୧୨ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ : ବଡ଼କାଳିଆ ଏଫ୍ସି ଦଳ ଚମ୍ପିଆନ
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ତେଲିପାଳ ଠାରେ “ସାନ୍ତାଳ ବ୍ରଦର୍ସ ସ୍ପୋଟିଂ କ୍ଳବ୍’ ଆନୁକୁଲ୍ୟରେ ୧୨ଦିନ ଧରି ଚାଲିଥିବା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ପହିଲି ରଜ ଅବସରରେ ଶୁକ୍ରବାର ଧୁମଧାମରେ ସମ୍ପନ୍ନ ହୋଇଯାଇଛି ।
ଗତ ଜୁନ ୩ତାରିଖରେ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ୮ଗୋଟି ଦଳ ଭାଗନେଇ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରିଥିଲେ । ଏହି ଖେଳକୁ କ୍ଳବ୍ ସଭାପତି ଅକ୍ଷୟ ହେମ୍ବ୍ରମ୍, ସମ୍ପାଦକ ସୂର୍ଯାନନ୍ଦ ମାଝୀ ଓ କ୍ଲବର ଅନ୍ୟ ସଦସ୍ୟଙ୍କ ସହଯୋଗରେ ଆୟୋଜିତ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଉଦ୍ଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ୍ ନଟାପଡ଼ା ଏଫ୍ସି ଓ ବଡ଼କାଳିଆ ଏଫ୍ସି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟୁର୍ଣ୍ଣାମେଣ୍ଟରେ ବଡ଼କାଳିଆ ଏଫ୍ସି ଦଳ ଚମ୍ପିଆନ ହୋଇଥିବା ବେଳେ ନଟାପଡା ଏଫ୍ସି ଦଳ ଉପ-ବିଜେତା ହୋଇଥିଲା ।
ଉଦ୍ଯାପନୀ ମ୍ୟାଚରେ ମୁଖ୍ୟଅତିଥି ଭାବେ ନୀଳଗିରି ବ୍ଲକ୍ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ ଓ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ମଦନ ମୋହନ ମାଝୀ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ଉଭୟ ଟିମ୍ର ଖେଳାଳି ମାନଙ୍କ ସହିତ କରମର୍ଦ୍ଦନ ପୂର୍ବକ ଖେଳ ଶୁଭାରମ୍ଭ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ତେଲିପାଳ ସରପଞ୍ଚ ବାହାମଣି ମାର୍ଣ୍ଡି, ପୂର୍ବତନ ସରପଞ୍ଚ ସେରାଲ୍ ବାସ୍କେ, ସମାଜସେବୀ ଭୀମ ମୁର୍ମୁ, ୯ନଂ ୱାର୍ଡ଼ ସଭ୍ୟ ବ୍ରଜକିଶୋର ମାଝୀ, ରଘୁନାଥ ମାଝୀ ଉପସ୍ଥିତ ଥିଲେ । ଅତିଥିମାନଙ୍କ ଦ୍ୱାରା ଉଭୟ ଦଳକୁ ପୁରସ୍କୃତ କରାଯାଇଥିବା ବେଳେ ହଜାର ହଜାର ଦର୍ଶକ ଉକ୍ତ ଟୁର୍ଣ୍ଣାମେଣ୍ଟକୁ ଉପଭୋଗ କରିଥିଲେ ।