ଆଜି ବିଧାନସଭା ବଜେଟ ଅଧିବେଶନର ଶେଷ ଦିନ, ପାରିତ ହେବ ବ୍ୟୟ ମଞ୍ଜୁରୀ ବିଲ୍
ଭୁବନେଶ୍ୱର : ଆଜି ବିଧାନସଭା ବଜେଟ ଅଧିବେଶନର ଶେଷ ଦିନ । ଶେଷ ଦିନରେ ଆଜି ଗୃହରେ ପାରିତ ହେବ ବ୍ୟୟ ମଞ୍ଜୁରୀ ବିଲ୍ । ଗତକାଲି ଏପ୍ରିଲ ମାସରୁ ଜୁଲାଇ ପର୍ଯ୍ୟନ୍ତ ପାଇଁ ୧ ଲକ୍ଷ ୬ ହଜାର ୪୯୮ କୋଟି କାମଚଳା ବଜେଟ ଆଗତ କରିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଆଜି ଏହାକୁ ବିଧାନସଭାରେ ପାରିତ କରାଯିବ ।
ଆଜି ଗୃହରେ ବିଭିନ୍ନ ବିଭାଗର ପ୍ରଶ୍ନକାଳ ରହିଛି । ପ୍ରଶ୍ନ କାଳରେ ଜଳସମ୍ପଦ, ଯୋଜନା ସଂଯୋଜନା, କ୍ରୀଡା ଓ ଯୁବ ବ୍ୟାପାର, ସୂଚନା ଓ ଲୋକସଂପର୍କ , ବାଣିଜ୍ୟ, ପରିବହନ, ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ଆଲୋଚନା ରହିଛି । ସେହିପରି ଅପରାହ୍ନରେ ଗୃହରେ ବ୍ୟୟମଞ୍ଜୁରୀ ବିଲ୍ ଆଗତ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ତେବେ ବିଧାନସଭାର ବଜେଟ ଅଧିବେଶନରେ ଶେଷ ଦିନରେ ଗୃହର ସରଗରମ ହେବାର ସୂଚନା ରହିଛି । ଖାସ୍ କରି ଆଇନ୍ ଶୃଙ୍ଖଳା ପରିସ୍ଥିତି ନେଇ ବିରୋଧୀ କଂଗ୍ରେସ ଓ ବିଜେପି ଗୃହରେ ହୋହାଲ୍ଲା କରିବାର ସମ୍ଭାବନା ରହିଛି । ବୁଧବାର ଦିନ କଂଗ୍ରେସ ପକ୍ଷରୁ ଗୃହରେ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ବିବୃତିକୁ ନେଇ ହଟଗୋଳ କରିଥିଲା । ଏପିରିକି ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ମଧ୍ୟ ବସିଥିଲେ ।