ଆଜି ୯ ଜିଲାରେ ପ୍ରବଳ ବର୍ଷା
ଭୁବନେଶ୍ୱର : ମୌସୁମୀ ଟ୍ରଫ୍ ପ୍ରଭାବରେ ରାଜ୍ୟର କିଛି କିଛି ସ୍ଥାନରେ ହାଲୁକାରୁ ସ୍ୱଳ୍ପ ବର୍ଷା ହେଉଛି । ଏହା ଫଳରେ ଚାଷୀ କୁଳ ଆନନ୍ଦ ହାବ ସହ ନିଅଣ୍ଟିଆ ବର୍ଷାର ମାତ୍ର କମିଛି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ରାଜ୍ୟର ଉପକୂଳ ଓଡ଼ିଶାରେ ଅଧିକାଂଶ ଜାଗା ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଳ୍ପ କିଛି କିଛି ଜାଗାରେ ବର୍ଷା ହେବ ନେଇ ଅନୁମାନ କରାଯାଉଛି । ସେହିପରି ୯ଟି ଜିଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆଶଙ୍କା ରହିଛି ।
ପାଣିପାଗ ବିଭାଗ ଅନୁସାରେ ଶୁକ୍ରବାର କନ୍ଧମାଳ, ଗଞ୍ଜାମ, ପୁରୀ, ନୟାଗଡ଼, ଖୋର୍ଦ୍ଧା, ବୌଦ୍ଧ, ପୁରୀ, ଅନୁଗୁଳ, ବଲାଙ୍ଗିର ଓ କଟକରେ ପ୍ରବଳ ବର୍ଷା ହୋଇପାରେ। ଏହାବାଦ୍ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା,ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ଢେଙ୍କାନାଳରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି । ସେହିପରି ୨୮ ତାରିଖରେ ମଧ୍ୟ କେତେକ ଜାଗାରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ଅନ୍ୟପକ୍ଷରେ କୃଷି ପାଣିପାଗ ବିଶେଷଜ୍ଞ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ହେଲା, ଶୁକ୍ରବାର ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ଯୋଗୁ ମୌସୁମୀ ପୁଣି ସକ୍ରିୟ ହେବ । ଫଳରେ ରାଜ୍ୟ ସାରା ଆସନ୍ତା ୩୧ ପର୍ଯ୍ୟନ୍ତ ବର୍ଷା ହେବ । ୨୭ ତାରିଖରେ ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀର କେତେକ ସ୍ଥାନରେ ଭାରି ବର୍ଷା (୬୦ ମିମିରୁ ଅଧିକ) ବର୍ଷା ହୋଇପାରେ । ଦକ୍ଷିଣ ଓଡ଼ିଶାରେ ଅଗଷ୍ଟ ୩୦ ଓ ପଶ୍ଚିମ ଓଡ଼ିଶାରେ ଅଗଷ୍ଟ ୩୦ ଓ ୩୧ରେ ପ୍ରାୟତଃ ଭାରି ବର୍ଷା (୩୫ ମିମିରୁ ୬୦ ମିମି) ବର୍ଷା ହୋଇପାରେ ।