ଭୁବନେଶ୍ୱର : ୪୧୯ ପଜିଟିଭ୍ ଓ ୭୪୯ ସୁସ୍ଥ
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଅଂଚଳରୁ ଗୁରୁବାର ଆଉ ୪୧୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିରୁ ୪୩ ଜଣ କ୍ୱାରେଂଟାଇନ୍ ରୁ ରହିଥିବା ବେଳେ ୩୭୬ ଲୋକାଲ୍ କେସ୍ ରହିଛନ୍ତି । ଅପରପକ୍ଷରେ ୨୪ ଘଂଟାରେ ୭୪୯ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଏନେଇ ବିଏମ୍ସି ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଅ।।ଯାଇଛି ।
ବିଏମସିର ସୂଚନା ଅନୁସାରେ ଲୋକାଲ ଆକ୍ରାନ୍ତଙ୍କ ମଧ୍ୟରୁ ପଟିଆରୁ ସର୍ବାଧିକ ୨୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ନୟାପଲ୍ଲୀରୁ ୧୮ ଜଣ, ବରମୁଣ୍ଡାରୁ ୧୭ ଜଣ, ଓଲ୍ଡଟାଉନ୍ , ଶୈଳଶ୍ରୀବିହାର ଓ ନିଳାଦ୍ରୀବିହାରରୁ ୧୫ ଜଣ ଲେଖାଏଁ, ଖଣ୍ଡଗିରିରୁ ୧୪ ଜଣ, ଡୁମଡୁମା , ଆଇଆରସିଭିଲେଜ , ମେଂଚଶ୍ୱର ଓ ଲକ୍ଷ୍ମୀସାଗରରୁ ୧୨ ଜଣ ଲେଖାଏଁ, ଝାରପଡାଓ ଚନ୍ଦ୍ରଶେଖରପୁରରୁ ୧୧ ଜଣ ଲେଖାଏଁ ,ଟଙ୍କାପାଣି ରୋଡ୍ ରୁ୧୦ ଜଣ , ପୋଖରୀପୁଟରୁ ୯ ଜଣ, ପାତ୍ରପଡା , ଶାସ୍ତ୍ରୀନଗର ଓ କଳିଙ୍ଗନଗରରୁ ୮ ଜଣ ଲେଖାଏଁ ଆକ୍ରାନ୍ତ ରହିଛନ୍ତି । ବିଏମସିର ସୂଚନା ଅନୁଯାୟୀ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୫୬୨୭ କୁ ବୃଦ୍ଧି ପାଇଛି । ସେହିପରି ସୁସ୍ଥଙ୍କ ସଂଖ୍ୟା ୮୨୫୪୪ କୁ ବୃଦ୍ଧି ପାଇଛି । ଭୁବନେଶ୍ୱରରେ ଏବେ ୨୬୭୦ ଜଣ ସକ୍ରିୟ ଆକ୍ରାନ୍ତଙ୍କର ଚିକିତ୍ସା ଜାରି ଥିବା ବେଳେ ମୃତକଙ୍କ ସଂଖ୍ୟା ୩୯୨ ରହିଛି ।