ଆଜି ଇଞ୍ଜିନିୟର ଦିବସ! ଜାଣନ୍ତୁ କାହିଁକି ପାଳନ ହୁଏ
ସେପ୍ଟେମ୍ବର ୧୫ ତାରିଖ ଭାରତବର୍ଷର ପ୍ରତ୍ୟେକ ଇଞ୍ଜିନିୟରଙ୍କ ପାଇଁ ଗୌରବ ଓ ପ୍ରେରଣାର ଦିବସ। ଶତାବ୍ଦୀ ପୁରୁଷ ଭାରତ ରତ୍ନ ଇଞ୍ଜିନିୟର ସାର ମୋକ୍ଷେଗୁଣ୍ଡମ ବିଶେଶ୍ୱରାୟ ୧୮୬୧ମସିହା ସେପ୍ଟେମ୍ବର ୧୫ ତାରିଖରେ ଅନ୍ୟତମ ନିର୍ମାତା ଇଞ୍ଜିନିୟର ମୋକ୍ଷଗୁଣ୍ଡମ୍ ବିଶ୍ବେଶ୍ବରାୟା ମହୀଶୂର (ଆଧୁନିକ କର୍ଣ୍ଣାଟକ) ରାଜ୍ୟର ମୁଖିନହାଲି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ସ୍ମୃତିରେ ଏହି ଦିରଣ ଧୀ-ଶକ୍ତିର ଅଧିକାରୀ ଥିଲେ ବିଶଶ୍ବରାୟା। ସେ ମାନ୍ଦ୍ରାଜ ବିଶ୍ଵବିଦ୍ୟାଳୟରୁ ପ୍ରଥମେ ଇଞ୍ଜିନିଅରିଙ୍ଗ ପାସ କରିଥିଲେ। ଚାକିରୀ ପ୍ରାରମ୍ଭରେ ପୁନା ଓ ଧୁଳିଆ ସହରରେ ଜଳ ଯୋଗାଣ ଓ ଜଳ ସେଚନ କାର୍ଯ୍ୟ ଆରମ୍ଭ କରିଥିଲେ। ଦେଶକୁ ଜଳ ଯୋଗାଣ ପାଇଁ ସେ ଅନେକ ପାଇପ ଲାଇନ ପକାଇବା ସହ ବ୍ୟାରେଜ ନିର୍ମାଣ କରିବା ଆଦି କାମ କରିଛନ୍ତି। ଏଥି ପାଇଁ ତାଙ୍କୁ ୧୯୫୫ ରେ ଭାରତ ରତ୍ନ ପୁରସ୍କାର ପ୍ରଦାନ କରାଯାଇଥିଲା।
ମେଧାବୀ ବିଶ୍ବେଶ୍ବରାୟା ମାଧ୍ୟମିକ ଶିକ୍ଷା ଶେଷକରି ୧୮୭୬ରେ ବାଙ୍ଗାଲୋର ସେଣ୍ଟ୍ରାଲ କଲେଜରେ ଅଧ୍ୟୟନ କଲେ ା ସେଠାରୁ କୃତିତ୍ବର ସହ ଉତ୍ତୀର୍ଣ୍ଣ ହୋଇ ସେ ପୁନେସ୍ଥିତ କଲେଜ ଅଫ୍ ସାଇନ୍ସରେ ଇଞ୍ଜିନିୟରିଂ ଶିକ୍ଷାଲାଭ କଲେ ଓ ୧୮୮୩ ମସିହାରେ ବମ୍ବେ ବିଶ୍ବବିଦ୍ୟାଳୟରୁ ପ୍ରଥମସ୍ଥାନ ଅଧିକାର କରି ଯାନ୍ତ୍ରିକ ସ୍ନାତକ ହେଲେ। ୧୮୮୪ ମସିହାରେ ସେ ବମ୍ବେର ପୂର୍ତ୍ତ ବିଭାଗରେ ସହକାରୀ ଇଞ୍ଜିନିୟର ଭାବେ ଯୋଗଦାନ କଲେ ଓ ନିଜର କର୍ତ୍ତବ୍ୟନିଷ୍ଠା ପାଇଁ ବହୁଶୀଘ୍ର ଉଚ୍ଚପଦବୀକୁ ଉନ୍ନୀତ ହୋଇଥିଲେ । ଏହି ସମୟରେ ସେ ସିନ୍ଧୁନଦୀରେ ସୁକୁର ବ୍ୟାରେଜ ନିର୍ମାଣ କରି ସୁକୁର ସହରକୁ ସ୍ଥାନୀୟ ଜଳଯୋଗାଣ ବ୍ୟବସ୍ଥା କରିଥିଲେ । ସେ ମଧ୍ୟ ପୁନେରେ ବ୍ୟାପକ ଜଳସେଚନ ଯୋଜନା କାର୍ଯ୍ୟକାରୀ କରିଥିଲେ। ସେ ସ୍ବତନ୍ତ୍ର ସ୍ବୟଂଚାଳିତ ଗେଟ୍ ନିର୍ମାଣ କରିଥିଲେ, ଯାହା ବିଶ୍ବେଶ୍ବରାୟା ଗେଟ୍ ନାମରେ ସୁବିଦିତ ।
ଇଞ୍ଜିନିୟରିଙ୍ଗ ଜଗତରେ ତାଙ୍କର ସଫଳତା ପ୍ରମାଣ କରିଥିଲା – ‘କର୍ମ ହିଁ ଭଗବାନ’। ଓଡ଼ିଶା ପାଇଁ ମଧ୍ୟ ତାଙ୍କ ଅବଦାନ ଅନେକ। ସେ ୧୯୩୭ ମସିହାରେ ଓଡ଼ିଶାରେ ବନ୍ୟା ନିୟନ୍ତ୍ରଣ ପାଇଁ ହୀରାକୁଦ ବନ୍ଧର ଭିତ୍ତିଭୂମି ପ୍ରତିଷ୍ଠା କରିଥିଲେ। ଆଜିର ଇଞ୍ଜିନିୟରଙ୍କ ପାଇଁ ତାଙ୍କ ଜୀବନ ଓ କର୍ମ କୁଶଳତା ଏକ ଆହ୍ୱାନ।
ବିଶ୍ବେଶ୍ବରାୟା ଜାତୀୟ ଜଳସେଚନ କମିସନରଙ୍କ ନିମନ୍ତ୍ରଣକ୍ରମେ ୧୯୦୧ରୁ ୧୯୦୩ ପର୍ଯ୍ୟନ୍ତ ସାରା ଦେଶ ଗସ୍ତକରି ଜଳସେଚନ ଉପରେ ଏକ ବିଶଦ୍ ବିବରଣୀ ପ୍ରସ୍ତୁତ କରିଥିଲେ । ୨୩ ବର୍ଷ ଚାକିରି ପରେ ସେ ବମ୍ବେ ସରକାରଙ୍କ ଅଧୀନରୁ ଇସ୍ତଫା ଦେଇ ବିଦେଶୀ ବୈଷୟିକ ଜ୍ଞାନ ଅର୍ଜନ ପାଇଁ ପୃଥିବୀର ବହୁଦେଶ ଭ୍ରମଣ କରିଥିଲେ। ବିଦେଶରୁ ପ୍ରତ୍ୟାବର୍ତ୍ତନ ପରେ ସେ ଦେଶୀୟ ରାଜ୍ୟ ହାଇଦ୍ରାବାଦର ମୁଖ୍ୟଯନ୍ତ୍ରୀ ପଦରେ ଅଧିଷ୍ଠିତ ହୋଇଥିଲେ। ଏହି ସମୟରେ ସେ ହାଇଦ୍ରାବାଦ ଓ ସିକନ୍ଦରାବାଦ ମଧ୍ୟରେ ବନ୍ୟା ନିୟନ୍ତ୍ରଣ ଏବଂ ସ୍ବିରେଜ କାର୍ଯ୍ୟ କରାଇଥିଲେ। ଏହାପରେ ମହୀଶୂର ରାଜାଙ୍କ ଦ୍ବାରା ମୁଖ୍ୟଯନ୍ତ୍ରୀ ରୂପେ ନିଯୁକ୍ତି ପାଇ ସେ ୧୯୧୨ ମସିହା ପର୍ଯ୍ୟନ୍ତ ଏହି ଦାୟିତ୍ବ ନିର୍ବାହ କରିଥିଲେ । ଏହି ସମୟରେ ସେ କାବେରୀ ନଦୀରେ ଦେଶର ପ୍ରଥମ ବହୁମୁଖୀ ନଦୀବନ୍ଧ ଯୋଜନା ‘କୃଷ୍ଣରାଜ ସାଗର’ ବନ୍ଧ ନିର୍ମାଣକରି ରାଜ୍ୟରେ ବ୍ୟାପକ ଜଳସେଚନର ବ୍ୟବସ୍ଥା କରିଥିଲେ। ପୁନଶ୍ଚ ସେ ୧୯୧୨ ମସିହାରେ ମହୀଶୂରର ଦେବାନ ପଦରେ ଅବସ୍ଥାପିତ ହୋଇଥିଲେ ା ମହୀଶୂରକୁ ଶିଳ୍ପ ସମୃଦ୍ଧ କରିବା ପାଇଁ ସେ ଭଦ୍ରାବତୀ ଇସ୍ପାତ କାରଖାନା ସମେତ ବହୁ ଶିଳ୍ପ ପ୍ରତିଷ୍ଠା କରିଥିଲେ। ସେ ମହୀଶୂରରେ ବ୍ୟାଙ୍କ ଓ ବିଶ୍ବବିଦ୍ୟାଳୟ ବାଙ୍ଗାଲୋରରେ ଇଞ୍ଜିନିୟରିଂ କଲେଜ, ମହୀଶୂର ଓ ବାଙ୍ଗାଲୋରରେ ପବ୍ଲିକ୍ ଲାଇବ୍ରେରୀ ଏବଂ କନ୍ନଡ଼ ସାହିତ୍ୟ ପରିଷଦ ପ୍ରଭୃତି ବହୁ ଜନହିତକର ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ। ମହୀଶୂରର ବୃନ୍ଦାବନ ଉଦ୍ୟାନ ତାଙ୍କର ଏକ ଅନବଦ୍ୟ ଅବଦାନା। ଓଡ଼ିଶାକୁ ବନ୍ୟା ଦାଉରୁ ରକ୍ଷା କରିବା ନିମନ୍ତେ ହୀରାକୁଦ ବନ୍ଧଯୋଜନା ପାଇଁ ସେ ପ୍ରଥମେ ପରାମର୍ଶ ଦେଇଥିଲେ। ବିଶ୍ବେଶ୍ବରାୟା ୧୯୧୨ରେ ଲକ୍ଷ୍ନୌଠାରେ ଅନୁଷ୍ଠିତ ଭାରତୀୟ ବିଜ୍ଞାନ କଂଗ୍ରେସରେ ସଭାପତି ପଦ ମଣ୍ଡନ କରିଥିଲେ ା ସେ ଦୀର୍ଘଦିନ ଧରି ଅଲ୍ ଇଣ୍ଡିଆ ମାନୁଫାକ୍ଚର୍ସ ଆସୋସିଏସନର ଅଧ୍ୟକ୍ଷ ଓ ଟିସ୍କୋର ନିର୍ଦେଶକ ଥିଲେ ା ସେ ମଧ୍ୟ ‘ସାର୍’ ଉପାଧିରେ ଭୂଷିତ ହୋଇଥିଲେ ା ତାଙ୍କର ଜୀବନବ୍ୟାପୀ ସାଧନା ଓ ସିଦ୍ଧିର ସ୍ବୀକୃତି ରୂପେ ୧୯୫୫ ମସିହାରେ ସେ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତରତ୍ନ’ ରେ ମଣ୍ଡିତ ହୋଇଥିଲେ ା ୧୯୬୨ ମସିହା ଏପ୍ରିଲ ୧୪ ତାରିଖରେ ସେ ଆମ୍ଭମାନଙ୍କ ଗହଣରୁ ଚିରବିଦାୟ ନେଇଛନ୍ତି। ଏହି ମହାନ୍ ଦେଶନିର୍ମାତା ଇଞ୍ଜିନିୟରଙ୍କୁ ସ୍ମରଣ କରିବା ପାଇଁ ଭାରତୀୟ ଇଞ୍ଜିନିୟରମାନେ ୧୯୬୮ ମସିହାରୁ ତାଙ୍କ ଜନ୍ମଦିନକୁ ଇଞ୍ଜିନିୟର ଦିବସ ରୂପେ ପାଳନ କରିଆସୁଛନ୍ତି। ଆଜି ୫୩ତମ ଇଞ୍ଜିନିୟର ଦିବସ ଅବସରରେ ଆଧୁନିକ ଭାରତର ବିଶ୍ବକର୍ମା ସାର୍ ବିଶ୍ବେଶ୍ବରାୟାଙ୍କ ପଦପଙ୍କଜରେ ମୁଁ ଜାତି ଓ ଜନତାଙ୍କ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।