ଜାମ୍ମୁ-ଶ୍ରୀନଗର ଏବଂ ଶ୍ରୀନଗର-ଲେହ ରାଜପଥରେ ଯାତାୟତ ଆରମ୍ଭ

ଶ୍ରୀନଗର : ଗୋଟିଏ ଦିନ ବନ୍ଦ ରହିବା ପରେ ଶନିବାର ଦିନ ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ଏବଂ ଶ୍ରୀନଗର-ଲେହ ରାଜପଥ ଟ୍ରାଫିକ୍ ପାଇଁ ପୁଣି ଖୋଲି ଦିଆ ଯାଇଛି । ସାପ୍ତାହିକ ମରାମତି ହେତୁ ଶୁକ୍ରବାର ଦିନ ଉଭୟ ରାଜପଥରେ କୌଣସି ଗାଡ଼ି ଅନୁମତି ଦିଆଯାଇନଥିଲା ।
ସରକାରୀ ସୂତ୍ରରୁ ପ୍ରକାଶ ଯେ, ଶନିବାର ଦିନ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଛୋଟ ଯାତ୍ରୀବାହୀ ଯାନକୁ ଉଭୟ ପାଶ୍ୱର୍ରେ ଯିବାକୁ ଅନୁମତି ଦିଆଯାଇଥିବା ବେଳେ କେବଳ ଜମ୍ମୁ ପାଶ୍ୱର୍ରେ ଭାରୀ ମୋଟର ଯାନକୁ ଅନୁମତି ଦିଆଯାଇଛି । ଏହି ଯାନଗୁଡ଼ିକ ଛାଡ଼ିବା ପରେ ସୁରକ୍ଷା ବାହିନୀର ଯାନ ଗୁଡ଼ିକୁ ଯାତ୍ରା କରିବାକୁ ଅନୁମତି ଦିଆଯିବ । ପରେ ସୈନ୍ୟବାହିନୀକୁ ଶ୍ରୀନଗରରୁ ଜାମ୍ମୁ ଯିବାକୁ ଅନୁମତି ଦିଆଯାଇପାରେ । ଶ୍ରୀନଗର-ଲେହ ରାଜପଥରେ ଶନିବାର ଉଭୟ ପାଶ୍ୱର୍ରେ ଯାତାୟତ ପାଇଁ ଅନୁମତି ଦିଆଯାଇଥିଲା । ଲଦାଖର କାରଗିଲରୁ ସକାଳ ୬ଟାରୁ ୧୧ ଟା ପର୍ଯ୍ୟନ୍ତ ଅନୁମତି ଦିଆଯାଇଥିବା ବେଳେ କେନ୍ଦ୍ରୀୟ କାଶ୍ମୀରର ସୋନମାର୍ଗରୁ ଲଦାଖ ପର୍ଯ୍ୟନ୍ତ ଯାନବାହାନ ଚାଳାଚଳ କରିବ ।