନେତୃତ୍ୱର ନିର୍ଦ୍ଦେଶାନୁସାରେ ଦୁହେଁ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି ବୋଲି ବିଜେପି ପକ୍ଷରୁ ସୂଚନା ମିଳିଛି ।