ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ନୈଶ୍ୟଭୋଜି
ନୂଆଦିଲ୍ଲୀ : ଆସନ୍ତା ୨୪ ତାରିଖରେ ଶେଷ ହେବି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ । ଏଟିନିମନ୍ତେ ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି କୋବିନ୍ଦଙ୍କ ଉଦ୍ଦେଶ୍ୟରେ ଏକ ବିଦାୟକାଳୀନ ନୈଶ୍ୟଯଭୋଜିର ଆୟୋଜନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଭବ୍ୟ ଆୟୋଜନ ଦିଲ୍ଲୀର ଅଶୋକା ହୋଟଲରେ ହେବାକୁ ଯାଉଛି । ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପ-ରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ଓ ଅନ୍ୟାନ୍ୟ ଦଳର ବରିଷ୍ଠ ନେତା ମଧ୍ୟ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।
ସୂଚନା ଯେ, ରାମନାଥ କୋବିନ୍ଦ ୨୦୧୭ ଜୁଲାଇ ୨୫ ରେ ଦେଶର ୧୪ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ । ୧୯୯୪ ମସିହାରେ ରାମନାଥ କୋବିନ୍ଦ ଉତ୍ତର ପ୍ରଦେଶରୁ ଉଚ୍ଚ ସଦନ ରାଜ୍ୟସଭାକୁ ନିର୍ବାଚିତ ହୋଇ ସକ୍ରିୟ ରାଜନୀତିରେ ନିଜ ଇନିଂସ ରଖିଥିଲେ । ୨୦୦୬ ଯାଏ ଅର୍ଥାତ ୧୨ ବର୍ଷ ପର୍ଯ୍ୟନ୍ତ ସେ ରାଜ୍ୟସଭାରେ ଦୁଇଥର ସାସଂଦ ଭାବେ ପ୍ରତିନିଧିତ୍ବ କରିଥିଲେ । ପରେ ସେ ସକ୍ରିୟ ରାଜନୀତିରୁ ଅବସର ନେବା ସହ ୨୦୧୫ ରୁ ୧୭ ଯାଏ ବିହାରର ରାଜ୍ୟପାଳ ଭାବେ ମଧ୍ୟ ଦାୟିତ୍ବ ତୁଲାଇଥିଲେ । ରାଜନୈତିଜ୍ଞ ବ୍ୟତୀତ ସେ ଜଣେ ଆଇନଜୀବୀ ମଧ୍ୟ । ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ମଧ୍ୟ ସେ ଜଣେ ଆଇନଜୀବୀ ଭାବେ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି ।