ଆଜି ଦ୍ୱିତୀୟ ଟି-୨୦! ସିରିଜ୍ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ ଓ ବରାବର ଲକ୍ଷ୍ୟରେ ଇଣ୍ଡିଜ୍
କୋଲକାତା : ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୩ଟିକିଆ ଟି-୨୦ ସିରିଜ୍ର ଦ୍ୱିତୀୟ ମୁକାବିଲା ଶୁକ୍ରବାର ଖେଳାଯିବ । କୋଲକାତାର ଇଡେନ୍ ଗାର୍ଡେନ୍ରେ ଟି-୨୦ ସିରିଜ୍ର ସମସ୍ତ ମ୍ୟାଚ୍ ଖେଳାଯିବାକୁ ଅଛି । ଦ୍ୱିତୀୟ ମ୍ୟାଚ୍କୁ ଜିତି ଭାରତ ସିରିଜ୍ କବ୍ଜା କରିବା ଲକ୍ଷ୍ୟରେ ଥିବାବେଳେ ବରାବର କରିବା ଲକ୍ଷ୍ୟରେ ରହିଛି ଇଣ୍ଡିଜ୍ ।
ତେବେ ଦ୍ୱିତୀୟ ଟି-୨୦ ସିରିଜ୍ରେ ଉଭୟ ଟିମ୍ର ପ୍ଲେଇଂ ଇଲେଭେନ୍କୁ ନେଇ ଚର୍ଚ୍ଚା ଲାଗିରହିଛି । କାରଣ ଦ୍ୱିତୀୟ ମ୍ୟାଚ୍ ହାଇଭୋଲଟେଜ୍ ହେବ । ୱେଷ୍ଟଇଣ୍ଡିଜ୍ ସିରିଜ୍କୁ ଫେରିବାକୁ ଚାହୁଁଥିବା ବେଳେ ଭାରତ ମ୍ୟାଚ୍ ଜିତି ସିରିଜ୍ କବ୍ଜା କରିବାକୁ ଚାହିଁବ । ଭାରତୀୟ ଦଳ କଥା କହିବାକୁ ଗଲେ, ଦଳ ଦ୍ୱିତୀୟ ଦିନିକିଆରେ କୌଣସି ପରିବର୍ତନ କରିବାର ସମ୍ଭାବନା କମ । କାରଣ ଦଳ ପ୍ରଥମ ମ୍ୟାଚ୍ ଜିତିସାରିଛି । ଶ୍ରେୟସ ଆୟର ଫର୍ମରେ ଥିବାରୁ ପରବର୍ତୀ ମ୍ୟାଚ୍ରେ ତାଙ୍କୁ ଦଳରେ ସାମିଲ କରାଯାଇପାରେ । ଏ ନେଇ ଅଧିନାୟକ ରୋହିତ ଶର୍ମାଙ୍କ ନଜର ପ୍ଲେଇଂ ଇଲେଭେନ୍ ଉପରେ ରହିବ । ଅନ୍ୟପଟେ ଦେଖିବାକୁ ଗଲେ, ଦଳରେ ଏବେ କାହାରିକୁ ବାହାରେ ବସାଇବା ମଧ୍ୟ ଚିନ୍ତାକରାଯାଇ ନପାରେ । କାରଣ ସୂର୍ଯ୍ୟକୁମାର ଯାଦବ ଏବଂ ଭେଙ୍କଟେଶ୍ ଆୟର ପ୍ରଥମ ମ୍ୟାଚ୍ରେ ୱିନିଂ ଇନିଂସ ଖେଳିଥିଲେ । ତେଣୁ ଉଭୟଙ୍କ ମଧ୍ୟରୁ କାହାରିକୁ ବାହାରେ ବସାଇବା ସମ୍ଭବପର ନୁହେଁ ।
ଟିମ୍ ଇଣ୍ଡିଆର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ୍: ଇଶାନ କିଶନ, ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ୱିକେଟ୍ କିପର), ଭେଙ୍କଟେଶ ଆୟର, ଦୀପକ ଚହର, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ରବି ବିଷ୍ଣୋୟୀ ଏବଂ ୟୁଜବେନ୍ଦ୍ର ଚହଲ ।
ୱେଷ୍ଟଇଣ୍ଡିଜ୍ର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ୍: ବ୍ରେଣ୍ଡନ୍ କିଙ୍ଗସ, କାଇଲ୍ ମେୟର୍ସ, ନିକୋଲସ୍ ପୁର (ୱିକେଟ୍ କିପର), ରୋବ୍ମେନ୍ ପୋୱେଲ, କିରନ୍ ପୋଲାର୍ଡ (ଅଧିନାୟକ), ରୋଷ୍ଟନ୍ ଚେଜ୍, ଜେସନ୍ ହୋଲଡର, ରୋମାରିୟୋ ସେଫର୍ଡ, ଅକୀଲ ହୁସେନ୍, ଓଡିୟନ୍ ସ୍ମିଥ ଏବହ କେବିୟନ୍ ଏଲେନ ।