ଆଜିର ଭାଗ୍ୟଫଳ (ବୁଧବାର, ୧୧/୧୦/୨୦୨୩), ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ
ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ….
ମେଷ : ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମରେ ଉନ୍ନତି ଆସିବା ସହ ବାଧାବିଘ୍ନ ଦୂର ହେବ । ଅଟକି ରହିଥିବା କାମ ସମ୍ପୂର୍ଣ୍ଣ ହେବ । ଆୟ ଅପେକ୍ଷା ବ୍ୟୟ କମ୍ ରହିବ । ଋଣମୁକ୍ତ ହୋଇପାରନ୍ତି । ମହିଳାମାନେ ଘରକରଣା ଜିନିଷ କ୍ରୟ କରିବେ ।
ବୃଷ : ଆକସ୍ମିକ ଧନଲାଭ ଯୋଗୁଁ ଆର୍ଥିକ୍ ଅବସ୍ଥାରେ ଉନ୍ନତି ଘଟିବ । ବାଣିଜ୍ୟ, ବ୍ୟବସାୟରେ ଆୟ ଉତ୍ତମ ହେବ। କର୍ମ କ୍ଷେତ୍ରରେ ପଦୋନ୍ନତି ସହ ମୂଲ୍ୟବାନ ଧାତୁ କିମ୍ବା ଭୂମି କ୍ରୟ ନେଇ ଯୋଗ ରହିଛି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ମନୋନିବେଶ କରିବେ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ ରହିବ ।
ମିଥୁନ : ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । କର୍ମରେ ଆଗ୍ରହ ଓ ଆନ୍ତରିକତା ବୃଦ୍ଧି ପାଇବ । ପରିବାରର ସଦସ୍ୟଙ୍କ ସହଯୋଗ ପାଇବେ । ଅନ୍ୟମାନଙ୍କ ମତକୁ ଅଗ୍ରାଧିକାର ଦେଇ କାମ କଲେ ସଫଳତା ପାଇବେ। ବନ୍ଧୁ ମାନଙ୍କ ଅସଂଯତ କାର୍ଯ୍ୟକଳାପ ସମସ୍ୟାକୁ ବଢ଼ାଇଦେବ।
କର୍କଟ : ବ୍ୟବସାୟ ଓ ପରିବହନ କ୍ଷେତ୍ରରେ କ୍ଷତି ହୋଇପାରେ । କର୍ମ ସଂସ୍ଥାନରେ ଉପରିସ୍ଥ କର୍ମଚାରୀଙ୍କ ରୋଷର ଶିକାର ହେବେ । ବାପା ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାଗ୍ରସ୍ତ ରହିବେ । ପ୍ରିୟଜନଙ୍କ ସହ ମତାନ୍ତର ହେବା ଯୋଗୁଁ ମନ ଭଲ ରହିବ ନାହିଁ । ଦୂରଯାତ୍ରା କରିପାରନ୍ତି ।
ସିଂହ : ଆଜି କଷ୍ଟ ହେଲେ ମଧ୍ୟ ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ରହିବ । ମନ ଅଶାନ୍ତ ରହିବ । ପରିବାରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ଅସ୍ଥିରମନା ହେବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ ।
କନ୍ୟା : କର୍ମରେ ସଫଳତା ପାଇବେ । ମହିଳା ସହକର୍ମୀଙ୍କ ସହଯୋଗ ମିଳିବ । ନୀଚ ବ୍ୟକ୍ତିମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି। ନିକଟ ସମ୍ପର୍କୀୟ ମାନଙ୍କ ସାହାଯ୍ୟ ଦ୍ବାରା ପ୍ରତ୍ୟେକ କାମକୁ ନିର୍ବିଘ୍ନରେ ସମାପନ କରିବେ । ପରିବାରର ଆବଶ୍ୟକତା ପୂରଣ କରିବା ସକାଶେ ଧାର ଉଧାର କରିବାକୁ ପଡ଼ିପାରେ।
ତୁଳା : କର୍ମସ୍ଥାନରେ ବାଧାବିଘ୍ନ ଦୂର ହେବ । ସହକର୍ମୀଙ୍କ ସହଯୋଗରେ କର୍ମରେ ସଫଳତା ପାଇ ପ୍ରଶଂସା ପାଇବେ । ପୁରାତନ ରୋଗରୁ ଆରୋଗ୍ୟ ଲାଭ କରିବେ । ଶତ୍ରୁମାନେ ମିତ୍ର ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ପ୍ରଶଂସିତ ହେବେ । ଭାଇ-ଭଉଣୀମାନଙ୍କ ଠାରୁ ଆର୍ଥିକ ଲାଭ ମିଳିବ। ଜୀବନସାଥୀଙ୍କର ସମ୍ପୂର୍ଣ୍ଣ ସହଯୋଗ ମିଳିବ।
ବିଛା : ମାନସିକ, ପାରିବାରିକ ଅଶାନ୍ତି ଓ କର୍ମ ସ୍ଥାନରେ ଅପଯଶ ଓ ଅପମାନିତ ହୋଇପାରନ୍ତି । ସନ୍ତାନ ସନ୍ତତିକୁ ନେଇ ଚିନ୍ତାଗ୍ରସ୍ତ ରହିବେ । ବାପା ମା’ଙ୍କ ସହ ମତଭେଦ ନେଇ ଚିନ୍ତିତ ହେବେ । ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେଇପାରେ। ଧନ ହାନୀ ନେଇ ଯୋଗ ରହିଛି ।
ଧନୁ : ଯାତ୍ରା ସମୟରେ ସତର୍କ ରୁହନ୍ତୁ । କର୍ମ କ୍ଷେତ୍ରରେ ବାଧାବିଘ୍ନ ଓ ବିବାଦ ସୃଷ୍ଟି ହେବ । ମୂଲ୍ୟବାନ ପଦାର୍ଥ ନଷ୍ଟ ବା ହଜିପାରେ । ବନ୍ଧୁବାନ୍ଧବଙ୍କ ସହ ଅପ୍ରିୟତା କିମ୍ବା ମାଲିମକଦ୍ଦମାରେ ପଡ଼ିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ଆଳସ୍ୟତା ପ୍ରକାଶ କରିବେ ।
ମକର : କର୍ମରେ ଆଶାତୀତ ସଫଳତା ପାଇବେ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତି ନେଇ ସମ୍ଭାବନା ରହିଛି । ପରିବାରର ସଦସ୍ୟ ଓ ସହକର୍ମୀଙ୍କ ସହଯୋଗ ପାଇବେ । ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ ପ୍ରଶଂସିତ ହେବେ । ମହିଳାମାନେ ଆତ୍ମସନ୍ତୋଷ ଲାଭ କରିବେ ।
କୁମ୍ଭ : ବ୍ୟବସାୟରେ କ୍ଷତି ହେବା ନେଇ ସମ୍ଭାବନା ରହିଛି । କର୍ମ ପ୍ରତି ଅନାଗ୍ରହ ହେତୁ ଅସଫଳ ରହିବେ । ଧନକୁ ନେଇ ବିବାଦ କିମ୍ବା ମାଲିମକଦ୍ଦମା ହୋଇପାରେ । ସୃଜନାତ୍ମକ ଶକ୍ତିରେ ବୃଦ୍ଧି ହେବ। ବୈଚାରିକ ଦୃଢ଼ତା ଓ ମାନସିକ ସ୍ଥିରତା କାରଣରୁ କାର୍ଯ୍ୟରେ ସଫଳତା ମିଳିବ। ମହିଳାମାନେ ବଦଖର୍ଚ୍ଚି ହେବେ ।
ମୀନ : ଆଜି ସୁଖାଦ୍ୟ ପ୍ରାପ୍ତି ହେବ। ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠା ଲାଭ କରିବେ । କର୍ମସ୍ଥାନରେ ପ୍ରଶଂସିତ ହେବେ । ଲକ୍ଷ୍ମୀଙ୍କର କୃପା ରହିବ । ମାନସିକ, ପାରିବାରିକ ଶାନ୍ତି ଓ ଶାରୀରିକ ସୁସ୍ଥତା ଲାଭ କରିବେ ।