ବିଶ୍ୱରେ ଆଉ ୩,୬୦,୬୧୯ ସଂକ୍ରମିତ ଓ ୭,୯୪୧ ମୃତ
- ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭କୋଟି ୯୯ଲକ୍ଷ ୫ହଜାର ୨୮୦ ଓ ମୃତ୍ୟୁ ସଂଖ୍ୟା ୩୮ଲକ୍ଷ ୯୭ହଜାର ୧୧୭କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ଦୀର୍ଘ ଦିନ ପରେ ନିୟନ୍ତ୍ରଣକୁ ଆସିଛି । ଏହାରି ମଧ୍ୟରେ ସୋମବାର ଗତ ୨୪ ଘଣ୍ଟା ମଧ୍ୟରେ ୩ଲକ୍ଷ ୬୦ହଜାର ୬୧୯ଜଣ ସଂକ୍ରମିତ ହୋଇଥିବାବେଳେ ୭ହଜାର ୯୪୧ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭କୋଟି ୯୯ଲକ୍ଷ ୫ହଜାର ୨୮୦ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୮ଲକ୍ଷ ୯୭ହଜାର ୧୧୭ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୬କୋଟି ୪୬ଲକ୍ଷ ୫୪ହଜାର ୬୨୭ ସୁସ୍ଥ ହୋଇ ଥିବାବେଳେ ୧କୋଟି ୧୩ଲକ୍ଷ ୫୩ହଜାର ୫୩୬ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୪୪ଲକ୍ଷ ୨୭ହଜାର ୮୫୦ ସଂକ୍ରମିତ ଓ ୬ଲକ୍ଷ ୧୭ହଜାର ୮୪୫ ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୮୦ଲକ୍ଷ ୫୬ହଜାର ୬୩୯ ସଂକ୍ରମିତ ଓ ୫ଲକ୍ଷ ୪ ହଜାର ୮୯୭ମୃତ, ଫ୍ରାନ୍ସରେ ୫୭ ଲକ୍ଷ ୬୦ ହଜାର ୨ ସଂକ୍ରମିତ ଓ ୧ ଲକ୍ଷ ୧୦ ହଜାର ୮୨୯ ମୃତ, ତୁର୍କୀରେ ୫୩ ଲକ୍ଷ ୮୧ ହଜାର ୭୩୬ ସଂକ୍ରମିତ ଓ ୪୯ ହଜାର ୨୯୩ ମୃତ, ଋଷିଆରେ ୫୩ ଲକ୍ଷ ୫୦ ହଜାର ୯୧୯ ସଂକ୍ରମିତ ଓ ୧ଲକ୍ଷ ୩୦ ହଜାର ୩୪୭ ମୃତ, ୟୁକେରେ ୪୬ ଲକ୍ଷ ୫୧ ହଜାର ୯୮୮ ସଂକ୍ରମିତ ଓ ୧ ଲକ୍ଷ ୨୮ ହଜାର ୮ ମୃତ, ଆର୍ଜେଣ୍ଟିନାରେ ୪୨ ଲକ୍ଷ ୯୮ ହଜାର ୭୮୨ ସଂକ୍ରମିତ ଓ ୯୦ ହଜାର ୨୮୧ମୃତ, ଇଟାଲିରେ ୪୨ ଲକ୍ଷ ୫୪ ହଜାର ୨୯୪ ସଂକ୍ରମିତ ଓ ୧ଲକ୍ଷ ୨୭ ହଜାର ୩୨୨ମୃତ, କଲୋମ୍ବିଆରେ ୩୯ ଲକ୍ଷ ୯୭ ହଜାର ୨୧ ସଂକ୍ରମିତ ଓ ୧ ଲକ୍ଷ ୧ ହଜାର ୩୦୨ମୃତ, ସ୍ପେନରେ ୩୭ ଲକ୍ଷ ୬୮ ହଜାର ୬୯୧ ସଂକ୍ରମିତ ଓ ୮୦ ହଜାର ୭୧୯ ମୃତ ରହିଛନ୍ତି ।