ଶୀତ ଅଧିବେସନରୁ ଟିଏମସି ସାଂସଦ ଡେରେକ ଔ ବ୍ରାୟନ ନିଲମ୍ବିତ
ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସର ରାଜ୍ୟସଭା ସାଂସଦ ଡେରେକ ଔ ବ୍ରାୟନଙ୍କୁ ସମ୍ପୂର୍ଣ୍ଣ ଶୀତକାଳୀନ ଅଧିବେସନରୁ ନିଲମ୍ବିତ କରାଯାଇଛି। ଭୋଟର ପରିଚୟ ପତ୍ର ସହ ଆଧାର କାର୍ଡ ଲିଙ୍କ କରାଇବା ବିଧେୟକକୁ ନେଇ ଚର୍ଚ୍ଚା ହେଉଥିବା ସମୟରେ ଡେରେନ ରୁଲ ବୁକ୍ ଚେୟାର ଆଡ଼କୁ ଫିଙ୍ଗିବା କାରଣରୁ ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେହି ସମୟରେ ଏନେଇ ଭୂପେନ୍ଦ୍ର ଯାବଦ ଓ ପୀୟୁଷ ଗୋୟେଲ ଆପତ୍ତି ଦର୍ଶାଇଥିଲେ।
ସଂସଦୀୟ ଶ୍ରମ ରାଜ୍ୟମନ୍ତ୍ରୀ ବୀ. ମୂରଲୀଧରନ ଶୀତକାଳୀନ ଅଧିବେସନରୁ ଡେରେକ ଔ ବ୍ରାୟନଙ୍କୁ ବହିଷ୍କୃତ କରିବା ପାଇଁ ପ୍ରସ୍ତାବ ଆଗତ କରିଥିଲେ। ଆଉ ଏହାକୁ ବହୁମତରେ ପାରିତ କରାଯାଇଥିଲା।