କନ୍ଦ ଚାଷ ଉପରେ ଆଦିବାସୀ ଉପ ଯୋଜନା ଶୁଭାରମ୍ଭ
ବାଲେଶ୍ୱର : ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧିନସ୍ଥ ମହିଷାପଟ୍ଟା ଗ୍ରାମ ପଞ୍ଚାୟତର ସଠିଲୋବଲବଲିଆ ରାଜସ୍ୱ ଗ୍ରାମର ଶାଳବଣୀ ଠାରେ ବଣ ଧୂଳିର ଫୁଲ ଟ୍ରଷ୍ଟର ଅଧ୍ୟକ୍ଷ ବିଜୟ କୁମାର ଆଚାର୍ଯ୍ୟ ଓ ଭାରତ ସରକାରଙ୍କ ଭାରତୀୟ କୃଷି ଗବେଷଣା ପରିଷଦର କେନ୍ଦ୍ରୀୟ କନ୍ଦ ଗବେଷଣା କେନ୍ଦ୍ରର ଭୂବନେଶ୍ୱର ସ୍ଥିତ ଆଞ୍ଚଳିକ କେନ୍ଦ୍ରର ପ୍ରମୁଖ ତଥା ପ୍ରମୁଖ ବୈଜ୍ଞାନିକ ଡ. ଏମ୍. ନେନ୍ଦୁଚେଝିୟାନ ଏବଂ ସ୍ଥାନୀୟ ଆଦିବାସୀ ଚାଷୀ ମାନଙ୍କ ସମ୍ମିଳିତ ଉଦ୍ୟମରେ କନ୍ଦ ଚାଷ ଉପରେ କେନ୍ଦ୍ର ସରକାରଙ୍କ ଆଦିବାସୀ ଉପ ଯୋଜନା ଶୁଭାରମ୍ଭ ହୋଇଯାଇଛି ।
ପ୍ରକାଶ ଥାଉକି ଗତ କରୋନା କାଳରେ ଉପରୋକ୍ତ କେନ୍ଦ୍ରୀୟ କନ୍ଦ ଗବେଷଣା କେନ୍ଦ୍ର ତରଫରୁ ବଣ ଧୂଳିର ଫୁଲ ମାଧ୍ୟମରେ ଶତାଧିକ ଆଦିବାସୀ ଚାଷୀମାନଙ୍କୁ ନମୁନା ପରୀକ୍ଷଣ ଓ ଆଗ୍ରହ ସୃଷ୍ଟି କରାଇବା ନିମନ୍ତେ ବିଭିନ୍ନ କିସମର ଅଧିକ ଅମଳକ୍ଷମ କନ୍ଦମୂଳ, ଓଲୁଅ, ଖମ୍ବ ଆଳୁ, କାସାଭା (ଶାଗୁ) ପ୍ରଭୃତି କନ୍ଦ ଜାତୀୟ ଫସଲ ନିମନ୍ତେ ରୋପଣ ସାମଗ୍ରୀ ପ୍ରଦାନ କରାଯାଇଥିଲା । ଏହି କୃଷି ପରୀକ୍ଷଣରେ ଆଦିବାସୀ ମାନଙ୍କ ମଧ୍ୟରେ ଆଗ୍ରହ ଓ ବଣ ଧୂଳିର ଫୁଲର ସୁପାରିଶ କୁ ଆଧାର କରି ନୀଳଗିରି ଅଞ୍ଚଳର ସଠିଲୋବଲବଲିଆ ଗ୍ରାମର ଆଖପାଖ ଗ୍ରାମ ଗୁଡିକରେ କେନ୍ଦ୍ର ସରକାରଙ୍କ ଆଦିବାସୀ ଉପ ଯୋଜନା ମାଧ୍ୟମରେ ବିଭିନ୍ନ କିସମର ଅଧିକ ଅମଳକ୍ଷମ କନ୍ଦମୂଳ, ଓଲୁଅ, ଖମ୍ବ ଆଳୁ, ସାରୁ, ପାଳୁଅ, କାସାଭା (ଶାଗୁ) ପ୍ରଭୃତି କନ୍ଦ ଜାତୀୟ ଫସଲ ଓ ଏହାର ପ୍ରକ୍ରିୟା କରଣ, ବଜାର କାରବାର ସୃଷ୍ଟି ଓ କ୍ରମ ବର୍ଦ୍ଧନ ଦ୍ୱାରା ୨୫୦ ଜଣ ଆଦିବାସୀ ଚାଷୀ ପରିବାରଙ୍କ ଆର୍ôଥକ ଉନ୍ନତି ନିମନ୍ତେ ଏହି ପ୍ରକଳ୍ପ ଆରମ୍ଭ କରାଯାଇଛି ବୋଲି କେନ୍ଦ୍ରୀୟ କନ୍ଦ ଗବେଷଣା କେନ୍ଦ୍ରର ପ୍ରମୁଖ ଡ. ନେନ୍ଦୁଚେଝିୟାନ ପ୍ରକାଶ କରିଛନ୍ତି । ଏହି ଯୋଜନାର ଶୁଭାରମ୍ଭ ସମୟରେ ଉପସ୍ଥିତ ଆଦିବାସୀ ମହିଳା ଓ ପୁରୁଷ ଚାଷୀମାନଙ୍କୁ କନ୍ଦ ଚାଷ ସମ୍ବନ୍ଧରେ ବୈଜ୍ଞାନୀକ ଓ ବୈଷୟିକ ପରାମର୍ଶ ଦିଆଯିବା ସହିତ ବିଭିନ୍ନ କିସମର ଅଧିକ ଅମଳକ୍ଷମ କନ୍ଦମୂଳ, ଓଲୁଅ, ଖମ୍ବ ଆଳୁ, ସାରୁ, ପାଳୁଅ, କାସାଭା (ଶାଗୁ) ପ୍ରଭୃତି କନ୍ଦ ଜାତୀୟ ଫସଲ ରୋପଣ ସାମଗ୍ରୀ ପ୍ରଦାନ କରାଯାଇଛି । ଏହି କନ୍ଦ ଚାଷ ଶୁଭାରମ୍ଭ କାର୍ଯ୍ୟକ୍ରମକୁ ବଣ ଧୂଳିର ଫୁଲର ଅଧ୍ୟକ୍ଷ ବିଜୟ କୁମାର ଆଚାର୍ଯ୍ୟ, ପ୍ରମୁଖ କାର୍ଯ୍ୟ ନିର୍ବାହୀ ଟ୍ରଷ୍ଟି ବାଇଧର ସିଂ, ସଦସ୍ୟା ଓ ସଦସ୍ୟ ନିରମଣୀ ସିଂ, ସାବିତ୍ରୀ ସିଂ, ହାଡିବନ୍ଧୁ ସିଂ, ଗଜେନ୍ଦ୍ର ସିଂ ଅନେକ ଆଦିବାସୀ ନୃତ୍ୟ ମଣ୍ଡଳୀର ଶିଳ୍ପୀ ଓ ଏହି ଅଞ୍ଚଳର ଆଦିବାସୀ ଚାଷୀମାନେ ସହଯୋଗ କରିଛନ୍ତି ।