ଆଜି ବିଶ୍ୱ ଏଡସ ଦିବସ! ଜାଣନ୍ତୁ କାହିଁକି ପାଳନ ହୁଏ? ରୋଗରୁ ବର୍ତ୍ତିବା ପାଇଁ ସଚେତନ ଏକମାତ୍ର ପଦକ୍ଷେପ
ଆଜି ବିଶ୍ୱ ଏଡସ ଦିବସ। ପ୍ରତିବର୍ଷ ଡିସେମ୍ବର ୧ ତାରିଖକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ‘ବିଶ୍ୱ ଏଡସ୍ ଦିବସ’ ଭାବେ ପାଳନ କରାଯାଉଛି । ଦିନକୁ ଦିନ ଉଗ୍ରରୂପ ନେଉଛି ଏଡସ । ପ୍ରତିବର୍ଷ ଏଚଆଇଭି ଭୂତାଣୁ ଦ୍ୱାରା ୨୦ ଲକ୍ଷ ଲୋକ ସଂକ୍ରମିତ ହେଉଥିବା ବେଳେ ଏଡସରେ ପ୍ରତିଦିନ ଅନେକ ଲୋକ ମୃତ୍ୟୁବରଣ କରୁଛନ୍ତି । କେବଳ ସଚେତନତା ହିଁ ଏଡସ୍ କବଳରୁ ବର୍ତ୍ତିବାର ଏକ ମାତ୍ର ଉପାୟ ବୋଲି ବିଶେଷଜ୍ଞମାନେ ମତ ଦେଇଥାନ୍ତି । ଏହାର ଭୟବହତା ବିଷୟରେ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ୧୯୮୮ ମସିହାରୁ ପ୍ରତିବର୍ଷ ପାଳନ କରାଯାଉଛି ‘ବିଶ୍ୱ ଏଡସ ଦିବସ’ ।
ବିଶ୍ୱରେ ପ୍ରତି ୫ ଜଣରେ ଜଣେ ଏଚଆଇଭି ଆକ୍ରାନ୍ତ । ସାରା ବିଶ୍ୱବାସୀଙ୍କ ଆଗରେ ଏହି ରୋଗ ସବୁଠାରୁ ବଡ ଚ୍ୟାଲେଂଜ ସୃଷ୍ଟି କରିଛି । ଏହାକୁ ଅଦ୍ୟାବଧି ନିୟନ୍ତ୍ରିତ କରାଯାଇପାରିନାହିଁ । କେବଳ ସଚେତନତା ଏଥିରୁ ବର୍ତିବାର ଏକମାତ୍ର ଉପାୟ । ତେଣୁ ଏ ବାବଦରେ ସଚେତନତା ସୃଷ୍ଟି କରିବା ଏଦି ଦିବସର ମୂଳ ଲକ୍ଷ୍ୟ । ଡିସେମ୍ବର ମଧ୍ୟ ଏଡସ ମାସ । ତେବେ ନିରନ୍ତର ଉଦ୍ୟମ ଯୋଗୁ କିଛି ପରିମାଣରେ କମିବାରେ ଲାଗିଛି । ତେବେ ଏହି ଭୟଙ୍କର ବ୍ୟାଧିକୁ ଦମନ କରିବା ପାଇଁ ଅଦ୍ୟାବଧି କୌଣସି ଔଷଧ ବାହାରିନାହିଁ । ତେଣୁ ପ୍ରାଥମିକ ପର୍ଯ୍ୟାୟରେ ଏହି ରୋଗ ବିଷୟରେ ଜାଣିପାରିଲେ କିଛିମାତ୍ରାରେ ନିୟନ୍ତ୍ରଣକରିବା ସମ୍ଭବ ।
ପରିସଂଖ୍ୟାନ ଅନୁସାରେ, ୨୦୧୪/୧୫ ବର୍ଷରେ ୪ଲକ୍ଷ ୮୩ହଜାର ୫୧୯ ବ୍ୟକ୍ତିଙ୍କ ରକ୍ତ ପରୀକ୍ଷା ହୋଇଥିବା ବେଳେ ତହିଁରେ ୩୩୫୭ ଆକ୍ରାନ୍ତ, ୨୦୧୫/୧୬ରେ ୬ଲକ୍ଷ ୨୫ହଜାର ୪୨୦ ଲୋକଙ୍କ ମଧ୍ୟରୁ ୩୦୩୫ ଆକ୍ରାନ୍ତ, ୨୦୧୬/୧୭ରେ ପ୍ରାୟ ୧୦ଲକ୍ଷ ଲୋକଙ୍କ ପରୀକ୍ଷା ହୋଇଥିବା ବେଳେ ତହିଁରୁ ୩୩୦୭ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ୨୦୧୭/୧୮ରେ ୧୧ଲକ୍ଷ ୮୪ହଜାର ୧୨୦ ଲୋକଙ୍କ ମଧ୍ୟରୁ ୩୨୯୯ ଆକ୍ରାନ୍ତ ଓ ୨୦୧୮/୧୯ରେ ୧୨ଲକ୍ଷ ୧୮ହଜାର ୨୨୨ ଲୋକଙ୍କ ମଧ୍ୟରୁ ୩୨୦୯ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ରାଜ୍ୟ ଏଡସ ନିୟନ୍ତ୍ରଣ ସମିତି ବା ଓସାକ୍ସ ପକ୍ଷରୁ ସୂଚନା ମିଳିଛି।
ରାଜ୍ୟରେ ଯେତିକି ସଂଖ୍ୟକ ଏଚ୍ଆଇଭି ସଂକ୍ରମିତ ରହିଛନ୍ତି, ତହିଁରେ ଗର୍ଭାବସ୍ଥାରେ ଚିହ୍ନଟ ହୋଇଥିବା ବା ଏଏନ୍ସି ମହିଳାଙ୍କ ସଂଖ୍ୟା ହେଉଛି ୨୭୨୯। ଆକ୍ରାନ୍ତଙ୍କ ମଧ୍ୟରେ ୨୫-୪୯ ବର୍ଷ ଭିତରେ ସର୍ବାଧିକ ୭୭% ବ୍ୟକ୍ତି ଅଛନ୍ତି। ୧୪ବର୍ଷରୁ କମ୍ ୭% ଓ ୧୫-୨୪ବର୍ଷ ଭିତରେ ମଧ୍ୟ ୭ % ଆକ୍ରାନ୍ତ ରହିଥିବା ଜଣାପଡ଼ିଛି। ସେହିପରି ୮୮% ବ୍ୟକ୍ତି ଅସୁରକ୍ଷିତ ଯୌନ ସଂପର୍କ ଯୋଗୁଁ ଏଚ୍ଆଇଭି ସଂକ୍ରମିତ ହୋଇଥିବା ବେଳେ ମାତାପିତାଙ୍କଠାରୁ ଶିଶୁଙ୍କୁ ସଂକ୍ରମିତ ହାର ରହିଛି ୬%। ଏହାସହ ଦୂଷିତ ରକ୍ତ ୧ %, ସଂକ୍ରମିତ ସିରିଞ୍ଜ ଯୋଗୁଁ ୨ ପ୍ରତିଶତ ଓ ୩ % ବ୍ୟକ୍ତି କେଉଁ କାରଣରୁ ସଂକ୍ରମିତ ହୋଇଛନ୍ତି, ତାହା ସ୍ପଷ୍ଟ ହୋଇପାରି ନ ଥିବା ପରିସଂଖ୍ୟାନରୁ ଜଣାପଡ଼ିଛି।
ଏଡସ୍ ରୋଗୀଙ୍କ ତୁଳନାରେ ଭାରତରେ ଏଡ଼ସ୍ ରୋଗୀଙ୍କ ସଂଖ୍ୟା ତୃତୀୟ ସର୍ବୋଚ୍ଚ । ଓଡ଼ିଶାରେ ଯଦଗି ଦେଖିବା ତେବେ ଦକ୍ଷିଣ ଓଡ଼ିଶାକୁ ଏଡ଼ସ୍ ରୋଗୀଙ୍କ ପେଣ୍ଠସ୍ଥଳୀ ବୋଲି କୁହାଯାଏ । ବିଶେଷକରି ଗଞ୍ଜାମ ଜିଲାରେ ରାଜ୍ୟର ସର୍ବାଧିକ ଏଡସ ରୋଗୀ ଅଛନ୍ତି । ତେବେ ଦକ୍ଷିଣାଞ୍ଚଳ ଜିଲ୍ଲା ଗୁଡ଼ିକରେ ଫ୍ରି କ୍ଲିନିକ୍ ସହ ଏସଡର ନିରାକରଣ ପାଇଁ ସରକାରୀ ସ୍ତରରେ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି । ଏହା ଖୁସିର କଥାଯେ ପ୍ରତି ବର୍ଷ ଏଡ଼ସ୍ ରୋଗୀଙ୍କ ସଂଖ୍ୟା ରାଜ୍ୟରେ କମିଚାଲିଛି । ୨୦୧୪-୧୫ ବର୍ଷରେ ଓଡ଼ିଶାରେଏଡ଼ସ୍ ରୋଗୀଙ୍କ ହାର ୦.୭% ଥିବାବେଳେ ବର୍ଷ ୨୦୧୮-୧୯ରେ ଏହା ୦.୩ % କୁ ହ୍ରାସପାଇଛି । ତେବେ ଏତିକିରେ ହାତରେ ହାତ ବାନ୍ଧି ବସିଗଲେ ସଚେତନତାରେ ସୃଷ୍ଟି ହେବ ପ୍ରତିବନ୍ଧକ ।
ଏଡ଼ସ୍ ମୁକ୍ତ ପାଇଁ ସଚେତନତାର କିଛି ଉଚିତ ବାର୍ତ୍ତା :
୧. ଏଡସ୍ ଏମିତି ଏକ ମାରାତ୍ମକ ରୋଗ, ଯାହା ଆପଣଙ୍କ ଭିତରେ ବର୍ଷ ବର୍ଷରୁ ରହିପାରେ । ଏଥିପାଇଁ ଉତ୍ତମ ଚିକିତ୍ସାର ପ୍ରୟୋଜନ ଅଛି ।
୨. ଏଚଆଇଭି ପଜିଟିଭ୍ ଯେତେ ଶୀଘ୍ର ଷ୍ଟେଜରେ ଜଣାପଡ଼ିଯିବ, ସେତେ ଶୀଘ୍ର ଆପଣ ଏହାକୁ ଜିତିବାରେ ସଫଳ ହେବେ ।
୩.ଏହା ପରବର୍ତ୍ତୀ ମୂହୁର୍ତ୍ତରେ କର୍କଟକୁ ଜନ୍ମ ଦେଇପାରେ ।
୪. ଏଡ଼ସ୍ ଚିକିତ୍ସା ଜାରିରହିଥିବା ସମୟରେ ନିଶାସେବନ କରୁଥିବା ବ୍ୟକ୍ତି ସୁଫଳ ପାଇବା ଆଶା କ୍ଷୀଣ ।
୫. ଶରୀରରେ ଜ୍ୱର ଏବଂ ସଂକ୍ରମଣ ଲାଗିରହିଲେ ତୁରନ୍ତ ଡ଼ାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
୬. ହଠାତ ଓଜନ କମିଯାଇ ଶରୀର ଦୁର୍ବଳ ହେଲେ ରକ୍ତପରୀକ୍ଷା କରନ୍ତୁ ।
୭.ଶାରୀରିକ ସମ୍ପର୍କ ରଖିବାବେଳେ ସ୍ୱଚ୍ଛତା ପ୍ରତି ସତର୍କ ରୁହନ୍ତୁ ଏବଂ ନିରୋଧକ ବ୍ୟବହାର କରନ୍ତୁ ।
୮. ଏକାଧିକ ବ୍ୟକ୍ତିଙ୍କ ସହ ଶାରୀରିକ ଅନ୍ତରଙ୍ଗ ହେବା ଆପଣଙ୍କ ପାଇଁ ବିପଦ ସୃଷ୍ଟିକରିପାରେ ।
ଏଡ଼ସ ହେଉଛି ଗୋଟିଏ ରୋଗ । ଏଡ଼ସର ପୁରା ନାମ Acquired Immune Deficiency Syndrome । ଏହାର ଅର୍ଥ ଅର୍ଜିତ ରୋଗ ପ୍ରତିରୋଧକ ଶକ୍ତି ଅଭାବଜନିତ ବିବିଧ ଲକ୍ଷଣ । ୧୯୮୧ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାର ଜର୍ଜିଆ ପ୍ରଦେଶରେ ପ୍ରଥମେ ଏଡ଼ସ ରୋଗ ଦେଖାଦେଇଥିଲା । ୧୯୮୬ ମସିହାରେ ଭାରତରେ ଓ ୧୯୯୨ ମସିହାରେ ଆମ ଓଡିଶାରେ ଏଡ଼ସ ରୋଗୀର ଚିହ୍ନଟ ହୋଇଥିଲା ।
ମିଳିତ ଜାତିସଂଘ ତରଫରୁ ଏଡ଼ସ ସଂସ୍ଥା ଖୋଲାଯାଇଛି ଯାହାର ନାମ UNAIDS । ସବୁଠାରୁ ଦୁଃଖର କଥା ଏହି ରୋଗୀଙ୍କ ମଧ୍ୟରେ ବେଶୀ ଅଛନ୍ତି ୧୬ ବର୍ଷରୁ କାମ ବୟସର ଯୁବକଯୁବତୀ । ବିଶ୍ୱରେ ପରୁଷମାନଙ୍କ ତୁଳନାରେ ମହିଳାମାନଙ୍କ ମୃତ୍ୟୁହାର ଅଧିକ । ଦିନଥିଲା ଏଡ଼ସ କଣ ଲୋକ ଜାଣି ନଥିଲେ ।
ଏଡ଼ସ ର ମୁଖ୍ୟ କାରଣ ଅସଂଯତ ଯୌନ ସମ୍ପର୍କ । ଏଡ଼ସ ରୋଗୀ ସହିତ ହାତ ମିଳାଇବା, ଚୁମାଦେବା, ଏକତ୍ର ଖାଇବା ଏବଂ ଖେଳିବା, ଏକା ପୋଷାକ ପିନ୍ଧିବା, ସାମୁହିକ ପାଇଖାନା, ପୁଷ୍କରିଣୀ ଏବଂ ଗାଧୁଆଘର ବ୍ୟବହାର ଦ୍ୱାରା ଏଡ଼ସ ସଞ୍ଚରିତ ହୁଏ ନାହିଁ । ଏହି ରୋଗର ପରୀକ୍ଷା ପାଇଁ ଦୁଇ ପ୍ରକାର ଉପାୟ ଅଛି । ELISA ପରୀକ୍ଷା ଦ୍ୱାରା AIDS ଚିହ୍ନଟ କରାଯାଏ । ଏହା ବ୍ୟତୀତ ୱେଷ୍ଟର୍ନ ବ୍ଳଟ, ରା଼ପିଡ଼ ଟେଷ୍ଟ ପରୀକ୍ଷା ମଧ୍ୟ କରାଯାଏ । ଏଡ଼ସରେ ଆକ୍ରାନ୍ତ ବ୍ୟକ୍ତି ହୋଇଥିବା ରୋଗୀ ଶରୀରର ଓଜନ ହ୍ରାସ, ଅଧିକ ସମୟ ଜ୍ୱର, ରାତିରେ ଝାଳ ବୋହିବା, ଅଧିକ ସମୟ କାଶ ଲାଗିରହିବ, ଚର୍ମରୋଗ, ନିମୋନିଆ ଯକ୍ଷ୍ମା ପ୍ରକଶ ପାଇଥାଏ ।
HIV ସଂକ୍ରମଣର ମାଧ୍ୟମଗୁଡିକ ହେଲା :-
HIV ରୋଗୀର ରକ୍ତ, ସଂକ୍ରମିତ ହୋଇନଥିବା ଲୋକଠାରେ ସଂଚାରଣ କଲେ ।
HIV ସଂକ୍ରମିତ ରୋଗୀର ଇଞ୍ଜେକ୍ସନ ସିରିଞ୍ଜ, କ୍ଷର ଇତ୍ୟାଦି ବ୍ୟବହାର କଲେ ।
HIV ସଂକ୍ରମିତ ମା’ଠାରୁ ଗର୍ଭସ୍ଥ ଶିଶୁକୁ ରକ୍ତ ମାଧ୍ୟମରେ ସଂକ୍ରମିତ ହୁଏ ।
HIV ସଂକ୍ରମିତ ବ୍ୟକ୍ତି ସହ ଶାରୀରିକ ସମ୍ପର୍କ ଦ୍ୱାରା ।
ଏଡ଼ସ ରୋଗୀର ଚିକିତ୍ସା ପାଇଁ ବେଳହୁଁ ସାବଧାନ ହେବାକୁ ପଡେ । ନଚେତ ଏଡ଼ସ ରୋଗ ମାନବ ସମାଜକୁ ଧ୍ଵଂସ କରିଦେବ । ମଣିଷ ସ୍ନେହ କାଙ୍ଗାଳ। ଏଡ଼ସ ରୋଗୀକୁ ଘୃଣା କରିବା ପରିବେର୍ତ୍ତେ ରୋଗଠୁ ଦୁରେଇ ରଖିବା ଆଜି ଦିନର ଆହ୍ୱାନ । ଆସନ୍ତୁ ମିଳିମିଶି ହାତକୁ ହାତ ମିଶାଇ ମହାମାରୀକୁ ଦୁରେଇ ଦେବା ନଚେତ ଏ ତଦନ୍ତ ବୈତରଣୀ ପାରିହେବା କଷ୍ଟ କର । ଆସନ୍ତୁ, ହାତ ମିଳାନ୍ତୁ, ଏଡ଼ସ ଦୂର କରନ୍ତୁ ।