ବିଶ୍ୱରେ ଆଉ ୩,୮୦,୩୬୯ ସଂକ୍ରମିତ ଓ ୮,୨୧୪ ମୃତ
- ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮କୋଟି ୨୯ଲକ୍ଷ ୫୩ହଜାର ୫ ଓ ମୃତ୍ୟୁ ସଂଖ୍ୟା ୩୯ଲକ୍ଷ ୬୨ହଜାର ୧୧୮କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ଦୀର୍ଘ ଦିନ ପରେ ନିୟନ୍ତ୍ରଣକୁ ଆସିଛି । ଏହାରି ମଧ୍ୟରେ ମଙ୍ଗଳବାର ଗତ ୨୪ ଘଣ୍ଟା ମଧ୍ୟରେ ୩ଲକ୍ଷ ୮୦ହଜାର ୩୬୯ ଜଣ ସଂକ୍ରମିତ ହୋଇଥିବାବେଳେ ୮ହଜାର ୨୧୪ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮କୋଟି ୨୯ଲକ୍ଷ ୫୩ହଜାର ୫ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୯ଲକ୍ଷ ୬୨ହଜାର ୧୧୮ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୬କୋଟି ୭୫ଲକ୍ଷ ୩୫ହଜାର ୫୬୦ଜଣ ସୁସ୍ଥ ହୋଇ ଥିବାବେଳେ ୧କୋଟି ୧୪ଲକ୍ଷ ୫୫ହଜାର ୩୨୭ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୪ଲକ୍ଷ ୧୦ହଜାର ୫୭୭ ସଂକ୍ରମିତ ଓ ୬ଲକ୍ଷ ୨୦ହଜାର ୨୧୨ ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୮୫ଲକ୍ଷ ୫୯ହଜାର ୧୬୪ ସଂକ୍ରମିତ ଓ ୫ଲକ୍ଷ ୧୮ ହଜାର ୨୪୬ମୃତ, ଫ୍ରାନ୍ସରେ ୫୭ ଲକ୍ଷ ୭୫ ହଜାର ୩୦୧ ସଂକ୍ରମିତ ଓ ୧ ଲକ୍ଷ ୧୧ ହଜାର ୮୨ ମୃତ, ଋଷିଆରେ ୫୫ ଲକ୍ଷ ୧୪ ହଜାର ୫୯୯ ସଂକ୍ରମିତ ଓ ୧ଲକ୍ଷ ୩୫ ହଜାର ୨୧୪ ମୃତ, ତୁର୍କୀରେ ୫୪ ଲକ୍ଷ ୨୫ ହଜାର ୬୫୨ ସଂକ୍ରମିତ ଓ ୪୯ ହଜାର ୭୩୨ ମୃତ, ୟୁକେରେ ୪୮ ଲକ୍ଷ ୯୦୭ ସଂକ୍ରମିତ ଓ ୧ ଲକ୍ଷ ୨୮ ହଜାର ୧୪୦ ମୃତ, ଆର୍ଜେଣ୍ଟିନାରେ ୪୪ ଲକ୍ଷ ୭୦ ହଜାର ୩୭୪ ସଂକ୍ରମିତ ଓ ୯୪ ହଜାର ୩୦୪ମୃତ, ଇଟାଲିରେ ୪୨ ଲକ୍ଷ ୫୯ ହଜାର ୯୦୯ ସଂକ୍ରମିତ ଓ ୧ଲକ୍ଷ ୨୭ ହଜାର ୫୬୬ମୃତ, କଲୋମ୍ବିଆରେ ୪୨ ଲକ୍ଷ ୪୦ ହଜାର ୯୮୨ ସଂକ୍ରମିତ ଓ ୧ ଲକ୍ଷ ୬ ହଜାର ୫୪୪ମୃତ, ସ୍ପେନରେ ୩୮ ଲକ୍ଷ ୮ ହଜାର ୯୬୦ ସଂକ୍ରମିତ ଓ ୮୦ ହଜାର ୮୭୫ ମୃତ ରହିଛନ୍ତି ।