ଆଜି ଶ୍ରାବଣ ପ୍ରଥମ ସୋମବାର : ଭକ୍ତିର ସହ ପୂଜା କଲେ ପୂରଣ ହେବ ମନସ୍କାମନା
ହିନ୍ଦୁ ଧର୍ମରେ ସବୁଠାରୁ ପବିତ୍ର ମାସ ହେଉଛି ଶ୍ରାବଣ ମାସ। ଶାସ୍ତ୍ର ଅନୁଯାୟୀ ଏହି ମାସରେ ବ୍ରତ ପାଳନ କରିବା ଉଚିତ। ଏହି ମାସର ସୋମବାର ଉପବାସ କରିବା ଉଚିତ। ଏହି ମାସରେ ପୁରା ଦିନ ବ୍ରତ ରଖିବାର ପରମ୍ପରା ରହିଛି, କିନ୍ତୁ ଯେଉଁ ଲୋକମାନେ ବ୍ରତ ରଖିପାରିବେ ନାହିଁ ସେମାନେ କେବଳ ସୋମବାର ଦିନ ଉପବାସ କରିପାରିବେ। କାରଣ ଶ୍ରାବଣ ମାସର ସୋମବାର ମହତ୍ତ୍ୱପୂର୍ଣ୍ଣ ହୋଇଥାଏ। ଏହି ମାସରେ ଉପବାସ କରିବା ଦ୍ୱାରା ମାନସିକ ଏବଂ ଶାରୀରିକ ରୋଗ ଦୂର କରାଯାଇପାରିବ। ଶ୍ରାବଣ ସୋମବାର ବ୍ରତ ସୂର୍ଯ୍ୟଦ୍ୱୟ ପ୍ରାରମ୍ଭରୁ ଆରମ୍ଭ କରି ଦ୍ୱିତ୍ତୀୟ ପ୍ରହର ପର୍ଯ୍ୟନ୍ତ କରାଯାଇଥାଏ। ବ୍ରତ ସମୟରେ ଥରେ ଭୋଜନ କରିବାର ନିୟମ ରହିଛି। ଏହି ବ୍ରତ ଅତ୍ୟନ୍ତ କଠିନ ହୋଇଥାଏ। ଆପଣ ଚାହିଁଲେ ସକାଳ ସମୟରେ ଫଳ ଆହାର କରି ମଧ୍ୟାହ୍ନରେ ଭୋଜନ କରିପାରିବେ। ପୁରାଣ ଏବଂ ଶାସ୍ତ୍ର ଅନୁଯାୟୀ ସୋମବାର ବ୍ରତ ତିନି ପ୍ରକାର ହୋଇଥାଏ। ଯେପରି ଶ୍ରାବଣ ସୋମବାର, ଷୋହଳ ସୋମବାର ଏବଂ ସୋମ ପ୍ରଦୋଷ। ବିଶେଷ ରୂପେ ମହିଳାମାନଙ୍କ ପାଇଁ ଶ୍ରାବଣ ସୋମବାର ବ୍ରତ କରିବା ଅନେକ ଫଳଦାୟୀ ହୋଇଥାଏ। ବିଧି ବିଧାନର ସହ ଉପବାସ କରିବା ଦ୍ୱାରା ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ। ସେହିଭଳି ଯେଉଁମାନେ ୧୬ ସୋମବାର ବ୍ରତ କରିବାକୁ ଚାହୁଁଛନ୍ତି ସେମାନେ ଶ୍ରାବଣ ମାସର ପ୍ରଥମ ସୋମବାର ଅର୍ଥାତ ଆସନ୍ତାକାଲି ଠାରୁ ଆରମ୍ଭ କରିପାରିବେ। ଏହି ମାସରେ ଭଗବାନ ଶିବଙ୍କୁ ବେଲପତ୍ର ଅର୍ପଣ କରି ପୂଜା କରିବା ଶ୍ରେଷ୍ଠ ଏବଂ ଶୁଭ ଫଳଦାୟକ ହୋଇଥାଏ।
ବର୍ଷକ ୧୨ ମାସ ମଧ୍ୟରେ ଶ୍ରାବଣ ମାସ ପବିତ୍ର ମାସ। ଶ୍ରାବଣ ମାସ ଭଗବାନ ଶିବଙ୍କୁ ସମର୍ପିତ। ଶ୍ରାବଣ ମାସରେ ବିଧି ବିଧାନ ଅନୁସାରେ ଭଗବାନ ଶିବଙ୍କୁ ପୂଜା କରାଯାଏ। ଶ୍ରାବଣ ମାସରେ କାଉଡିଆ ଯାତ୍ରା ମଧ୍ୟ ହୁଏ। କୌଣସି ପବିତ୍ର ନଦୀରୁ ଜଳ ନେଇ କାଉଡିଆ ଶିବଲିଙ୍ଗରେ ଅର୍ପଣ କରନ୍ତି। ଶ୍ରାବଣ ସୋମବାରର ବିଶେଷ ମହତ୍ତ୍ୱ ରହିଛି।
ସୌଭାଗ୍ୟ ଯୋଗର ମହତ୍ତ୍ୱ – ସୌଭାଗ୍ୟ ଯୋଗ ସର୍ବଦା ମଙ୍ଗଳକାରୀ ହୋଇଥାଏ। ଏହା ନିଜ ନାଁ ଅନୁଯାୟୀ ଭାଗ୍ୟକୁ ବଢାଇବା ଭଳି ଯୋଗ ହୋଇଥାଏ। ଏହି ଯୋଗରେ ବିବାହ ହେଲେ ବୈବାହିକ ଜୀବନ ସୁଖମୟ ହୋଇଥାଏ। ସୌଭାଗ୍ୟ ଯୋଗରେ ବ୍ୟବସାୟରେ ସଫଳତା ସୁନିଶ୍ଚିତ ହୋଇଥାଏ।
ଶୋଭନ ଯୋଗର ମହତ୍ତ୍ୱ – ଶୋଭନ ଯୋଗରେ ସମସ୍ତ ସମସ୍ତ ଧାର୍ମିକ କାର୍ଯ୍ୟ ସଫଳ ହୋଇଥାଏ। ଏହି ଯୋଗରେ କରାଯାଇଥିବା କାର୍ଯ୍ୟ ଓ ଯାତ୍ରା ଫଳଦାୟୀ ପ୍ରମାଣିତ ହୋଇଥାଏ।
ଶ୍ରାବଣ ମାସର ମହତ୍ତ୍ୱ – ହିନ୍ଦୁ ଧର୍ମ ମାନ୍ୟତା ଅନୁଯାୟୀ ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ପୂଜା କଲେ ସବୁ ମନୋସ୍କାମନା ପୂରଣ ହୋଇଥାଏ। ଶ୍ରାବଣ ସୋମବାର ଦିନ ବ୍ରତ ପାଳନ କଲେ ତୁରନ୍ତ ଫଳ ପ୍ରାପ୍ତ ହୋଇଥାଏ। ବିବାହ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର ହୋଇଥାଏ।
ଭଗବାନ ମହାଦେବଙ୍କ ପୂଜାର୍ଚ୍ଚନା ପାଇଁ ସୋମବାର ଦିନ ବହୁତ ଶୁଭ ମାନା ଯାଇଥାଏ। ଶ୍ରାବଣ ମାସ ହିନ୍ଦୁ ମାନଙ୍କ ପାଇଁ ବହୁତ ଶୁଭ ହୋଇଥାଏ। ଏହି ମାସରେ ପଡ଼ୁଥିବା ସୋମବାରକୁ ବହୁତ ବିଶେଷ ମାନା ଯାଇଥାଏ। ଯଦି ଶ୍ରାବଣ ମାସ ସୋମବାର ଦିନ ଦେବଦେବ ମହାଦେବଙ୍କୁ ପୂଜାର୍ଚ୍ଚନା କରାଯାଏ ତାହେଲେ ଏହାର ଶୁଭ ଫଳ ଅନ୍ୟ ସୋମବାର ଅପେକ୍ଷା ୧୦୦ ଗୁଣା ବଢ଼ି ଯାଇଥାଏ। ତେଣୁ ଭଗବାନ ଶିବଙ୍କ କୃପା ପାଇବା ପାଇଁ ତାଙ୍କୁ ପ୍ରସନ୍ନ କରିବା ନିହାତି ଆବଶ୍ୟକ ହୋଇଥାଏ। ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣଙ୍କୁ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଏପରି କିଛି ଉପାୟ କହିବାକୁ ଯାଉଛୁ ଯାହାକୁ ପାଳନ କରି ଆପଣ ଭଗବାନ ଶିବଙ୍କୁ ପ୍ରସନ୍ନ କରି ପାରିବେ। ଯାହାଦ୍ଵାରା ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହେବ। ତେଣୁ ଏଥିପାଇଁ ଆପଣଙ୍କୁ ପ୍ରତ୍ୟେକ ଶ୍ରାବଣ ମାସର ଯେକୌଣସି ସୋମବାର ଦିନ କିଛି ଜିନିଷ ଅର୍ପଣ କରିବାକୁ ପଡ଼ିବ। ସେହି ଜିନିଷ ଗୁଡ଼ିକ କଣ ଏବଂ ତାହାର ପ୍ରଭାବ କଣ ରହିଛି ଆସନ୍ତୁ ଜାଣିବା।
୧) ଜଳ :-
ଯଦି ଆପଣ ଶ୍ରାବଣ ମାସରେ ଯେକୌଣସି ସୋମବାର ଦିନ ଓଁ ନମଃ ଶିବାୟ ମନ୍ତ୍ର ଜପ କରି ଶିବ ଲି-ଙ୍ଗ ଉପରେ ଜଳ ଅର୍ପଣ କରିବେ ତାହେଲେ ଆପଣଙ୍କର ସବୁ ଚିନ୍ତା ଦୂର ହୋଇଯିବ।
୨) କ୍ଷୀର :-
ଯଦି ଆପଣ ଶ୍ରାବଣ ମାସରେ ଯେକୌଣସି ସୋମବାର ଦିନ କ୍ଷୀରରେ ଶିବ ଅଭିଷେକ କରାଇବେ, ତାହେଲେ ଆପଣଙ୍କୁ ଲାଭ ମିଳିବା ଏବଂ ଶାରୀରିକ ରୂପରେ ସୁସ୍ଥ ରହିବେ।
୩) ଚିନି :-
ଯଦି ଆପଣ ଶ୍ରାବଣ ମାସରେ ଯେକୌଣସି ସୋମବାର ଦିନ ଶିବଲି-ଙ୍ଗ ଉପରେ ଚିନି ଅର୍ପଣ କଲେ ଆପଣଙ୍କ ଘର ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ଏହାସହିତ ଭଗବାନ ଶିବଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ସର୍ବଦା ରହିବ।
୪) ଘିଅ :-
ଯଦି ଆପଣ ଶିବଲି-ଙ୍ଗର ଅଭିଷେକ ଘିଅରେ କରିବେ ତାହେଲେ ଆପଣଙ୍କୁ ଶାନ୍ତି ପ୍ରାପ୍ତ ହେବ। ଯେଉଁମାନେ ସନ୍ତାନ ସୁଖ ପ୍ରାପ୍ତ କରି ପାରୁ ନାହାଁନ୍ତି, ସେମାନଙ୍କୁ ସନ୍ତାନ ସୁଖ ପ୍ରାପ୍ତ ହେବ।
୫) ମହୁ :-
ଯଦି ଆପଣ ନିଜର ବାଣୀକୁ ମଧୁର କରିବାକୁ ଚାହୁଁଛନ୍ତି , ତାହେଲେ ଆପଣ ଶିବଲି-ଙ୍ଗ ଉପରେ ଶ୍ରାବଣ ମାସର ଯେକୌଣସି ସୋମବାର ଦିନ ମହୁ ଅର୍ପଣ କରନ୍ତୁ।
୬) ଭାଙ୍ଗ :-
ଯଦି ଆପଣ ଶ୍ରାବଣ ମାସରେ ଭଗବାନ ଶିବଲି-ଙ୍ଗ ଉପରେ ଭାଙ୍ଗ ଅର୍ପଣ କରିବେ ତାହେଲେ ଭଗବାନ ମହାଦେବ ପ୍ରସନ୍ନ ହୋଇଯିବେ। କାରଣ ଶିବଙ୍କର ଭାଙ୍ଗ ସହିତ ବହୁତ ଗଭୀର ସମ୍ବନ୍ଧ ରହିଛି। ତେଣୁ ଆପଣ ମାନେ ଶ୍ରାବଣ ମାସରେ ଶିବଲି-ଙ୍ଗ ଉପରେ ଭାଙ୍ଗ ଅର୍ପଣ କରନ୍ତୁ।
୭) ଚନ୍ଦନ :-
ଯଦି ଆପଣମାନେ ଶିବଲି-ଙ୍ଗ ଉପରେ ଚନ୍ଦନ ଅର୍ପଣ କରିବେ, ତାହେଲେ ଆପଣଙ୍କର ସବୁ ମନସ୍କାମନା ପୂରଣ ହୋଇଯିବ। ଏହାକୁ ଆପଣ ଶ୍ରାବଣ ମାସରେ ଯେକୌଣସି ସୋମବାର ଦିନ କରି ପାରିବେ।
୮) କେଶର :-
ଯଦି ଆପଣ ଶିବଲିଙ୍ଗ ଉପରେ କେଶର ଆପଣ କରିବେ ତାହେଲେ ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଯିବ। ତେଣୁ ଶ୍ରାବଣ ମାସର ଯେକୌଣସି ସୋମବାର ଦିନ ଏହିସବୁ ଜିନିଷ ଗୁଡ଼ିକ ଅର୍ପଣ କରି ଆପଣମାନେ ଦେବଦେବ ମହାଦେବଙ୍କୁ ଅର୍ପଣ କରି ପାରିବେ। ଯାହାଦ୍ଵାରା ଆପଣଙ୍କ ଜୀବନର ସମସ୍ତ ମନସ୍କାମନା ପୂରଣ ହୋଇଯିବ।
(ବି:ଦ୍ର: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସମ୍ପୂର୍ଣ୍ଣ ସତ୍ୟ ଏବଂ ସଠିକ୍ ବୋଲି ଦାବି କରୁନାହୁଁ। ଗ୍ରହଣ କରିବା ପୂର୍ବରୁ ଦୟାକରି ସମ୍ପୃକ୍ତ କ୍ଷେତ୍ରର ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। )
ବନ୍ଧୁଗଣ ଆମେ ଆଶା କରୁଛୁ କି ଏହି ଲେଖାଟି ଆପଣଙ୍କୁ ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜକୁ ଲାଇକ ଏବଂ ଫଲୋ ସହ କମେଣ୍ଟ କରନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ । ଯଦି କିଛି ଭୁଲ ଥିବା ଆମକୁ କ୍ଷମା କରିଦେବେ । ଧନ୍ୟବାଦ !!!