ଆଜିର ହସକଥା
ସ୍ୱାମୀ- ଏତେ ଜଲଦି ଚଟଣି କେମିତି ବନାଇନେଉଛ ?
ସ୍ତ୍ରୀ- ବନାଇବା ସମୟରେ ତୁମକୁ ମନେ ପକାଉଛି ନା । ତାପରେ କୁଟିବାରେ ସହଜ ହୋଇଯାଉଛି ।
ଶିକ୍ଷକ- ରାମୁ କାଲି ସ୍କୁଲ୍ କଣ ପାଇଁ ଆସିନଥିଲୁ ?
ରାମୁ- ସାର୍ କାଲି ପଡିଯାଇଥିଲି ଓ ଲାଗିଗଲା ।
ଶିକ୍ଷକ- କେଉଁଠି ପଡିଲୁ ଓ କଣ ଲାଗିଗଲା ।
ରାମୁ- ସାର୍ ବେଡ୍ ରେ ପଡିଗଲି ଓ ଆଖି ଲାଗିଗଲା ।
କଞ୍ଜୁସର ହନିମୁନ୍, କଞ୍ଜୁସର ସ୍ୱାମୀ- ମୁଁ ଏତେ କଞ୍ଜୁସ୍ କି ମୋର ବାହାଘର ପରେ ପଇସା ବଞ୍ଚାଇବା ପାଈଁ ହନିମୁନ୍ ଏକେଲା ଚାଲିଯାଇଥିଲି ।
ମହାକଞ୍ଜୁସ୍ ସାଙ୍ଗ- ଏଇଟା ତ କିଛି ବି ନୁହେଁ । ମୁଁ ତ ପଇସା ବଞ୍ଚାଇବା ପାଇଁ ନିଜ ସ୍ତ୍ରୀକୁ ନିଜ ସାଙ୍ଗର ସହ ହନିମୁନ୍ ପଠାଇ ଦେଇଛି ।
ଝିଅ- କଣ କରୁଛ ?
ପୁଅ-ମଶା ମାରୁଛି ।
ଝିଅ-କେତେ ମାରିଲ ?
ପୁଅ- ପାଞ୍ଚଟି ମାରିଲି । ତିନୋଟି ଫିମେଲ୍ ଓ ଦୁଇଟି ମେଲ୍ ।
ଝିଅ- କେମିତି ଜାଣିଲ କି ମେଲ୍ କିଏ ଫିମେଲ୍ କିଏ ବୋଲି ?
ପୁଅ- ତିନିଜଣ ଆଇନା ପାଖରେ ବସିଥିଲେ ଓ ଦୁଇଟି ବିୟର୍ ଗ୍ଲାସ ଉପରେ ।