ବିଶ୍ୱରେ ଆଉ ୩,୪୪,୯୩୧ସଂକ୍ରମିତ ଓ ୯,୪୫୫ ମୃତ
- ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭କୋଟି ୬୩ଲକ୍ଷ ୭୮ହଜାର ୨୭୫ ଓ ମୃତ୍ୟୁ ସଂଖ୍ୟା ୩୮ଲକ୍ଷ ୯ହଜାର ୯୬୪କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱର ୨୧୯ ଦେଶର କାୟା ମେଲାଉଛି ମହାମାରୀ କରୋନା । ଏହାରି ମଧ୍ୟରେ ରବିବାର ଗତ ୨୪ ଘଣ୍ଟା ମଧ୍ୟରେ ୩ଲକ୍ଷ ୪୪ହଜାର ୯୩୧ଜଣ ସଂକ୍ରମିତ ହୋଇଥିବାବେଳେ ୯ହଜାର ୪୫୫ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭କୋଟି ୬୩ଲକ୍ଷ ୭୮ହଜାର ୨୭୫ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୮ଲକ୍ଷ ୯ହଜାର ୯୬୪ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୬କୋଟି ୩ଲକ୍ଷ ୩୬ହଜାର ୭୪୩ ସୁସ୍ଥ ହୋଇ ଥିବାବେଳେ ୧କୋଟି ୨୨ଲକ୍ଷ ୯୪ହଜାର ୩୯୦ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୪୩ଲକ୍ଷ ୧୪ହଜାର ୬୪୦ ସଂକ୍ରମିତ ଓ ୬ଲକ୍ଷ ୧୫ହଜାର ୩୪ ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୭୩ଲକ୍ଷ ୭୬ହଜାର ୯୯୮ସଂକ୍ରମିତ ଓ ୪ଲକ୍ଷ ୮୬ହଜାର ୩୫୮ମୃତ, ଫ୍ରାନ୍ସରେ ୫୭ ଲକ୍ଷ ୩୭ ହଜାର ୮୧୦ ସଂକ୍ରମିତ ଓ ୧ ଲକ୍ଷ ୧୦ ହଜାର ୪୦୭ ମୃତ, ତୁର୍କୀରେ ୫୩ ଲକ୍ଷ ୨୫ ହଜାର ୪୩୫ ସଂକ୍ରମିତ ଓ ୪୮ ହଜାର ୬୬୮ ମୃତ, ଋଷିଆରେ ୫୧ ଲକ୍ଷ ୯୩ ହଜାର ୯୬୪ ସଂକ୍ରମିତ ଓ ୧ଲକ୍ଷ ୨୬ ହଜାର ୭୩ ମୃତ, ୟୁକେରେ ୪୫ ଲକ୍ଷ ୫୮ ହଜାର ୪୯୪ ସଂକ୍ରମିତ ଓ ୧ ଲକ୍ଷ ୨୭ ହଜାର ୮୯୬ ମୃତ, ଇଟାଲିରେ ୪୨ ଲକ୍ଷ ୩୩ ହଜାର ୪୮୨ ସଂକ୍ରମିତ ଓ ୧ଲକ୍ଷ ୨୬ ହଜାର ୯୭୬ମୃତ, ଆର୍ଜେଣ୍ଟିନାରେ ୪୧ ଲକ୍ଷ ୧୧ ହଜାର ୧୪୭ ସଂକ୍ରମିତ ଓ ୮୫ ହଜାର ୭୫ ମୃତ, ସ୍ପେନରେ ୩୭ ଲକ୍ଷ ୩୩ ହଜାର ୬୦୦ ସଂକ୍ରମିତ ଓ ୮୦ ହଜାର ୫୦୧ ମୃତ, କଲୋମ୍ବିଆରେ ୩୭ ଲକ୍ଷ ୨୪ ହଜାର ୭୦୫ ସଂକ୍ରମିତ ଓ ୯୫ ହଜାର ୧୯୨ମୃତ ରହିଛନ୍ତି ।