ଆଜି ଯୋଗିନୀ ଏକାଦଶୀ, ବାସ କରନ୍ତୁ ଏହି କାମ ସବୁ ପାପରୁ ମିଳିବ ମୁକ୍ତି ! ଜାଣନ୍ତୁ ବ୍ରତର ମହାତ୍ମ୍ୟ ଓ ପୂଜା ବିଧି
ଆଜି ଯୋଗିନୀ ଏକାଦଶୀ । ବାର ମାସରେ ୨୪ଟି ଏକାଦଶୀ ମଧ୍ୟରୁ ଯୋଗିନୀ ଏକାଦଶୀ ଅନ୍ୟତମ । ଆଷାଢ କୃଷ୍ଣ ପକ୍ଷ ଏକାଦଶୀକୁ ଯୋଗିନୀ ଏକାଦଶୀ କୁହାଯାଏ । ସବୁ ଏକାଦଶୀର କିଛି ନା କିଛି ମହାତ୍ମ୍ୟ ରହିଛି । କୃଷ୍ଣପକ୍ଷର ଏକାଦଶୀକୁ କୃଷ୍ଣ ଏକାଦଶୀ ଓ ଶୁକ୍ଳପକ୍ଷର ଏକାଦଶୀକୁ ଶୁକ୍ଳ ଏକାଦଶୀ ନାଁରେ ଗଣାଯାଏ । ତେବେ ଆଗକୁ ପଡୁଛନ୍ତି ଯୋଗିନୀ ଏକାଦଶୀ ବ୍ରତ । ଯାହା ଆଷାଢ଼ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥିରେ ପଡିଥାଏ । ମାନ୍ୟତା ଅନୁଯାୟୀ ଯୋଗିନୀ ଏକାଦଶୀ ବ୍ରତ କରିବା ଦ୍ୱାରା ସବୁଥିରୁ ମୁକ୍ତି ମିଳିଥାଏ। ପୂଜା କରିବା ସମୟରେ ଯୋଗିନର ଏକାଦଶୀ ବ୍ରତ କଥା ନିଶ୍ଚିତ ଭାବେ ପଢନ୍ତୁ। ଏହି ବ୍ରତ କଥା ପଢିବା ଏବଂ ଶୁଣିବା ଦ୍ୱାରା ସମସ୍ତ ପାପ ନାଶ ହୁଏ। ପୌରାଣିକ ଧାର୍ମିକ କଥା ଅନୁସାରେ ଏହି ଦିନ ବ୍ରତ ରଖିବା ଦ୍ୱାରା କୁଷ୍ଠ ରୋଗରୁ ମୁକ୍ତି ମିଳିଥାଏ।
ଯୋଗିନୀ ଏକାଦଶୀ ଅତ୍ୟନ୍ତ ମହତ୍ବପୂର୍ଣ୍ଣ ଏକାଦଶୀ । ଏହି ବ୍ରତରେ ଭଗବାନ ବିଷ୍ଣୁଙ୍କୁ ଆରଧନା କରାଯାଏ । ବିଶ୍ୱାସ ରହିଛି ଯେ, ଯଦି ଏହି ବ୍ରତ ଭକ୍ତିର ସହ କରାଯାଏ, ତେବେ ୮୮ହଜାର ବ୍ରାହ୍ମଣଙ୍କୁ ଭୋଜନ କରିବାରେ ଯେତିକି ପୁଣ୍ୟ ମିଳେ ତାହା ସହ ସମାନ ହୋଇଥାଏ । ସେହିପରି ଏହାପରେ ପଡିଥାଏ ହରିଶୟନୀ ଏକାଦଶୀ । ହରିଶୟନୀ ଏକାଦଶୀରେ ଭଗବାନ ବିଷ୍ଣୁ ଆସନ୍ତା ୪ ମାସ ଧରି ଯୋଗ ନିଦ୍ରାକୁ ଚାଲିଯାଆନ୍ତି । ଏହାପରେ କୌଣସି ଶୁଭ କାର୍ଯ୍ୟ କରାଯାଇନଥାଏ । ଦୁଇଟି ମହତ୍ବପୂର୍ଣ୍ଣ ଏକାଦଶୀ ନିଜ୍ଜଳା ଏକାଦଶୀ ଓ ହରିଶୟନୀ ଏକାଦଶୀ ମଧ୍ୟରେ ପଡେ ଯୋଗିନୀ ଏକାଦଶୀ ।
ଯୋଗିନୀ ଏକାଦଶୀରେ ପ୍ରାତଃ ସ୍ନାନ କରି ଭଗବାନଙ୍କ ଦର୍ଶନ କରିବା ପରେ ଏକାଦଶୀ ବ୍ରତର ସଂକଳ୍ପ ନେବାକୁ ପଡ଼ିଥାଏ । ହଳଦିଆ ବସ୍ତ୍ର ପରିଧାନ କରି ଭଗବାନ ବିଷ୍ଣୁଙ୍କ ପୂଜା କରିବାକୁ ପଡ଼ିଥାଏ । ଭଗବାନ ବିଷ୍ଣୁଙ୍କୁ ଗଙ୍ଗାଜଳରେ ଅଭିଷେକ କରିବା ପରେ ଚନ୍ଦନ, ଅକ୍ଷତ, ଧୂପ ଓ ଦୀପ ଦେଇ ଭଗବାନଙ୍କୁ ପୂଜା କରା ଯାଇଥାଏ । ଭଗବାନ ବିଷ୍ଣୁଙ୍କୁ ତୁଳସୀ ଅର୍ପଣ କରି ଆରାଧନା କରାଯାଏ । ଏକାଦଶୀ ବ୍ରତର ମାହାତ୍ମ୍ୟକୁ ପଢିବାକୁ ପଡ଼ିଥାଏ । ଏହି ଦିନ ଭଗବାନ ବିଷ୍ଣୁଙ୍କ ସହ ମା’ ଲକ୍ଷ୍ମୀଙ୍କ ପୂଜା କଲେ ଧନ ଲାଭ ହୋଇଥାଏ । ଯୋଗିନୀ ଏକାଦଶୀରେ ୩ଟି ଶୁଭ ଯୋଗ ସୃଷ୍ଟି ହୋଇଥିବା ଜଣା ପଡ଼ିଛି । ସୁକର୍ମା, ଧୃତି ଯୋଗ ସହ ବହୁତ ଶୁଭ ସ୍ୱାର୍ଥ ସିଦ୍ଧି ଯୋଗ ମଧ୍ୟ ସୃଷ୍ଟି ହୋଇଥିବା ଜଣା ପଡ଼ିଛି । ସ୍ୱାର୍ଥ ସିଦ୍ଧି ଯୋଗକୁ ଧର୍ମ ଜ୍ୟେତିଷରେ ଅତ୍ୟନ୍ତ ଶୁଭ ଯୋଗ ବୋଲି ବିଶ୍ୱାସ କରାଯାଏ । ଏହି ଯୋଗରେ କରା ଯାଉଥିବା କାର୍ଯ୍ୟର ଶୁଭ ଫଳ ମିଳିଥାଏ । ସେହିପରି ସୁକର୍ମା ଓ ଧୃତି ଯୋଗ ମଧ୍ୟ ଅତ୍ୟନ୍ତ ଶୁଭ ଫଳ ଦେଇଥାଏ । ଏହି ୩ଶୁଭ ଯୋଗ ବ୍ୟତୀତ ଅଶ୍ୱିନୀ ଓ ଭରଣୀ ନକ୍ଷତ୍ର ମଧ୍ୟ ଥିବାର ଜଣା ପଡ଼ିଛି । ଏହି ଦୁଇ ନକ୍ଷତ୍ରକୁ ମଧ୍ୟ ବହୁତ ଶୁଭ ଭାବେ ଗ୍ରହଣ କରାଯାଇଛି ।
ଆସନ୍ତୁ ଜାଣିବା ଏହି ବ୍ରତର ମହାତ୍ମ୍ୟ ଏବଂ ପୂଜା ବିଧି :-
ବ୍ରତର ମହାତ୍ମ୍ୟ :
ଏହି ବ୍ରତ କରିବା ଦ୍ୱାରା ବ୍ୟକ୍ତିିର ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ । ଘରୁ ନକାରାତ୍ମକ ପ୍ରଭାବ ହ୍ରାସ ପାଇଥାଏ । ବିଶ୍ୱାସ ରହିଛି ଯେ, ୮୮ ହଜାର ବ୍ରାହ୍ମଣଙ୍କୁ ଭୋଜନ କରାଇଲେ ଯେତିକି ପୁଣ୍ୟ ମିଳେ, ଏହି ବ୍ରତ କଲେ ସେତିକି ପୁଣ୍ୟ ମିଳିଥାଏ ।
ପୂଜା ବିଧି :
ଏହି ଦିନ ଭୋର ସକାଳୁ ଉଠି ସ୍ନାନ କରିବା ପରେ ବ୍ରତ ପାଇଁ ସଂକଳ୍ପ କରନ୍ତୁ । ଏହାପରେ ଠାକୁର ଘରକୁ ଭଲଭାବରେ ଧୋଇ ଦିଅନ୍ତୁ ।
ପରେ ଭଗବାନ ବିଷ୍ଣୁଙ୍କୁ ଗଙ୍ଗାଜଳରେ ସ୍ନାନ କରି ତାଙ୍କର ସ୍ଥାପନା କରନ୍ତୁ । ଭକ୍ତିର ସହ ଭଗବାନ ବିଷ୍ଣୁଙ୍କୁ ପୂଜାର୍ଚ୍ଚନା କରି ହାଲୱା ନଚେତ୍ କ୍ଷୀରି କରି ଲାଗି କରାନ୍ତୁ । ଭୋଗ ଲାଗି ସମୟରେ ତୁଳସୀକୁ ସାମିଲ କରାନ୍ତୁ । ଭଗବାନ ବିଷ୍ଣୁଙ୍କ ପ୍ରିୟ ହେଉଛି ତୁଳସୀ, ଯେଉଁକାରଣରୁ ଏହିଦିନ ତୁଳସୀଙ୍କୁ ମଧ୍ୟ ପୂଜାର୍ଚ୍ଚନା କରାଯାଏ ।
ପୌରାଣିକ ଗାଥା :
ପ୍ରାଚୀନ କାଳରେ ଅଳକାପୁରୀ ନଗରରେ ବାସ କରୁଥିଲେ ରାଜା କୁବେର । ସେଠାରେ ମାଳି ଭାବେ କାମ କରୁଥିଲେ ହେମ । ପ୍ରତ୍ୟେକ ଦିନ ଭଗବାନ ଶିବଙ୍କ ପାଇଁ ମାନସରୋବରରୁ ଫୁଲ ଆଣିବା ତାଙ୍କର କାର୍ଯ୍ୟ ଥିଲା । ମାତ୍ର ଥରେ ନିଜ ପତ୍ନୀଙ୍କ ସହ ଭ୍ରମଣ କରିବାରେ ଏତେମାତ୍ରାରେ ଲିପ୍ତ ହୋଇଯାଇଥିଲେ ଯେ, ସେ ଫୁଲ ଆଣିବାରେ ବିଳମ୍ବ କରିଦେଇଥିଲେ । ଯେଉଁକାରଣରୁ ରାଜା କୁବେର ତାଙ୍କୁ କୁଷ୍ଠରୋଗରେ ଆକ୍ରାନ୍ତ ହେବା ନେଇ ଅଭିଶାପ ଦେଲେ । ଏହାପରେ ସେ ମନଦୁଃଖରେ ଏତେତେଣେ ବୁଲିବାକୁ ଲାଗିଲେ । ବୁଲୁବୁଲୁ ଥରେ ସେ ଯାଇ ମାର୍କେଣ୍ଡେୟ ଋଷିଙ୍କ ଆଶ୍ରମରେ ପହଂଚିଥିଲେ । ଋଷି ମାର୍କେଣ୍ଡେୟ ତାଙ୍କର ଦୁଃଖର କାରଣ ଜାଣିପାରି ତାଙ୍କୁ ଯୋଗିନୀ ଏକାଦଶୀ ବ୍ରତ କରିବାକୁ ଉପଦେଶ ଦେଇଥିଲେ । ଏହି ବ୍ରତ କରିବା ଫଳରେ ହେମ କୁଷ୍ଠରୋଗରୁ ମୁକ୍ତି ପାଇବା ସହ ମୋକ୍ଷପ୍ରାପ୍ତି ପାଇଥିଲେ ।
ଶୁଭ ମୁହୁର୍ତ :
୨୦୨୨ ଜୁନ ୨୪ ରେ ପଡ଼ୁଥିବା ଏହି ଯୋଗିନୀ ଏକାଦଶୀ ବ୍ରତ ସକାଳ ୦୫.୨୪ ରୁ ୦୮.୦୪ ସମୟ ପର୍ଯ୍ୟନ୍ତ ସ୍ୱାର୍ଥ ସିଦ୍ଧି ଯୋଗ ରହିବ । ଏହା ପରେ ସକାଳ ୧୧.୫୬ରୁ ୧୨.୫୧ ସମୟ ହେଉଛି ପୂଜା କରିବାର ଉତ୍ତମ ମୂହୁର୍ତ୍ତ । ଏହି ମୂହୁର୍ତ୍ତରେ ପୂଜା କଲେ ଶୁଭ ଫଳ ମିଳିଥାଏ ବୋଲି ବିଶ୍ୱାସ କରାଯାଏ ।