ଆଜି ୫ ଜିଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର : ଆଜି ରାଜ୍ୟର ୫ ଜିଲାର କିଛି ଅଞ୍ଚଳରେ ଘଡଘଡି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଜିଲାଗୁଡିକ ହେଲା ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ମୟୁରଭଞ୍ଜ ଓ ବାଲେଶ୍ୱର । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ୫ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅପରପକ୍ଷରେ ପଶ୍ଚିମା ଝଡ଼ ପ୍ରଭାବରେ ଉପକୂଳ ସମେତ ପାର୍ଶ୍ୱବର୍ତୀ ଅଞ୍ଚଳରେ ଆକାଶ ଆଂଶିକ ମେଘାଛନ୍ନ ରହିଛି ।
ଦେଶରେ ବିଗତ କିଛି ସମୟରେ ମଧ୍ୟରେ ବେଶ ଦ୍ରୁତ ବେଗରେ ପାଣିପାଗରେ ପରିବର୍ତ୍ତନ ଘଟୁଥିବା ଦେଖିବାକୁ ମିଳିଛି। ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ବ୍ୟତୀତ ଅନ୍ୟ କିଛି ରାଜ୍ୟରେ ପବନ ହେବା ସହିତ ମଧ୍ୟମ ଧରଣର ବର୍ଷା ହୋଇଛି। ବର୍ଷା ପରେ ଲୋକମାନଙ୍କୁ ଗରମରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଫଳରେ ଏହି ସବୁ ଅଞ୍ଚଳରେ ପାଣିପାଗରେ ସାମାନ୍ୟ ଆଶ୍ୱସ୍ତି ମିଳିଛି।
ପାଣିପାଗ ବିଭାଗ କହିଛି କି ପଶ୍ଚିମା ଝଡ଼ କାରଣରୁ ଏକ ଟର୍ଫ ଲାଇନ ସୃଷ୍ଚି ହୋଇଛି। ଏହାର ପ୍ରଭାବରେ କିଛି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି। ଏପରିକି ଝଡ଼ ତୋଫାନ ହେବାର ମଧ୍ୟ ସମ୍ଭାବନା ରହିଛି। ଦେଶର କିଛି ଆଭ୍ୟନ୍ତରୀଣ ଅଞ୍ଚଳରେ ମଧ୍ୟ ବର୍ଷା ସହିତ ଝଡ଼ ତୋଫାନ ହେବାର ସମ୍ଭାବନା ରହିଛି। ବିଶେଷ କରି ଓଡ଼ିଶା ଓ ଛତିଶଗଡ଼ରେ ବର୍ଷା ସହିତ ପବନ ହେବାର ସମ୍ଭାବନା ରହିଛି। ସେହିପରି ଏହାର ପ୍ରଭାବରେ ଉତ୍ତରପ୍ରଦେଶର ପୂର୍ବ ଭାଗରେ, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶା, ମଧ୍ୟପ୍ରଦେଶର ପୂର୍ବ ଭାଗ, ଛତିଶଗଡ଼ରେ ବର୍ଷା ହେବାର ସମ୍ଭାବନା ରହିଛି। ଆଇଏମଡି ଆହୁରି ମଧ୍ୟ କହିଛି ବର୍ଷା ଓ ଝଡ଼ ତୋଫାନ ପ୍ରଭାବରେ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ରହିଛି।