ଆଜି ଭାରତ ଓ ଶ୍ରୀଲଙ୍କା ପ୍ରଥମ ଟି-୨୦ ! ଜାଣନ୍ତୁ ମ୍ୟାଚ୍ କେବେ, କେଉଁଠାରେ ଏବଂ କେଉଁ ଚ୍ୟାନେଲରେ ଦେଖିବେ
ମୁମ୍ବାଇ : ନୂଆ ବର୍ଷ ଆରମ୍ଭରେ ଭାରତୀୟ ଦଳ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମେ ଟି-୨୦ ସିରିଜ ଖେଳିବାକୁ ଯାଉଛି । ଏହି ସିରିଜର ପ୍ରଥମ ମ୍ୟାଚ୍ ମଙ୍ଗଳବାର ଖେଳାଯିବ । ନୂଆ ବର୍ଷ ଆରମ୍ଭରୁ ଏକ ବ୍ଲକବଷ୍ଟର ସିରିଜ୍ ସହିତ ଟିମ୍ ଇଣ୍ଡିଆର ଆରମ୍ଭ ହେବ । ଆସନ୍ତା ବର୍ଷ ବିଶ୍ୱ କ୍ରିକେଟର କିଛି ବଡ଼ ମ୍ୟାଚ୍ ଦେଖିବାକୁ ମିଳିବ । ଟିମ୍ ଇଣ୍ଡିଆକୁ ମଧ୍ୟ ଅନେକ ମ୍ୟାଚ୍ ଖେଳିବାର ଅଛି । ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ ମୁମ୍ୱାରେ ଖେଳାଯିବ । ଏହି ମ୍ୟାଚ୍ ଦେଖିବା ପାଇଁ କ୍ରିକେଟ ପ୍ରଶଂସକ ଉତ୍ସାହିତ ଅଛନ୍ତି ।
ଭାରତୀୟ ଦଳ ଏକ ନୂତନ ସିରିଜ୍ ସହିତ ନୂତନ ବର୍ଷ ଆରମ୍ଭ କରିବ । ଟିମ୍ ଇଣ୍ଡିଆ ନୂଆ ବର୍ଷ ଆରମ୍ଭରେ ବର୍ତ୍ତମାନର ଏସିଆ କପ୍ ୨୦୨୨ର ଚାମ୍ପିଅନ୍ ଶ୍ରୀଲଙ୍କାକୁ ଭେଟିବ । କ୍ରିକେଟ ପ୍ରେମୀ ମାନେ ଶ୍ରୀଲଙ୍କା ବିପକ୍ଷରେ ତିନୋଟି ଟି-୨୦ ଅନ୍ତର୍ଜାତୀୟ ଦେଖିବାକୁ ପାଇବେ, ଯାହା ଜାନୁଆରୀ ୩, ୨୦୨୩ରୁ ଷ୍ଟାର ସ୍ପୋର୍ଟସ ନେଟୱାର୍କ ଓ ଡିଜନି ପ୍ଲସ୍ ହଟଷ୍ଟାରରେ ସିଧା ପ୍ରସାରଣ ହେବ । ପୂରା ଅଭିଜ୍ଞତାକୁ ଯୋଡ଼ି ଟୁର୍ଣ୍ଣାମେଣ୍ଟର ଅଫିସିଆଲ୍ ପ୍ରସାରଣକାରୀ ଷ୍ଟାର୍ ସ୍ପୋର୍ଟସ୍ ନିଜର ପ୍ରୋମୋ ଜାରି କରିଛି । ଷ୍ଟାର ସ୍ପୋର୍ଟସ ଏକ ପ୍ରକାଶନରେ ଏହି ବିଷୟରେ ସୂଚନା ଦେଇଛି । ଷ୍ଟାର୍ ସ୍ପୋର୍ଟସରେ ଭାରତ-ଶ୍ରୀଲଙ୍କା ସିରିଜ୍ ଦେଖିବାକୁ ମିଳିବ ।
ସୂଚନା ଯେ, ଜାନୁଆରୀ ୩ରେ ପ୍ରଥମ ଟି-୨୦ ମୁମ୍ବାଇରେ, ଜାନୁଆରୀ ୫ରେ ଦ୍ୱିତୀୟ ଟି-୨୦ପୁଣେରେ ଏବଂ ଜାନୁଆରୀ ୭ରେ ତୃତୀୟ ଟି-୨୦ ରାଜକୋଟରେ ଠାରେ ଖେଳାଯିବ । ସେହିପରି ପ୍ରଥମ ଦିନିକିଆ ଜାନୁଆରୀ ୧୦ରେ ଗୌହାଟି, ଦ୍ୱିତୀୟ ଦିନିକିଆ ଜାନୁଆରୀ ୧୨ରେ କୋଲକାତା ଏବଂ ତୃତୀୟ ଦିନିକିଆ ଜାନୁଆରୀ ୧୫ରେ ତ୍ରିଭେନ୍ଦ୍ରମରେ ଖେଳାଯିବ ।
ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ଟି-୨୦ ପାଇଁ ଭାରତୀୟ ଦଳ :
ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଇଶାନ କିଶନ (ୱିକେଟ୍ କିପର), ଋତୁରାଜ ଗାଇକୱାଡ, ଶୁଭମନ ଗିଲ, ସୂର୍ଯ୍ୟକୁମାର ଯାଦବ (ଉପ-ଅଧିନାୟକ), ଦୀପକ ହୁଡା, ରାହୁଲ ତ୍ରିପାଠୀ, ସଞ୍ଜୁ ସାମସନ (ୱିକେଟ୍ କିପର), ୱାଶିଂଟନ୍ ସୁନ୍ଦର, ଯଜୁବେନ୍ଦ୍ର ଚହଲ, ଅକ୍ଷର ପଟେଲ, ହର୍ଷଲ ପଟେଲ, ଉମରାନ ମଲିକ, ଶିବମ ମାବୀ ଏବଂ ମୁକେଶ କୁମାର ।