ଆଜିର ହସକଥା
ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥାଏ ଭିନ୍ନ ସମ୍ପର୍କ। କେତେବେଳେ ଶିକ୍ଷକଙ୍କ ପ୍ରଶ୍ନରେ ଛାତ୍ରଛାତ୍ରୀ ବାଟ ପାଆନ୍ତିନି ତ ଆଉ କେତେବେଳେ ଛାତ୍ରଛାତ୍ରୀଙ୍କ ଉତ୍ତରରେ ଶିକ୍ଷକଙ୍କ ପାଟି ଫିଟେନି। ଠିକ୍ ଏମିତି ଜଣେ ଶିକ୍ଷୟିତ୍ରୀ ତାଙ୍କ ଶିଷ୍ୟମାନଙ୍କୁ କେତେକ ପ୍ରଶ୍ନ ପଚାରୁଥିଲେ।
ଶିକ୍ଷୟିତ୍ରୀ ପଚାରିଲେ: କହିଲ ଦେଖି ପିଲାଏ, ଚିକେନ ତମକୁ କ’ଣ ଦିଏ?
ରାମୁ ଉଠି କହିଲା: ମାଂସ।
ଶିକ୍ଷୟିତ୍ରୀ କହିଲେ: ସାବାସ୍। ଏବେ କୁହ ଘୁଷୁରି ତମକୁ କ’ଣ ଦିଏ?
ରାମୁ କହିଲା: ଘୁଷୁରୀ ମାଂସ।
ଶିକ୍ଷୟିତ୍ରୀ କହିଲେ: ଅତି ଉତ୍ତମ। ତେବେ ମୋଟୀ ଗାଈ ତୁମକୁ କ’ଣ ଦିଏ?
ରାମୁ ପୁଣି କହିଲା: ହୋମ୍ୱର୍କ।
ରାମୁର ଏଭଳି ଉତ୍ତରରେ ହତବାକ୍ ହୋଇଗଲେ ଶିକ୍ଷୟିତ୍ରୀ। ଆଉ ତାଙ୍କ ପାଟି ଫିଟିଲାନି। ଜୋକ ମୁହଁରେ ଲୁଣ ଦେବା ପରି ହୋଇଗଲା ତାଙ୍କ ଅବସ୍ଥା।