ଆଜି ବାଲେଶ୍ୱରରେ ୧୫୮ କରୋନା ସଂକ୍ରମିତ ଚିହ୍ନଟ
ବାଲେଶ୍ୱର : ମହାମାରୀ କରୋନା ସ୍ଥିତି ଅସମ୍ଭାଳ। କିଛିଦିନର ବ୍ୟବଧାନ ପରେ ପୁଣି ନିଜର ଉଗ୍ର ରୂପ ଦେଖାଇଛି କରୋନା। ରାଜ୍ୟ, ଦେଶ ତଥା ବିଦେଶରେ କରୋନାର ଦ୍ଵିତୀୟ ଲହରୀ ଆତଙ୍କ ଖେଲାଇଛି । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲାରେ ସୋମବାର କରୋନା ଏକ ଲମ୍ବ ଡିଆଁ ମାରିଛି । ବାଲେଶ୍ୱରରେ କିଛିଦିନ ହେବ ଦୈନିକ କରୋନା ସଂକ୍ରମିତ ସଂଖା ଦୁଇ ଅଙ୍କ ଛୁଉଁ ନଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୧୫୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ଏକ ଚିନ୍ତାର କାରଣ । ସେପଟେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧିକୁ ଦୃଷ୍ଟିରେ ରଖ୍ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଥିବା ୨୫ ସଜ୍ଜା ବିଶିଷ୍ଟ କୋଭିତ୍ ହସପିଟାଲକୁ ୧୦୦ ବେଡ୍ ବିଶିଷ୍ଟ କରାଯାଉଛି । ଆବଶ୍ୟକ ପଡିଲେ କୁରୁଡ଼ା ଠାରେ ଥିବା ଜ୍ୟୋତି ହସପିଟାଲକୁ ପୁଣିଥରେ କୋଭିଡ୍ ହସପିଟାଲ କରାଯିବ ବୋଲି ଜିଲା ମୁଖ୍ୟଚିକିତ୍ସାଧିକାରୀ ଡା. ଦୁଲାଲସେନ ଜଗଦେବ ପ୍ରକାଶ କରିଛନ୍ତି ।
ସୂଚନା ଯେ,ଏବେ ଅଧୁକ ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ଏହାର କାରଣ ପ୍ରବାସୀ ଓଡିଆ ଏବଂ ଲୋକଙ୍କ ଖାମଖିଆଲି ମନୋଭାବ ହୋଇଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଜିଲ୍ଲାର ସୀମାବର୍ତ୍ତୀ ଅଂଚଳରେ କଟକଣା ଜାରି କରାଯିବା ନେଇ ଖୁବ ଶିଘ୍ର ନିଷ୍ପତ୍ତି ନିଆଯିବ । ଯାଞ୍ଚ କଡାକଡି କରାଯିବା ସହିତ ଆରଟିପିସିଆର ନେଗେଟିଭ ରିପୋର୍ଟ ଦେଖାଇଲେ ଯାଇ ଜିଲ୍ଲା ଭିତରକୁ ପ୍ରବେଶ ଅନୁମତି ଦିଆଯିବ । ସେହିପରି ଟ୍ରେନରେ ବାହାର ରାଜ୍ୟରୁ ଆସୁଥିବା ଯାତ୍ରୀମାନଙ୍କୁ ଷ୍ଟେସନରେ ଥର୍ମାଲ ଷ୍ଟ୍ରିମିଂ କରାଯିବା ସହିତ ସହରର ବଜାରରେ ଜନସାଧାରଣଙ୍କୁ ସଚେତନ କରାଯିବା ସହିତ କୋଭିଡ଼ ନିୟକ ଉଲଂଘନକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୋଲି ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ କହିଛନ୍ତି ।