ବସ୍କୁ ଧକ୍କା ଦେଲା ଟ୍ରକ୍ : ଜଣେ ଗୁରୁତର, ୪ ଆହତ
କେନ୍ଦ୍ରାପଡା : କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କଟକ-ଚାନ୍ଦବାଲି ରାସ୍ତାର ଜମଧର ଛକରେ ଏକ ଘରୋଇ ବସ୍ କୁ ଟ୍ରକ୍ ଧକ୍କା ଦେଇଛି । ଦୁର୍ଘଟଣାରେ ୪ ଜଣ ଆହତ ହୋଇଥିବା ବେଳେ ଜଣେ ଯାତ୍ରୀ ଗୁରୁତର ହୋଇଛନ୍ତି ।
ସୂଚନାଯୋଗ୍ୟ ଯେ, ‘ନାୟକ’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ଭଦ୍ରକରୁ ଭୁବନେଶ୍ବର ଯାଉଥିବା ବେଳେ ଜମଧର ଛକରେ ପଛପଟୁ ଆସୁଥିବା ଏକ ଟ୍ରକ୍ ଭାରସାମ୍ୟ ହରାଇ ବସକୁ ଧକ୍କା ଦେଇଥିଲା । ବସ୍ ପଛ ସିଟ୍ରେ ବସିଥିବା ୫ଜଣ ଯାତ୍ରୀ ଆହତ ହୋଇଥିଲେ । ଆହତମାନଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।