ତୃଣମୂଳ ଆଦିବାସୀ ବିରୋଧି ପାର୍ଟି : ଭାଜପା
ରାଷ୍ଟ୍ରପତିଙ୍କ ଉପରେ ଆପତିଜନକ ମନ୍ତବ୍ୟ ଦେଇ ଚାରିଆଡ଼ୁ ଚାପରେ ମମତାଙ୍କ ମନ୍ତ୍ରୀ
କଲିକତା : ପଶ୍ଚିମବଙ୍ଗର କାରାଗାର ମନ୍ତ୍ରୀ ଅଖିଲ ଗିରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଆପତିଜନକ ମନ୍ତବ୍ୟ ଦେଇଛନ୍ତି । ତାଙ୍କର ଏକ ଭିଡ଼ିଓ ଭାଇରାଲ ହୋଇଛି, ଯେଉଁଥିରେ ସେ ରାଷ୍ଟ୍ରପତିଙ୍କ ଚେହେରା ବିଷୟରେ ଅପମାନଜନକ ମନ୍ତବ୍ୟ ଦେଇଛନ୍ତି । ସେଠାରେ ଉପସ୍ଥିତ ଥିôା ଶତାଧିକ ତୃଣମୂଳ କର୍ମଚାରୀ ଏବଂ ନେତାମାନେ ତାଙ୍କ ଅଶାଳୀନ ମନ୍ତବ୍ୟ ଉପରେ କରତାଳି ଦେଇଥିବାର ନଜର ଆସିଛି ।
ମିଳିଥିବା ସୂଚନା ଅନୁଯାୟୀ, ଗିରି ଗୁରୁବାର ଦିନ ପୂର୍ବ ମେଦିନପୁର ନନ୍ଦିଗ୍ରାମରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିଥିବା ବେଳେ ଏହି ମନ୍ତବ୍ୟ ଦେଇଛନ୍ତି । ଭାରତୀୟ ଜନତା ପାର୍ଟିର ବେଙ୍ଗଲ ୟୁନିଟ ଏହାର ଅଫିସିଆଲ ଟ୍ୱିଟର ଆକାଉଂଟରେ ବିଳମ୍ବିତ ରାତିରେ ଏହି ଭିଡ଼ିଓ ସେୟାର କରିଛି । ଏଥିରେ ଅଖିଳ ଗିରି କହୁଛନ୍ତି, ଶୁଭେନ୍ଦୁ ଅଧିକାରୀ କୁହନ୍ତି ଯେ, ମୁଁ ଦେଖିବାକୁ ସୁନ୍ଦର ନୁହେଁ । ଆମେ ରାଷ୍ଟ୍ରପତି ପଦକୁ ସମ୍ମାନ ଦେଉଛୁ କିନ୍ତୁ ଆପଣ କେବେ ଆପଣଙ୍କ ରାଷ୍ଟ୍ରପତିଙ୍କ ଚେହେରା ଦେଖିଛନ୍ତି କି ?