ଖବର ଆଜିର (ତାରିଖ ୦୩/୦୮/୨୦୨୩ ଗୁରୁବାର)
1/- ଷ୍ଟକ ବଜାରରେ କମ୍ପନ ; ସେନସେକ୍ସ ୧୦୦୦ ପଏଣ୍ଟ ଖସିଲା, ନିବେଶକଙ୍କ କ୍ଷତି ୫ ଲକ୍ଷ କୋଟି ।
2/- ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଚିତା ମୃତ୍ୟୁ ଥମୁନି । ଗୋଟିଏ ପରେ ଗୋଟିଏ ଚିତ୍ତା ପ୍ରାଣ ହରାଉଛନ୍ତି । ବୁଧବାର ସକାଳୁ ପୁଣି ଏକ ଚିତ୍ତାର ମୃତ୍ୟୁ ହୋଇଛି । ମାଇ ଚିତା ଧାତ୍ରୀର ଜୀବନ ଯାଇଛି ।
3/- ଚକିତ କଲା ଏଡିଆର ରିପୋର୍ଟ । ୪୦୦୧ ବିଧାୟଙ୍କ ସମ୍ପତ୍ତ୫୪.୫୪୫ କୋଟି ଟଙ୍କା, ୩ରାଜ୍ୟର ମୋଟ ବଜେଟଠାରୁ ଅଧିକ।
4/- ରାଷ୍ଟ୍ରପତିଙ୍କୁ ଭେଟିଲେ ‘ଇଣ୍ଡିଆ’ ମେଣ୍ଟର ୩୧ ସାଂସଦ । ମଣିପୁରର ଆଇନ ଶୃଙ୍ଖଳା ଓ ପୀଡ଼ିତଙ୍କ ସମସ୍ୟା ନେଇ ମହାମହିମଙ୍କୁ କରାଇଲେ ଅବଗତ ।
5/- ଦେଶରେ ଥିବା ୨୦ଟି ନକଲି ବିଶ୍ୱବିଦ୍ୟାଳୟର ନାଁ ଜାରି କଲା UGC, ଦିଲ୍ଲୀରେ ରହିଛି ସର୍ବାଧିକ ।
6/- ନିତିନ ଦେଶାଇଙ୍କ ମୃତ୍ୟୁ ଖବର ପାଇ ‘ଓଏମଜି-୨’ର ଟ୍ରେଲର ରିଲିଜ୍ ଅଟକାଇଲେ ଅକ୍ଷୟ ।
7/- ବଲିଉଡର ପ୍ରଶିଦ୍ଧ ଆର୍ଟ ଡାଇରେକ୍ଟର ନିତିନ ଦେସାଈ ଆତ୍ମହତ୍ୟା କରିଛନ୍ତି। ତାଙ୍କ ମର ଶରୀର ଘରେ ରଶିରେ ଝୁଲୁଥିବାର ମିଳିଛି। ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି।
8/- କାଲିଫର୍ଣ୍ଣିଆ ଗୋଦାମରେ ବେଆଇନ ମେଡିକାଲ ଲ୍ୟାବ୍ ଠାବ: କୋଭିଡ୍-୧୯ ସମେତ ବିପଜ୍ଜନକ ଭୂତାଣୁ ଉପରେ ହେଉଥିଲା ଗବେଷଣା ।
9/- ପୁଣି ଧଳସାମନ୍ତଙ୍କ ଆଡ଼ାରେ ପୁଲିସ: ବନ୍ଧୁକ ଡିଲ୍ କରୁଥିବା ୫ ଗିରଫ ।
10/- ସୀମା-ସଚିନଙ୍କୁ ଚାକିରି ଯାଚିଲେ ବ୍ୟବସାୟୀ ।
11/- ପତ୍ନୀଙ୍କ ଠାରୁ ଛାଡ଼ପତ୍ର ଘୋଷଣା କଲେ କାନାଡ଼ା ରାଷ୍ଟ୍ରପତି ଜଷ୍ଟିନ ଟ୍ରୁଡୋ ।
12/- ଅକ୍ଟୋବର ୧ରୁ ଅନ୍ଲାଇନ୍ ଗେମ୍, ଘୋଡ଼ା ଦୌଡ଼ ଓ ଜୁଆ ଖେଳ ଉପରେ ୨୮% ଜିଏସ୍ଟି ଲାଗୁ ହେବ, ୬ ମାସ ପରେ ସମୀକ୍ଷା କରିବେ ସରକାର ।
13/- OPSCର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଲେ ସନତ କୁମାର ମହାନ୍ତି ।
14/- ଗୃହ ମନ୍ତ୍ରାଳୟର ବିଭିନ୍ନ ସଂସ୍ଥାନରେ ପ୍ରାୟ ୧,୧୪,୨୪୫ ପୋଷ୍ଟ ଖାଲି ପଡ଼ିଛି । ଯେଉଁଥିରେ ସିଆରପିଏଫ୍, ବିଏସଏଫ୍ ଏବଂ ଦିଲ୍ଲୀ ପୋଲିସ୍ରେ ଅନେକ ପଦବୀ ରହିଛି। କେନ୍ଦ୍ର ମନ୍ତ୍ରୀ ଅଜୟ କୁମାର ମିଶ୍ରା ବୁଧବାର ରାଜ୍ୟସଭାରେ ଏହି ତଥ୍ୟ ରଖିଛନ୍ତି।
15/- ଅଗଷ୍ଟ୩ରେ ଲଞ୍ଚ ହେବ ସ୍ୱାସ୍ଥ୍ୟମନ୍ତ୍ରାଳୟଙ୍କ ଇ-କେୟାର ପୋର୍ଟାଲ, ବିଦେଶରେ ମୃତ ଭାରତୀୟଙ୍କ ପାର୍ଥିବ ଶରୀର ଆଣିବାରେ ସହାୟତା କରିବେ ସରକାର ।
16/- ଉଚ୍ଚ ଶିକ୍ଷାନୁଷ୍ଠାନରେ ବଢ଼ିଛି ମୁସ୍ଲିମ ଛାତ୍ରଛାତ୍ରୀଙ୍କ ନାମଲେଖା ସଂଖ୍ୟା, ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସଂଖ୍ୟା ବି ବୃଦ୍ଧି ପାଇଛି: କେନ୍ଦ୍ର ମନ୍ତ୍ରୀ।
17/- ମହିଳା ସଶକ୍ତିକରଣ ଉପରେ ଆୟୋଜିତ ଜି୨୦ ମନ୍ତ୍ରୀସ୍ତରୀୟ ସମ୍ମିଳନୀକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ।