ଆଜି ପ୍ରଧାନମନ୍ତ୍ରୀଙ୍କ ବର୍ଷର ଶେଷ ମନ କି ବାତ କାର୍ଯ୍ୟକ୍ରମ
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀଙ୍କ ବର୍ଷର ଶେଷ ତଥା ୮୪ତମ ମନ କି ବାତ କାର୍ଯ୍ୟକ୍ରମ। ପୂର୍ବାହ୍ନ ୧୧ଟା ସମୟରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାର୍ଯ୍ୟକ୍ରମରେ ଆତ୍ମନିର୍ଭର ଭାରତ ସହିତ ଜଡିତ କିଛି କାହାଣୀ ବିଷୟରେ ଉଲ୍ଲେଖ୍ୟ କରିବେ ପ୍ରଧାନମନ୍ତ୍ରୀ ।
ଏହା ଏକ ମାସିକ ରେଡିଓ କାର୍ଯ୍ୟକ୍ରମ ଯାହା ପ୍ରତି ମାସ ଶେଷ ରବିବାର ଅନୁଷ୍ଠିତ ହୋଇଥାଏ । ଏହି ଦିନ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ମନର କଥା କହିଥାନ୍ତି । ଏହା ଦୂରଦର୍ଶନ ଓ ଅଲ ଇଣ୍ଡିଆ ରେଡିଓରେ ପ୍ରସାରିତ ହୋଇଥାଏ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଶର ନାଗରିକମାନଙ୍କୁ ସେମାନଙ୍କ ମତ ମଧ୍ୟ ମାଗିଥାନ୍ତି । ଆଜିର ଏହି ଏପିସୋଡ ପାଇଁ ବିଭିନ୍ନ ଅଞ୍ଚଳରୁ ଅନେକ ମତ ପାଇଛନ୍ତି ଯେଉଁମାନେ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଛନ୍ତି ବୋଲି ଟ୍ବିଟ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ।
ପ୍ରକାଶ ଥାଉ କି ଶେଷ ଥର ପାଇଁ ପ୍ରଧାନମନ୍ତ୍ରୀ ନଭେମ୍ବର ୨୮ରେ ଦେଶବାସୀଙ୍କ ସହିତ କଥା ହୋଇଥିଲେ । ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧର ଭାରତର ବିଜୟକୁ ୫୦ ବର୍ଷ ପୂର୍ତ୍ତୀ ନେଇ ଦେଶର ସଶସ୍ତ୍ର ବାହିନୀଙ୍କୁ ପ୍ରଶଂସା କରିଥିଲେ । ୨୦୧୪ ଅକ୍ଟୋବର ୩ରେ ମନ କି ବାତର ପ୍ରଥମ ଏପିସୋଡ ପ୍ରସାରିତ ହୋଇଥିଲା ।