ମାଲାୟାଲମ ନିର୍ମାତାଙ୍କୁ ବିବାହ କରିବେ ତ୍ରିଶା କୃଷ୍ଣନ୍, ସୋସିଆଲ ମିଡିଆରେ ସନସେସନ

ମୁମ୍ଵାଇ : ଲାଇମ୍ ଲାଇଟରେ ଅଛନ୍ତି ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ସୁନ୍ଦରୀ ତଥା ଦକ୍ଷ ଅଭିନେତ୍ରୀ ତ୍ରିଶା କୃଷ୍ଣନ୍।ଅଭିନେତ୍ରୀଙ୍କ ଚର୍ଚ୍ଚାରେ ରହିବାର କାରଣ କୌଣସି ଚଳଚ୍ଚିତ୍ର ନୁହେଁ ବରଂ ତାଙ୍କ ବିବାହ ଖବର ନେଇ । ତ୍ରିଶା ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ସୋସିଆଲ ମିଡିଆରେ ତାଙ୍କ ବିବାହକୁ ନେଇ ଏକ ସନସେସନ ରହିଛି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦକ୍ଷିଣର ସୁନ୍ଦର ତ୍ରିଶା କୃଷ୍ଣନ ମାଲାୟାଲମ ନିର୍ମାତାଙ୍କୁ ବିବାହ କରିବାକୁ ଯାଉଛନ୍ତି। ତେବେ ଏପର୍ଯ୍ୟନ୍ତ ଅଭିନେତ୍ରୀଙ୍କ ଭବିଷ୍ୟତ ସାଥୀଙ୍କ ନାମ ପ୍ରକାଶ କରାଯାଇ ନାହିଁ। ହେଲେ ତାଙ୍କ ବିବାହ ତାରିଖ ନିଶ୍ଚିତ ହୋଇନାହିଁ। କିନ୍ତୁ ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ଅଭିନେତ୍ରୀ ଖୁବ ଶୀଘ୍ର ଅଫିସିଅଲ ଘୋଷଣା କରିପାରନ୍ତି।
କିନ୍ତୁ ଅନେକ ସାକ୍ଷାତକାରରେ ତ୍ରିଶା ତାଙ୍କ ବିବାହ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି। ଅଭିନେତ୍ରୀ କହିଥିଲେ ଯେ ସେ ନିଜ ଇଚ୍ଛା ଏବଂ ସୁଖ ପାଇଁ ସିଙ୍ଗଲ ଅଟନ୍ତି। ବର୍ତ୍ତମାନ ସେ ବିବାହ ବିଷୟରେ ଚିନ୍ତା କରି ନାହାଁନ୍ତି। କିଛି ସମୟ ପୂର୍ବରୁ ଅଭିନେତ୍ରୀ କହିଥିଲେ ଯେ ଯେତେବେଳେ ତାଙ୍କ ବିବାହ ହେବ ସେତେବେଳେ ଏହା ଜଣାପଡିବ । ଏଥିପାଇଁ କୌଣସି ସେ ତତ୍ପର ନୁହଁନ୍ତି । ତ୍ରିଶା କୃଷ୍ଣନ୍ ୨୦୧୫ ମସିହାରେ ବ୍ୟବସାୟୀ ବରୁଣ ମାନିୟନଙ୍କ ସହ ନିର୍ବନ୍ଧ ହୋଇଥିଲା। କିନ୍ତୁ ପାରସ୍ପରିକ ବିବାଦ ହେତୁ ତିନିମାସ ପରେ ଏହା ଭାଙ୍ଗି ଯାଇଥିଲା ।