ବିଶ୍ୱରେ ଆଉ ୭ଲକ୍ଷ ୭୨ହଜାର ୩୪୮ ସଂକ୍ରମିତ ଓ ୧୨ହଜାର ୬୬୧ ମୃତ
ନୂଆଦିଲ୍ଲୀ : ବିଶ୍ୱର ୨୧୯ ଦେଶର କାୟା ମେଲାଉଛି ମହାମାରୀ କରୋନା । ଏହାରି ମଧ୍ୟରେ ବିଦେଶୀ ରାଷ୍ଟ୍ର ଗୁଡିକରେ ପୁଣି କରୋନା ସଂକ୍ରମଣ ବଢ଼ିଚାଲିଛି । କରୋନା ଭାଇରସର ଅନ୍ୟ ଏକ ଷ୍ଟ୍ରେନ ଦେଖାଯିବା ପରେ ଭାରତ, ଇଂଲଣ୍ଡ, ଫ୍ରାନ୍ସ, ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ନାଇଜେରିଆ ସମେତ ବିଶ୍ୱବାସୀ ଚିନ୍ତା ପ୍ରକଟ କରିଛନ୍ତି । ରବିବାର ଗତ ୨୪ ଘଣ୍ଟା ମଧ୍ୟରେ ୭ଲକ୍ଷ ୭୨ହଜାର ୩୪୮ ଜଣ ସଂକ୍ରମିତ ହୋଇଥିବାବେଳେ ୧୨ହଜାର ୬୬୧ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ରବିବାର ସୁଦ୍ଧା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫କୋଟି ୮୨ଲକ୍ଷ ୯୮ହଜାର ୮୫୭ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୨ଲକ୍ଷ ୯୫ହଜାର ୯୫୦ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୩କୋଟି ୬୫ଲକ୍ଷ ୭୭ହଜାର ୨୫୨ ସୁସ୍ଥ ହୋଇ ଥିବାବେଳେ ୧କୋଟି ୮୪ଲକ୍ଷ ୨୫ହଜାର ୬୬୫ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୩୩ଲକ୍ଷ ୫୨ହଜାର ୬୫୯ ସଂକ୍ରମିତ ଓ ୫ଲକ୍ଷ ୯୫ହଜାର ୫୮୦ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୫୧ଲକ୍ଷ ୫୦ ହଜାର ୬୨୮ସଂକ୍ରମିତ ଓ ୪ଲକ୍ଷ ୨୧ହଜାର ୪୮୪ମୃତ, ଫ୍ରାନ୍ସରେ ୫୭ ଲକ୍ଷ ୬୭ ହଜାର ୯୫୯ ସଂକ୍ରମିତ ଓ ୧ ଲକ୍ଷ ୬ ହଜାର ୨୭୭ ମୃତ, ତୁର୍କୀରେ ୫୦ ଲକ୍ଷ ୧୬ ହଜାର ୧୪୧ ସଂକ୍ରମିତ ଓ ୪୨ ହଜାର ୭୪୬, ଋଷିଆରେ ୪୮ ଲକ୍ଷ ୭୧ ହଜାର ୮୪୩ ସଂକ୍ରମିତ ଓ ୧ଲକ୍ଷ ୧୨ ହଜାର ୯୨୨ଜଣ ମୃତ, ୟୁକେରେ ୪୪ ଲକ୍ଷ ୩୩ ହଜାର ୯୦ ସଂକ୍ରମିତ ଓ ୧ ଲକ୍ଷ ୨୭ ହଜାର ୬୦୩ ମୃତ, ଇଟାଲିରେ ୪୧ ଲକ୍ଷ ୨ ହଜାର ୯୨୧ ସଂକ୍ରମିତ ଓ ୧ଲକ୍ଷ ୨୨ ହଜାର ୬୯୪ମୃତ, ସ୍ପେନରେ ୩୫ ଲକ୍ଷ ୬୭ ହଜାର ୪୦୮ ସଂକ୍ରମିତ ଓ ୭୮ ହଜାର ୭୯୨ ମୃତ, ଜର୍ମାନୀରେ ୩୫ ଲକ୍ଷ ୧୯ ହଜାର ୨୫୦ ସଂକ୍ରମିତ ଓ ୭୮ ହଜାର ୭୯୨ମୃତ, ଆର୍ଜେଣ୍ଟିନାରେ ୩୧ ଲକ୍ଷ ୩୬ ହଜାର ୧୫୮ ସଂକ୍ରମିତ ଓ ୬୭ ହଜାର ୪୨ ମୃତ ରହିଛନ୍ତି ।