ଆଜିର ଭାଗ୍ୟଫଳ (ଗୁରୁବାର, ୦୨/୧୧/୨୦୨୩), ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ
ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ନଭେମ୍ବର ୨ ହେଉଛି ଗୁରୁବାର । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ…
ମେଷ : ଅନ୍ୟମାନଙ୍କ ଭରସା ଜିତିବାରେ ସଫଳ ହେବେ। ରାଜନୀତିରେ ଉଚ୍ଚ ପଦ ମିଳିପାରେ। ଶତ୍ରୁ ମାନେ ପରାସ୍ତ କରିବାକୁ ଚେଷ୍ଟା କରି ବିଫଳ ହେବେ । ସ୍ବାସ୍ଥ୍ୟକୁ ନେଇ ସତର୍କ ରହନ୍ତୁ । ପରିବାର ଲୋକଙ୍କ ସହଯୋଗ ମିଳିବ । ବୈବାହିକ ଜୀବନ ସୁଖମୟ ହେବ।
ବୃଷ : ଦିନଟି ଆପଣଙ୍କୁ ଶୁଭଫଳ ପ୍ରଦାନ କରିବ। ଭାଗ୍ୟର ସହଯୋଗ ମିଳିବ। ଘର ଓ ବ୍ୟବସାୟରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଧନ ଲାଭ ନେଇ ସମ୍ଭାବନା ରହିଛି । ପ୍ରେମୀ ମାନଙ୍କ ଲାଗି ସମୟ ଅନୁକୂଳ ରହିବ। ଅବିବାହିତଙ୍କ ଲାଗି ଭଲ ବିବାହ ପ୍ରସ୍ତାବ ଆସିପାରେ।
ମିଥୁନ : ଦିନଟି ଠିକ୍ଠାକ୍ କଟିବ । ସଫଳତା ଆପଣଙ୍କ ପାଦ ସ୍ପର୍ଶ କରିବ। ଆପଣଙ୍କ ସରଳତା ପାଇଁ ବନ୍ଧୁ ଖୁସି ରହିବେ। ବ୍ୟବସାୟରେ ନିଜ ଜୀବିକା ଆରମ୍ଭ କରିବା ପାଇଁ ଦିନଟି ବହୁତ ଭଲ। ଅଜଥା ଖର୍ଚ୍ଚ କରିବାରୁ ବଞ୍ଚନ୍ତୁ ।
କର୍କଟ : ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ। ବ୍ୟବସାୟ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ନୂଆ ପ୍ରସ୍ତାବ ମିଳିପାରେ। ପରିବାର ଲୋକଙ୍କ ସହିତ ତାଳମେଳ ବଜାୟ ରହିବ। ଦମ୍ପତ୍ତି ମାନଙ୍କ ଲାଗି ଦିନଟି ଶୁଭ ରହିବ । ଦୂର ସ୍ଥାନ ଯାତ୍ରା କରିପାରନ୍ତି ।
ସିଂହ : ବ୍ୟକ୍ତିତ୍ବର ବିକାଶ ପାଇଁ ଦିନଟି ବଢ଼ିଆ। କାର୍ଯ୍ୟ କ୍ଷେତ୍ରରେ ଶୁଭଫଳ ମିଳିବ । ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । କୋଟ କଚେରୀ ମାମଲାରେ ଘାଣ୍ଟି ହୋଇପାରନ୍ତି । ବନ୍ଧୁଙ୍କ ସହଯୋଗ ପାଇଁ ଖୁସି ହେବେ ।
କନ୍ୟା : ବନ୍ଧୁ ଓ ପାଖଲୋକଙ୍କ ସହଯୋଗ ପାଇବେ। ଚାକିରି ଓ ଶିକ୍ଷା କ୍ଷେତ୍ରରେ ଉନ୍ନତି ହେବ। ବ୍ୟବସାୟୀଙ୍କୁ ଧନ ଲାଭ ହେବ। ବୈବାହିକ ଜୀବନରେ ମଧୁରତା ଆସିବ। ସନ୍ତାନ ସନ୍ତତି ମାନଙ୍କ ଠାରୁ ଶୁଭ ସମାଚର ମିଳିବ ।
ତୁଳା : ପ୍ରଭୁଙ୍କ ସ୍ମରଣ କରି ମନକୁ ଶାନ୍ତି ମିଳିବ। କାମକୁ ମନ ଦେଇ କରିବା ଦ୍ବାରା ସଫଳତା ପାଇବେ। ଚାକିରିଆଙ୍କୁ ଅଧିକାରୀଙ୍କ ସହଯୋଗ ମିଳିବ। ଅର୍ଥହାନୀ ନେଇ ଯୋଗ ରହିଛି ।
ବିଛା : ଆଧ୍ଯାତ୍ମିକ ଭାବନାରେ ସମୟ ବିତିବ। ନିଜର ଦୀର୍ଘ ଦିନରୁ ଥିବା ଇଚ୍ଛା ପୂରଣ କରିବାରେ ସଫଳ ହେବେ। ଚାକିରିଆଙ୍କୁ ଆଗକୁ ବଢ଼ିବା ଲାଗି ସୁବର୍ଣ୍ଣ ସୁଯୋଗ ମିଳିବ। ପରିବାର ଲାଗି ଦିନଟି ଅନୁକୂଳ ରହିବ।
ଧନୁ : ପୂରାଦିନ ନୂଆ ଉତ୍ସାହଭରା ରହିବେ। ଯାହା ବି କରନ୍ତୁ; ବଡ଼ଙ୍କ ପରାମର୍ଶ ନିଅନ୍ତୁ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ। ବିଲଡର ନୂଆ ଡ଼ିଲ ଦ୍ବାରା ଲାଭବାନ ହେବେ। ଅବିବାହିତଙ୍କ ବିବାହ ସ୍ଥିର ହେବା ନେଇ ଯୋଗ ରହିଛି ।
ମକର : ଦିନଟି ଆପଣଙ୍କ ପାଇଁ ଖୁବ୍ ଭଲ ରହିବ। କିଛି ମହତ୍ତ୍ବପୂର୍ଣ୍ଣ କାମ ଲାଗି ଚିନ୍ତା କରିପାରନ୍ତି । ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରଣ ହେବ। ହସ ଖୁସିରେ ପରିବାର ଲୋକଙ୍କ ସହ ଦିନଟି କଟିବ । ଦାମ୍ପତ୍ୟ ଜୀବନରେ ବ୍ରିଭାଟ ଦେଖାଦେବ ।
କୁମ୍ଭ : ଶୁଭ ସମାଚାର ମିଳିବା ନେଇ ଯୋଗ ରହିଛି। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଦାମ୍ପତ୍ୟ ଜୀବନରେ ଅସୁବିଧା ଦେଖାଦେଇପାରେ । ପାଖ ସ୍ଥାନକୁ ଭ୍ରମଣ କରି ହାଲୁକା ଅନୁଭବ କରିବେ ।
ମୀନ : ପାରିବାରିକ କାମରେ ଆଜି ଅଧିକ ସମୟ ବିତାଇବେ । ଚାକିରିଆଙ୍କୁ ସହର ବାହାରକୁ ଯିବାକୁ ପଡ଼ିପାରେ । ପଦୋନ୍ନତି ହେବା ନେଇ ଯୋଗ ରହିଛି । ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଶୁଭ ରହିବ । ଅଜଥା ଅର୍ଥ ବ୍ୟୟ ଯୋଗୁଁ ମନ ଭଲ ରହିବ ନାହିଁ । ଦୂର ଯାତ୍ରା ବେଳେ ସାବଧାନତା ଅବଲମ୍ବନ କରନ୍ତୁ।