ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩କୋଟି ୧୩ଲକ୍ଷ ୨୭ହଜାର ୭୨ ଓ ମୃତ୍ୟୁ ସଂଖ୍ୟା ୨୮ଲକ୍ଷ ୫୮ହଜାର ୨୩୧କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱର ୨୧୮ ଦେଶର କାୟା ମେଲାଇଛି ମହାମାରୀ କରୋନା । ଏହାରି ମଧ୍ୟରେ ବିଦେଶୀ ରାଷ୍ଟ୍ର ଗୁଡିକରେ ପୁଣି କରୋନା ସଂକ୍ରମଣ ବଢ଼ିଚାଲିଛି । କରୋନା ଭାଇରସର ଅନ୍ୟ ଏକ ଷ୍ଟ୍ରେନ ଦେଖାଯିବା ପରେ ଭାରତ, ଇଂଲଣ୍ଡ, ଫ୍ରାନ୍ସ, ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ନାଇଜେରିଆ ସମେତ ବିଶ୍ୱବାସୀ ଚିନ୍ତା ପ୍ରକଟ କରିଛନ୍ତି । ରବିବାର ସୁଦ୍ଧା ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୮ଲକ୍ଷ ୫୮ହଜାର ୨୩୧ ଓ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩କୋଟି ୧୩ଲକ୍ଷ ୨୭ହଜାର ୭୨୫କୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୦କୋଟି ୫୭ଲକ୍ଷ ୧୭ହଜାର ୨୯୬ ଜଣ ସୁସ୍ଥ ହୋଇ ଥିବାବେଳେ ୨କୋଟି ୨୭ଲକ୍ଷ ୫୨ହଜାର ୧୯୮ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୧୩ଲକ୍ଷ ୮୧ହଜାର ୭୦୨ ସଂକ୍ରମିତ ଓ ୫ଲକ୍ଷ ୬୮ହଜାର ୪୯୬ ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୨୯ଲକ୍ଷ ୫୩ହଜାର ୫୯୭ସଂକ୍ରମିତ ଓ ୩ଲକ୍ଷ ୩୦ହଜାର ୨୯୭ମୃତ, ଫ୍ରାନ୍ସରେ ୪୭ ଲକ୍ଷ ୪୧ ହଜାର ୭୫୯ ସଂକ୍ରମିତ ଓ ୯୬ ହଜାର ୨୮୦ ମୃତ, ଋଷିଆରେ ୪୫ ଲକ୍ଷ ୭୨ ହଜାର ୭୭ ସଂକ୍ରମିତ ଓ ୧ଲକ୍ଷ ୧୭ ଜଣ ମୃତ, ୟୁକେରେ ୪୩ ଲକ୍ଷ ୫୭ ହଜାର ୯୧ ସଂକ୍ରମିତ ଓ ୧ ଲକ୍ଷ ୨୬ ହଜାର ୮୨୬ ମୃତ, ଇଟାଲିରେ ୩୬ ଲକ୍ଷ ୫୦ ହଜାର ୨୪୭ ସଂକ୍ରମିତ ଓ ୧ଲକ୍ଷ ୧୦ ହଜାର ୭୦୪ମୃତ, ତୁର୍କୀରେ ୩୪ ଲକ୍ଷ ୪୫ ହଜାର ୫୨ ସଂକ୍ରମିତ ଓ ୩୨ ହଜାର ୭୮ ମୃତ, ସ୍ପେନରେ ୩୨ ଲକ୍ଷ ୯୧ ହଜାର ୩୯୪ ସଂକ୍ରମିତ ଓ ୭୫ ହଜାର ୫୪୧ ମୃତ, ଜର୍ମାନୀରେ ୨୮ ଲକ୍ଷ ୮୬ ହଜାର ୨୦ ସଂକ୍ରମିତ ଓ ୭୭ ହଜାର ୫୦୨ମୃତ, କଲମ୍ବିଆରେ ୨୪ ଲକ୍ଷ ୩୭ ହଜାର ୧୯୭ ସଂକ୍ରମିତ ଓ ୬୩ ହଜାର ୯୩୨ ମୃତ ରହିଛନ୍ତି ।