ବାଲେଶ୍ୱର : ୩୦୧ କରୋନା ସଂକ୍ରମିତ ଚିହ୍ନଟ
ବାଲେଶ୍ୱର : ବାଲେଶ୍ୱରର କରୋନା ଦ୍ୱିତୀୟ ଲହରରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ଆଗାମୀ ଦିନରେ ଏହା ସଙ୍ଗିନ ସ୍ଥିତି ସୃଷ୍ଟି କରିବା ନେଇ ଏବେଠାରୁ ଆଶଙ୍କା ଦେଖାଗଲାଣି । ରାଜ୍ୟ ସୂଚନା ଓ ଲୋକସର୍ମ୍ପକ ବିଭାଗର ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଜିଲାର ବିଭିନ୍ନ ଅଞ୍ଚଳରେ ୩୦୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛିନ୍ତି ।
COVID 19 report of BALASORE district as on 09/05/21. pic.twitter.com/CW34w2qDLd
— DM Balasore (@DBalasore) May 9, 2021
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ବାଲେଶ୍ୱର ସହରର ମାତ୍ର ୨ଜଣ ଥିବା ବେଳେ ବାକି ସମସ୍ତ ଆକ୍ରାନ୍ତ ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏଥିରେ ସଦର ବ୍ଲକର ୧୨ ଜଣ, ରେମୁଣା ବ୍ଲକର ୪୬ ଜଣ, ବାହାନଗା ବ୍ଲକରୁ ୮୪ ଜଣ, ଖଇରା ବ୍ଲକରୁ ୭୬ ଜଣ, ବାଲିଆପାଳ ବ୍ଲକରୁ ୭୧ ଜଣ, ଔପଦା ବ୍ଲକରୁ ୬ ଜଣ, ଜଳେଶ୍ୱର ଓ ସୋର ବ୍ଲକରୁ ୨ଜଣ ଲେଖାଏଁ ବ୍ୟକ୍ତିଙ୍କୁ ନୂଆ ସଂକ୍ରମିତ ଭାବେ ଚିହ୍ନଟ ହୋଇଛନ୍ତିି । ଚିହ୍ନଟ ସମସ୍ତ ସଂକ୍ରମିତ ସ୍ଥାନୀୟ ଓ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ସୁଦ୍ଧା ବାଲେଶ୍ୱର ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬ ହଜାର ୫୦୩ ଛୁଇଁଥିବା ବେଳେ ଏ ପର୍ଯ୍ୟନ୍ତ ୧୪ ହଜାର ୪୪୬ ଜଣ ସୁସ୍ଥ ହୋଇଛନ୍ତି । ଗତ ୨୪ଘଣ୍ଟା ମଧ୍ୟରେ ଜିଲାରେ ୧୫୪ ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ଏବେ ବି ୧୯୫୨ ଜଣ କୋଭିଡ ହସପିଟାଲ, ଅସ୍ଥାୟୀ ଯତ୍ନ କେନ୍ଦ୍ର ଅବା ଘରେ ସଂଗରୋଧରେ ରହି ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।