ଭାରତର ଏଜୁକେଶନ ୱାର୍ଲ୍ଡ ଜାତୀୟ ପତ୍ରିକାରେ ସ୍ଥାନ ପାଇଲା ଓଡ଼ିଶାର ଶ୍ରେଷ୍ଠ ୧୦ ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ
ନୂଆଦିଲ୍ଲୀ : ନୂଆଦିଲ୍ଲୀ ସ୍ଥିତ ଭାରତ ର ଜାତୀୟ ପତ୍ରିକା ଏଜୁକେଶନ ୱାର୍ଲ୍ଡ ଦ୍ୱାରା ଭାରତ ର ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କ ମଧ୍ୟରେ ୨୦୨୨-୨୩ ଶିକ୍ଷାଗତ ବର୍ଷ ପାଇଁ ଏକ ସର୍ଭେ କରାଯାଇଥିଲା । ସେଥିରେ ଶିକ୍ଷାନୁଷ୍ଠାନ ଗୁଡିକ ର ଗୁଣାତ୍ମକ ଶିକ୍ଷାଦାନ, ଶିକ୍ଷା ବ୍ୟବସ୍ଥା ରେ ବୈଷୟିକ ଜ୍ଞାନ କୌଶଳ ର ପ୍ରୟୋଗ, ଗବେଷଣାତ୍ମକ ଭିତ୍ତିଭୂମି, ଛାତ୍ର ଛାତ୍ରୀ ମାନଙ୍କ ରାଜ୍ୟ,ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ବିବିଧ କୃତିତ୍ୱ, ବୃତ୍ତି ଭିତ୍ତିକ ଓ ନୈତିକ ଶିକ୍ଷାର ପ୍ରସାର, ସମାଜ ସେବା ଓ ନିଯୁକ୍ତି କ୍ଷେତ୍ରରେ ଯୋଗଦାନ ଇତ୍ୟାଦି ବିଷୟକୁ ଗୁରୁତ୍ୱ ଆରୋପ କରଯାଇଥିଲା । ଏଥିରେ ଓଡ଼ିଶା ର ୩୦ ଗୋଟି ଜିଲ୍ଲାର ବିଭିନ୍ନ ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଗୁଡିକ ମଧ୍ୟରୁ ଶ୍ରେଷ୍ଠ ୧୦ ଗୋଟି ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟର ତାଲିକା ପ୍ରକାଶିତ ହୋଇଅଛି ।
ଏହି ତାଲିକାରେ କଟକ ଜିଲାର ଶୈଳବାଳା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପ୍ରଥମ, ପୁରୀ ଜିଲାର ସାମନ୍ତ ଚନ୍ଦ୍ର ଶେଖର ସ୍ୱୟଂ ଶାସିତ ମହାବିଦ୍ୟାଳୟ ଦ୍ୱିତୀୟ, ଢେଙ୍କାନାଳ ଜିଲାର ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ତୃତୀୟ, ବାଲେଶ୍ୱର ଜିଲାର ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଚତୁର୍ଥ, ପୁରୀ ଜିଲାର ନିମାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପଞ୍ଚମ, ଭୁବନେଶ୍ୱର ର ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟ ଓ ବ୍ରହ୍ମପୁରର ଏସବିଆରଜି ସ୍ୱୟଂ ଶାସିତ ମହାବିଦ୍ୟାଳୟ ଷଷ୍ଠ, କଳାହାଣ୍ଡି ଜିଲାର ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ଭବାନୀପାଟଣା ସପ୍ତମ, ମୟୂରଭଞ୍ଜ ଜିଲାର ଏମପିସି ସ୍ୱୟଂ ଶାସିତ ମହାବିଦ୍ୟାଳୟ, ବାରିପଦା ଅଷ୍ଟମ, କେଉଁଝର ଜିଲାର ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟ ନବମ ଓ ରାଉରକେଲା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଦଶମ ସ୍ଥାନ ରେ ସ୍ଥାନ ପାଇଛନ୍ତି । ସେଥିପାଇଁ ସ୍ଥାନିତ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଗୁଡ଼ିକରେ ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।