ଆଜିର ହସକଥା
ହାବଡ଼ା-ମାଡ୍ରାସ୍ ମେଲ୍। ରାତି। ଯାତ୍ରୀମାନେ ଶୋଇବାକୁ ପ୍ରସ୍ତୁତ ହେଉଛନ୍ତି।
ପାଖାପାଖି ଦୁଇଟି ବର୍ଥ। ପ୍ରଥମ ବର୍ଥର ଯାତ୍ରୀଙ୍କୁ ଦ୍ୱିତୀୟ ବର୍ଥର ଯାତ୍ରୀ ସୌଜନ୍ୟତାର ସହ ପଚାରିଲେ, ପାଣି ପିଇବେ କି?
ନା, ଧନ୍ୟବାଦ। ପ୍ରଥମ ଯାତ୍ରୀ କହିଲେ।
ଦ୍ୱିତୀୟ ଯାତ୍ରୀ ଉଭୟ ବର୍ଥ ମଝିରେ ଥିବା କାଠପଟାଟିକୁ କବ୍ଜାମୁକ୍ତ କରି ତହିଁ ଉପରେ ଗୋଟିଏ ଗ୍ଲାସ୍ ରଖି ସେଥିରେ ପାଣି ଢାଳିଲେ ଓ କହିଲେ କି ଗରମ! ରାତିରେ ଶୋଷ ଲାଗିଲେ ପିଇବି। ଏତକ କହି ସେ ଆଉ ଗୋଟାଏ ଖାଲି ଗ୍ଲାସ୍ ମଧ୍ୟ ତା’ ପାଖରେ ଥୋଇଲେ।
ଏ ଖାଲି ଗ୍ଲାସ୍ଟି ପୁଣି କାହିଁକି ରଖିଲେ?
ପଚାରିଲେ ପ୍ରଥମ ଯାତ୍ରୀ।
ଯଦି ଶୋଷ ନ ଲାଗିବ? ସେଥିପାଇଁ! ଉତ୍ତର ଦେଲେ ଦ୍ୱିତୀୟ ଯାତ୍ରୀ। ଆତ୍ମସନ୍ତୋଷ ଭରେ ପୁଣି ବୁଝାଇଦେଲେ – ଉଭୟ ସମ୍ଭାବନା ପାଇଁ ପ୍ରସ୍ତୁତ ରହିବା ବିଞତାର କାମ ନୁହେଁ କି?