ଦେଶରେ ଆଉ ୪୩,୦୭୧ କରୋନା ସଂକ୍ରମିତ ଚିହ୍ନଟ ଓ ୯୫୫ ମୃତ
ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ଅଧିକ ନମୁନା ପରୀକ୍ଷଣ ସତ୍ତ୍ୱେ ସେହି ଅନୁସାରେ କମ୍ ସଂକ୍ରମିତ ଚିହ୍ନଟ ହେବା ମଧ୍ୟ ଆଶ୍ବସ୍ତିକର ବିଷୟ ହୋଇଛି। ଭାରତରେ କରୋନା ମହାମାରୀର ୨ୟ ଲହର ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଦେଶରେ ଦୈନିକ ନୂଆ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ କମୁଥିବାବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମିଚାଲିଛି । ଗତ ୨୪ ଘଣ୍ଟାରେ ୬୩,୮୭,୮୪୯ ଟିକା ନେଇଥିବା ବେଳେ ୩୫,୧୨,୨୧,୩୦୬ ଟିକା ନେଇ ସାରିଛନ୍ତି। ଦିନକରେ ୧୮,୩୮,୪୯୦ ନମୁନା ପରୀକ୍ଷା ହୋଇଥିବା ବେଳେ ମୋଟ ୪୧,୮୨,୫୪,୯୫୩ ନମୁନା ପରୀକ୍ଷା କରଯାଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିtଳିଛି। ଦେଶରେ କରୋନାରୁ ଆରୋଗ୍ୟ ହାର ବର୍ତ୍ତମାନ ୯୭.୦୯% ରେ ପହଂଚିଥିବାବେଳେ ଦେଶରେ ସମୁଦାୟ ସକ୍ରିୟ ମାମଲା ୪,୮୫,୩୫୦ରେ ପହଂଚିଛି । ସେହିପରି ମୃତ୍ୟୁ ହାର ୧.୩୨% ରହିଛି ।
ରବିବାର ଗତ ୨୪ଘଣ୍ଟାରେ ୪୩ହଜାର ୦୭୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୯୫୫ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ସେହିପରି ଦିନକରେ ୫୨ହଜାର ୨୯୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୫ଲକ୍ଷ ୪୫ହଜାର ୪୩୩କୁ ବୃଦ୍ଧି ପାଇ ଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୪ଲକ୍ଷ ୨ହଜାର ୫ରେ ପହଞ୍ଚିଛି । ଅନ୍ୟପକ୍ଷରେ ୨କୋଟି ୯୬ଲକ୍ଷ ୫୮ହଜାର ୦୭୮ଜଣ ସୁସ୍ଥ ହୋଇଥିବା ବେଳେ ୪ଲକ୍ଷ ୩୧୨ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।ଦେଶରେ ଆଉ ୪୩,୦୭୧ କରୋନା ସଂକ୍ରମିତ ଚିହ୍ନଟ ଓ ୯୫୫ ମୃତ