ଆଜି ବିଧାନସଭାର ଶେଷ ଦିନ, ୧ ଘଣ୍ଟା ବଢ଼ିଲା ଗୃହ କାର୍ଯ୍ୟ
ଭୁବନେଶ୍ୱର : ଆଜି ବିଧାନସଭାର ଶେଷ ଦିନ । ଗୃହର କାର୍ଯ୍ୟରେ ହୋଇଛି ସମୟର ପରିବର୍ତ୍ତନ। ଶେଷ ଦିନରେ ଅନେକ ପ୍ରସଙ୍ଗ ରହିଥିବାରୁ ୬ ଟାରେ ଗୃହ କାର୍ଯ୍ୟ ସାରିବାକୁ ଥିବାବେଳେ ଏକ ଘଣ୍ଟା ଅଧିକ ବୃଦ୍ଧି କରାଯାଇଛି ।
ଆଜିର ତତ୍କାଳ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇ ସେଥିରେ ଆଉ ଏକ ଘଣ୍ଟା ବୃଦ୍ଧି କରାଯାଇଛି। ଯାହା ଫଳରେ ୭ ଘଟିକାରେ ଗୃହ କାର୍ଯ୍ୟ ସମାପ୍ତ ନେଇ ନିଷ୍ପତ୍ତି ହୋଇଛି । ବ୍ୟୟ ମଞ୍ଜୁରୀ ବିଲ୍ ଉପରେ ଆଲୋଚନା ନେଇ ଗୃହ କାର୍ୟ୍ୟ ଏକ ଘଣ୍ଟା ବୃଦ୍ଧି କରାଯାଇଛି ।