ଆଜି ୫ ରାଜ୍ୟରେ ବିଧାନସଭା ନିର୍ବାଚନ ନେଇ ହୋଇପାରେ ବଡ଼ ଘୋଷଣା
ନୂଆଦିଲ୍ଲୀ : ଆସନ୍ତା ବର୍ଷ ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ଆଜି ବଡ଼ ଘୋଷଣା ହୋଇପାରେ। ନିର୍ବାଚନ ଆୟୋଗ ଓ ସ୍ବାସ୍ଥ୍ୟ ମନ୍ତ୍ରାଳୟର ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ହୋଇପାରେ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବୈଠକରେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଂଞ୍ଜାମ ସମେତ ୫ଟି ରାଜ୍ୟର ନିର୍ବାଚନ ପାଇଁ ବର୍ତ୍ତମାନର କରୋନା ସ୍ଥିତି ଉପରେ ସମୀକ୍ଷା ହେବ। ନିର୍ବାଚନ ଆୟୋଗ ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ଠାରୁ କୋଭିଡ ସ୍ଥିତି ନେଇ ଅବଗତ ହେବେ। ଏହି ବୈଠକରେ ଅନେକ ବରିଷ୍ଠ ଅଧିକାରୀ ସାମିଲ ହେବେ। ସୂଚନାଯୋଗ୍ୟ ଆହ୍ଲାବାଦ ହାଇକୋର୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ନିର୍ବାଚନ ଆୟୋଗଙ୍କୁ କରୋନାର ଅବସ୍ଥା ଦେଖି ବିଧାନସଭା ନିର୍ବାଚନକୁ ବର୍ତ୍ତମାନ ପରିସ୍ଥିତିରେ ସ୍ଥଗିତ ରଖିବାକୁ ଅପିଲ କରିଥିଲେ। ଏହା ପରେ ମୁଖ୍ୟ ନିର୍ବାଚନ ଆୟୋଗ ଆଗାମୀ ସପ୍ତାହରେ ଉତ୍ତରପ୍ରଦେଶ ଗସ୍ତ କରିବା ପରେ ଏବାଦରେ ଅବଗତ ହୋଇ ନିଷ୍ପତ୍ତି ନେବାକୁ କହିଥିଲେ। ନିର୍ବାଚନ ଆୟୋଗ ଏହା ପୂର୍ବରୁ ପଂଜାବ, ଗୋଆ ଓ ଉତ୍ତରାଖଣ୍ଡର ଗସ୍ତ କରିଛନ୍ତି। ମଙ୍ଗଳବାର ଉତ୍ତରପ୍ରଦେଶ ଗସ୍ତ କରିବେ। ସୂଚନା ଯେ, ଗୋଆ, ପଂଜାବ, ଉତ୍ତରାଖଣ୍ଡ ଓ ମଣିପୁର ବିଧାନସଭାର କାର୍ଯ୍ୟକାଳ ଆସନ୍ତା ମାର୍ଚ୍ଚ ମାସରେ ଶେଷ ହେବ।