ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଟୋକିଓ ଅଲିମ୍ପିକ୍ସ ଉଦଯାପିତ
- ଭାରତ ପକ୍ଷରୁ ଜାତୀୟ ପତାକା ଧରିଲେ ବଜରଙ୍ଗ ପୁନିଆ
ଟୋକିଓ : ସମାପ୍ତ ହେଲା ଟୋକିଓ ଅଲିମ୍ପିକ୍ସ। ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସାଙ୍ଗକୁ ସମସ୍ତ ଦେଶର ଖେଳାଳିଙ୍କ ଉପସ୍ଥିତିରେ ଜାପାନର ରାଜଧାନୀ ଟୋକିଓରେ ଆୟୋଜିତ ବିଶ୍ଵର କ୍ରୀଡା ମହାକୁମ୍ଭ ଅଲିମ୍ପିକ୍ସ ସମାପ୍ତ ହୋଇଛି । ଉଦଯାପନୀ ସମାରୋହରେ ୧୦ ଭାରତୀୟ ଆଥଲେଟ୍ ଓ ଅଧିକାରୀ ଅଂଶଗ୍ରହଣ କରିଛନ୍ତି। ଉଦଘାଟନୀ ସମାରୋହରେ ଖେଳାଳି ଯେଉଁଠି ପାରମ୍ପରିକ ପୋଷାକ ପରିଧାନ କରିଥିଲେ, ସେଠି ଉଦଘାପନୀ ସମାରୋହରେ ଟ୍ରାକ୍ ସୁଟ୍ ପିନ୍ଧିଥିବା ଦେଖିବାକୁ ମିଳିଛି। ଭାରତ ପକ୍ଷରୁ ରେସଲର ବଜରଙ୍ଗ ପୁନିଆ ତ୍ରିରଙ୍ଗା ପତାକା ଧରି ଭାରତୀୟ ଦଳର ନେତୃତ୍ଵ ନେଇଛନ୍ତି। ଟୋକିଓରେ ଅଲିମ୍ପିକ୍ସ ପତାକାକୁ ପ୍ୟାରିସର ମେୟର ଏନି ହିଡ଼ଲଗୋଙ୍କ ହାତରେ ଦିଆଯାଇଛି | ଏଥିରେ ସମୁଦାୟ ୧୧ ହଜାର ୯୦ ଜଣ ଖେଳାଳି ସାମିଲ ହୋଇଥିଲେ । ଭିନ୍ନ ଭିନ୍ନ କ୍ରୀଡ଼ାରେ ୩୪୦ଟି ସ୍ବର୍ଣ୍ଣ, ୩୩୮ଟି ରୌପ୍ୟ ଓ ୪୦୨ଟି ବ୍ରୋଞ୍ଜ ପଦକ ଖେଳାଳିଙ୍କୁ ଦିଆଯାଇଛି । ଆଉ ଭାରତ ପାଇଁ ଟୋକିଓ ଅଲିମ୍ପିକ୍ସ ସର୍ବଶ୍ରେଷ୍ଠ ସଫଳତା ଆଣିଦେଇଥିଲା । ଭାରତ ଏହି ଅଲିମ୍ପିକ୍ସରେ ୭ ଟି ପଦକ ସହ ୪୮ତମ ସ୍ଥାନ ହାସଲ କରିଛି, ଯାହା ଅଲିମ୍ପିକ ଇତିହାସରେ ଏହାର ସର୍ବୋତ୍ତମ ପ୍ରଦର୍ଶନ ଥିଲା । ଏହାପୂର୍ବରୁ ଭାରତରୁ ଜାଭେଲିନ୍ ଥ୍ରୋରେ ନୀରଜ ଚୋପ୍ରା ସ୍ୱର୍ଣ୍ଣ, ଭାରୋତ୍ତୋଳନକାରୀ ମିରାବାଇ ଚାନୁ ଏବଂ ରେସଲର ରବି କୁମାର ଦହିଆ ରୌପ୍ୟ ଜିତିଛନ୍ତି । ସେହିପରି ସଟଲର ପିଭି ସିନ୍ଧୁ, ରେସଲର ବଜରଙ୍ଗ ପୁନିଆ, ଲଭଲିନା ବୋର୍ଗୋହେନ ଏବଂ ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ଜିତିଛନ୍ତି । ଗତ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଭାରତ ମୋଟ ୬ଟି ପଦକ ଜିତିଥିଲା ।
ଉଦଯାପନୀ ସମାରୋହ ଏକ ଭିଡିଓ ସହ ଆରମ୍ଭ ହୋଇଥିଲା। ଏଥିରେ ୧୭ ଦିନ ଧରି ଚାଲିଥିବା ପ୍ରତିଯୋଗିତାର ଝଲକ ପ୍ରଦର୍ଶିତ କରାଯାଇଥିଲା। ଅନ୍ତିମ ଅଧ୍ୟାୟର ଆରମ୍ଭ ଷ୍ଟାଡିୟମରେ ଆତସବାଜିରେ ହୋଇଥିଲା। ଏଥିରେ ଆୟୋଜକ ସଫଳ ଅଲିମ୍ପିକ୍ସ ଆୟୋଜନ ପାଇଁ ଅଗଣିତ ବ୍ୟକ୍ତିଙ୍କୁ କୃତଜ୍ଞତା ଜ୍ଞାପନ କରିଛି। ଏହା ପରେ ଜାପାନର କ୍ରାଉନ ପ୍ରିନ୍ସ ଅକିଶିନୋ ଓ ଅନ୍ତର୍ଜାତୀୟ ଅଲିମ୍ପିକ୍ସ ସମିତିର ଅଧ୍ୟକ୍ଷ ଥମାସ ବାକ୍ ଉପସ୍ଥିତ ଥିଲେ। ଭାରତୀୟ ଅଲିମ୍ପିକ୍ସ ସଂଘର ପ୍ରଟୋକୋଲ ଅନୁଯାୟୀ, ଅଲିମ୍ପିକ୍ସ ସ୍ଵର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ଏସୀୟ କ୍ରୀଡା ଓ ରାଜ୍ୟଗୋଷ୍ଠୀ କ୍ରୀଡା ସହିତ ଭବିଷ୍ୟତ କ୍ରୀଡା ପ୍ରତିଯୋଗିତାରେ ଦେଶର ଜାତୀୟ ପତାକା ବହନ କରିବେ। ଉଲ୍ଲେଖନୀୟ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂହ ଓ ବକ୍ସର ଏମସି ମେରିକମ ଉଦଘାଟନ ସମାରୋହରେ ଭାରତ ଜାତୀୟ ପତାକା ବହନ କରିଥିଲେ।
The Olympic spirit is in all of us.
— Olympics (@Olympics) August 8, 2021
A display of beautiful, luminous colours swirl together, representing the many flags of the world.
They form the Olympic Rings, a timeless symbol of unity. #StrongerTogether #Tokyo2020 #ClosingCeremony pic.twitter.com/38dv0e0w98
ଭାରତ ଶନିବାର ଦୁଇଟି ପଦକ ଜିତି ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଛି। ଭାରୋତ୍ତୋଳନକାରୀ ମୀରାବାଈ ଚାନୁ ଟୋକିଓ ଅଲିମ୍ପିକ୍ସର ଆରମ୍ଭରେ ରୌପ୍ୟ ପଦକ ଜିତି ଭାରତର ଅଭିଯାନ ଆରମ୍ଭ କରିଥିବା ବେଳେ ଜାଭେଲିନ ଫିଙ୍ଗାଳି ନୀରଜ ଚୋପ୍ରା ସ୍ଵର୍ଣ୍ଣ ସହ ଏହା ସମାପ୍ତ କରିଥିଲେ। ଟୋକିଓ ଅଲିମ୍ପିକ୍ସରେ ଭାରତ ମୋଟ୍ ୭ ପଦକ ଜିତି ତାଲିକାର ୪୮ମ ସ୍ଥାନରେ ରହିଛି। ଦଳ ଏକ ସ୍ଵର୍ଣ୍ଣ, ୨ ରୌପ୍ୟ ଓ ୪ କାଂସ୍ୟ ପଦକ ଜିତିଛି। ନୀରଜ ଚୋପ୍ରା ଭାରତ ପକ୍ଷରୁ ଫିଲ୍ଡ ଆଣ୍ଡ ଟ୍ରାକରେ ଅଲିମ୍ପିକ୍ସରେ ପ୍ରଥମ ସ୍ଵର୍ଣ୍ଣ ଜିତିଛନ୍ତି। ମୀରାବାଈ ଚାନୁ ଭାରୋତ୍ତୋଳନରେ ଓ କୁସ୍ତିଯୋଦ୍ଧା ରବି କୁମାର ଦାହିୟା ରୌପ୍ୟ ଜିତାଇଛନ୍ତି। ତାରକା ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ, ବକ୍କର ଲଭଲିନା ବୋରଗୋହେନ, କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଓ ପୁରୁଷ ହକି ଦଳ କାଂସ୍ୟ ପଦକ ଜିତିଛନ୍ତି।