ବିନା ଟିକେଟରେ କରୁଛନ୍ତି କି ରେଳ ଯାତ୍ରା? ହୋଇଯାଆନ୍ତୁ ସାବଧାନ,ଏପ୍ରିଲ ୧ରୁ ଅନଲାଇନରେ ଦେବେ ଜରିମାନା
ନୂଆଦିଲ୍ଲୀ : ବିନା ଟିକେଟରେ କରୁଛନ୍ତି କି ରେଳ ଯାତ୍ରା। ତେବେ ହୋଇଯାଆନ୍ତୁ ସାବଧାନ। ଆସନ୍ତା ଏପ୍ରିଲ ୧ରୁ ବିନା ଟିକେଟରେ ରେଳ ଯାତ୍ରା କଲେ ରେଳ ବିଭାଗ ଗ୍ରହଣ କରିଛି ଏଭଳି ପଦକ୍ଷେପ। ଆସନ୍ତୁ ଜାଣିବା …….
ବେଳେ ବେଳେ ଅନେକ ଯାତ୍ରୀ ବିନା ଟିକେଟରେ ରେଳରେ ଯାତ୍ରା କରିଥାଆନ୍ତି । ଟିଟିଇ କି ରେଳ ସୁରକ୍ଷା କର୍ମୀଙ୍କ ଦ୍ୱାରା ଧରା ପଡିଲେ ଅନେକ ଜରିମାନା ଦେଇଥାଆନ୍ତି । ବେଳେ ବେଳେ ଲୋକମାନେ କୌଣସି ବ୍ୟସ୍ତତା କିମ୍ବା ଅନ୍ୟ କାରଣରୁ ଟିକେଟ କରିପାରି ନଥାନ୍ତି । ଏବେ ରେଳ ବିଭାଗ ପକ୍ଷରୁ ଅନ୍ଲାଇନ୍ ବ୍ୟବସ୍ଥା କରାଯାଉଛି । ଯଦି ଯାତ୍ରୀ ବିନା ଟିକେଟ୍ରେ ଯାତ୍ରା କରୁଥାଆନ୍ତି ତେବେ ତାଙ୍କ ଠାରୁ କ୍ୟୁଆର୍ କୋଡ୍ରେ ଜରିମାନା ଆଦାୟ କରାଯିବ । ଯାତ୍ରା କରିବା ସମୟରେ ବିନା ଟିକେଟରେ ଧରା ପଡିଲେ ନଗଦ ଟଙ୍କା ନଥିଲେ ଅନ୍ଲାଇନ୍ ଜରିମାନା ଦେବେ । ଏଥିପାଇଁ ରେଳ ବିଭାଗ ତାଙ୍କ କର୍ମଚାରୀମାନଙ୍କୁ ଟର୍ମିନାଲ ମେସିନ୍ ପ୍ରଦାନ କରିବ । ଏଥିପାଇଁ ଯାତ୍ରୀଙ୍କୁ ନିଜ ମୋବାଇଲ୍ରେ କ୍ୟୁଆର୍ କୋଡ୍ ସ୍କାନ କରି ଜରିମାନା ଦେବା ପାଇଁ ପଡିବ ।
ରେଳ ବିଭାଗ ପକ୍ଷରୁ କୁହାଯାଇଛି ବିଭାଗର ଅନ୍ଲାଇନ୍ ପେମେଣ୍ଟ ଯୋଗୁଁ ବିଭିନ୍ନ ପ୍ରକାରର ଦୁର୍ନୀତିକୁ ରୋକାଯାଇ ପାରିବ । ଜରିମାନା ଦେଉଥିୂବା ଯାତ୍ରୀମାନେ ମଧ୍ୟ ସହଜରେ ଜୋରିମାନା ଦେଇ ପାରିବେ ।