ଭୁବନେଶ୍ୱର : ୩୭୪ ପଜିଟିଭ୍, ୩୮୯ ସୁସ୍ଥ
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଅଂଚଳରୁ ଶନିବାର ଦିନ ଆଉ ୩୭୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିରୁ ୭୭ ଜଣ କ୍ୱାରେଂଟାଇନ୍ ରୁ ରହିଥିବା ବେଳେ୨୯୭ ଲୋକାଲ୍ କେସ୍ ରହିଛନ୍ତି । ଅପରପକ୍ଷରେ ୨୪ ଘଂଟାରେ ୩୮୯ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଏନେଇ ବିଏମ୍ସି ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।
ବିଏମସିର ସୂଚନା ଅନୁସାରେ ଲୋକାଲ ଆକ୍ରାନ୍ତଙ୍କ ମଧ୍ୟରୁ ପଟିଆରୁ ସର୍ବାଧିକ ୨୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଚନ୍ଦ୍ରଶେଖରପୁର ୨୩ , ଖଣ୍ଡଗିରିରୁ ୧୯ଜଣ,ନୟାପଲ୍ଲୀ ଓ ୟୁନିିଟ୍ ୮ରୁ ୧୪ ଜଣ ଲେଖାଏଁ , ଓଲ୍ଡଟାଉନ୍ ରୁ ୧୨ ଜଣ, ନିଳାଦ୍ରୀବିହାର ଓ ଡୁମଡୁମାରୁ ୧୦ ଜଣ ଲେଖାଏଁ , ବରମୁଣ୍ଡାରୁ ୯ ଜଣ, ଶୈଳଶ୍ରୀବିହାର ଓ ସହୀଦନଗରରୁ ୮ ଜଣ ଲେଖାଏଁ ଆକ୍ରାନ୍ତ ରହିଛନ୍ତି । ସେହିପରି ଚନ୍ଦ୍ରଶେଖରପୁର ଓ ପଟିଆରୁ ୧୦ ଜଣ ଲେଖାଏଁ , ନୟାପଲ୍ଲୀ ଓ ଶୈଳଶ୍ରୀବିହାରରୁ ୪ ଜଣ , ଓଲ୍ଡ ଟାଉନ୍ , ୟୁନିଟ୍ ୧ ଓ ଭୀମଟାଙ୍ଗୀରୁ ୩ ଜଣ ଲେଖାଏଁ କ୍ୱରେଂଟାଇନ୍ ମାମଲା ରହିଛି । ବିଏମସିର ସୂଚନା ଅନୁଯାୟୀ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୮୮୬୨ କୁ ବୃଦ୍ଧି ପାଇଛି । ସେହିପରି ସୁସ୍ଥଙ୍କ ସଂଖ୍ୟା ୮୬୯୨୭ କୁ ବୃଦ୍ଧି ପାଇଛି । ଭୁବନେଶ୍ୱରରେ ଏବେ ୧୪୮୪ ଜଣ ସକ୍ରିୟ ଆକ୍ରାନ୍ତଙ୍କର ଚିକିତ୍ସା ଜାରି ଥିବା ବେଳେ ମୃତକଙ୍କ ସଂଖ୍ୟା ୪୩୦ ରହିଛି ।