ଆଜି ସପ୍ତାହାନ୍ତ ସଟଡାଉନର ଦ୍ୱିତୀୟ ଦିନ
ଭୁବନେଶ୍ୱର : ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ଏହାକୁ ରୋକିବାକୁ ସମସ୍ତ ସହରାଞ୍ଚଳରେ ଲାଗୁ ହୋଇଛି ସପ୍ତାହାନ୍ତ ସଟଡାଉନ୍ । ରବିବାର ହେଉଛି ସପ୍ତାହାନ୍ତ ସଟଡାଉନ୍ର ଦ୍ୱିତୀୟ ଦିନ । ଶୁକ୍ରବାର ରାତି ୯ଟାରୁ ନାଇଟ୍ କର୍ଫ୍ୟୁ ସହ ରାଜ୍ୟର ସମସ୍ତ ସହରାଞ୍ଚଳରେ ଲାଗୁ ହୋଇଛି ସପ୍ତାହାନ୍ତ ସଟଡାଉନ୍ । ଶନିବାର ଭଳି ରବିବାର ମଧ୍ୟ ସଟଡାଉନ୍ ବେଳେ କଟକଣାକୁ କଡାକଡି କରାଯାଇଛି । ରାଜ୍ୟ ତମାମ ବିଭିନ୍ନ ସହରାଞ୍ଚଳରେ ପୋଲିସ ପକ୍ଷରୁ ଚେକିଂ ଓ ବ୍ଲକିଂ କରାଯାଇ ଯାଞ୍ଚ୍ କରାଯାଉଛି । ସଟଡାଉନ୍ ବେଳେ କେବଳ ଜରୁରୀକାଳିନ ସେବା ଜାରି ରହିବ । କଟକଣା ଶୁକ୍ରବାର ରାତି ୯ଟାରୁ ସୋମବାର ସକାଳ୫ଟା ଯାଏଁ ଲାଗୁ ହେବ । ଶନିବାର ପରି ରବିବାର ମଧ୍ୟ ୫ଟାରୁ ୬ଟା ଯାଏଁ ପ୍ରାତଃଭ୍ରମଣ ଓ ସାଇକେଲିଂ ପାଇଁ ଏକ ଘଣ୍ଟା କଟକଣାକୁ କୋହଳ କରାଯାଇଛି । ସଟଡାଉନ୍ ବେଳେ ସମୟରେ ସାଧାରଣ ଲୋକଙ୍କ ଯାତାୟତ ଉପରେ କଟକଣା ଜାରି କରାଯାଇଛି । ଏନେଇ ପୂର୍ବରୁ ପ୍ରେସମିଟ୍ କରି କହିଥିଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।
ସୂଚନା ଯେ, ଶୁକ୍ରବାର ରାତି ୯ଟା ଠାରୁ ସୋମବାର ସକାଳ ଯାଏ ବଳବତ୍ତର ରହିବ ସଟଡାଉନ୍ କଟକଣା । କେବଳ ଜଗିଙ୍ଗ ଓ ସାଇକେଲିଂ ପାଇଁ ୫ରୁ ୬ଟା ଏକ ଘଣ୍ଟା ପାଇଁ କଟକଣା କୋହଳ ହେବ । ତେବେ କଟକଣା ବେଳେ ତେବେ ଏହି ସମୟରେ ସମସ୍ତ ମେଡିକାଲ, କ୍ଲିନିକ୍, ନର୍ସିଂ, ହୋମ୍, ମେଡିସିନ୍ ଷ୍ଟୋର ଆଦି ଖୋଲା ରହିବ । ଏତତ୍ ବ୍ୟତୀତ, ଟେଲିକମ୍ ସର୍ଭିସ୍, ପେଟ୍ରୋଲ ପମ୍ପ, ଏଲପିଜି ବିତରଣ କଟକଣା ମୁକ୍ତ ରହିବ । ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍ ବିତରଣ, ମାଲପରିବହନକୁ କଟକଣାରୁ ବାଦ ଦିଆଯାଇଛି ।ସେହିପରି ଶିଳ୍ପ ଉଦ୍ୟୋଗ ଓ ନିର୍ମାଣ କାର୍ଯ୍ୟ ଚାଲିବ ।ତେଜରାତି, ଆମିଷ ଓ କ୍ଷୀର ଦୋକାନ ଖୋଲା ରହିବ । ଆହୁରି ମଧ୍ୟ ରେଳ ଓ ବିମାନ ସେବା ଜାରି ରହିବ । ଯାତ୍ରୀଙ୍କୁ ଷ୍ଟେସନ୍ ଓ ବସଷ୍ଟାଣ୍ଡରୁ ଟିକେଟ୍ ଦେଖାଇ ଟାକ୍ସି ଗୁଡିକ ନେବା ଆଣିବା କରିପାରିବେ । ତେବେ ସପ୍ତାହାନ୍ତ ସଟଡାଉନର ପ୍ରଥମ ଦିନରେ କିଛି ଅମାନିଆଙ୍କୁ ପୋଲିସ ସାବାଡ଼ କରିଥିଲା । ଏପରିକି ଫାଇନ ମଧ୍ୟ ଲଗାଇଥିଲା । ରବିବାର ମଧ୍ୟ କଟକଣା କଡାକଡି ହେବା ସହ ଯାଂଚକୁ ଜୋରଦାର କରାଯିବ ବୋଲି ଜଣା ପଡ଼ିଛି ।