ପାରମ୍ପରିକ ରୀତିନୀତିରେ ବିବାହ କଲେ ବିକ୍ରାନ୍ତ-ଶୀତଲ
ମୁମ୍ବାଇ: ଗର୍ଲଫ୍ରେଣ୍ଡ ଶୀତଲ ଠାକୁରଙ୍କ ସହିତ ବିବାହ ବନ୍ଧନରେ ବାନ୍ଧିହେଲେ ଅଭିନେତା ବିକ୍ରାନ୍ତ ମେସି । ଦୁହେଁ ପାରମ୍ପରିକ ରୀତିନୀତିରେ ବିବାହ କରିଛନ୍ତି । ତେବେ ଗତକାଲି ସକାଳେ ବିକ୍ରାନ୍ତ ଏବଂ ଶୀତଲଙ୍କ ହଳଦୀ ଉତ୍ସବର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ସମାରୋହରେ ବିକ୍ରାନ୍ତଙ୍କୁ ଏକ ଧଳା କୁର୍ତ୍ତା-ପାଇଜାମାରେ ଦେଖିବାକୁ ମିଳିଥିଲା । ଶୀତଲ ଏକ ସୁନ୍ଦର ହଳଦିଆ ଲେହେଙ୍ଗା ପିନ୍ଧିଥିଲେ । ଯେଉଁ ଥିରେ ଦୁହେଁ ଖୁସିରେ ନାଚୁଥିବାର ଦେଖିବାକୁ ମିଳିଛି
ଆପଣଙ୍କ ଜାଣିବା ପାଇଁ କହିଦେଉଛୁଯେ, ବିକ୍ରାନ୍ତ ଓ ଶୀତଲଙ୍କ ପୂର୍ବରୁ ବିବାହ ସରିଛି । ପୂର୍ବରୁ ସେମାନେ ରେଜିଷ୍ଟାର ମ୍ୟାରେଜ କରିଥିଲେ । ଭାଲେଣ୍ଟାଇନ ଡେ’ରେ ସେମାନେ ଲୁଚିଛପି ବିବାହ କରିଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏବେ ବିକ୍ରାନ୍ତ ପୂରା ରୀତୀନୀତି ଅନୁସାରେ ତାଙ୍କର ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ଶୀତଲଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ୬ବର୍ଷ ଧରି ଡେଟିଂ ପରେ ସେମାନେ ୨୦୧୯ରେ ନିର୍ବନ୍ଧ କରିଥିଲେ ।