ଟିଟିଲାଗଡ ପାଲଟିଲା ତତଲାଗଡ଼
୪୨ ଡିଗ୍ରୀ ତାପମାତ୍ରା ସହ ରାଜ୍ୟର ସବୁଠାରୁ ଉତପ୍ତ ସହର
ଭୁବନେଶ୍ୱର : କାଳବୈଶାଖୀ ପ୍ରଭାବରେ ରାଜ୍ୟର ଉପକୂଳବର୍ତୀ ଜିଲ୍ଲାଗୁଡ଼ିକରେ ଗ୍ରୀଷ୍ମ ପ୍ରବାହ କମ୍ ରହିଥିବା ବେଳେ ପଶ୍ଚିମ ଓଡ଼ିଶାରେ କିନ୍ତୁ ପ୍ରବଳ ତାତି ରହିଛି । ଗୁରୁବାର ଦିନ ଟିଟଲାଗଡ଼ ସହର ୪୨ ଡିଗ୍ରୀ ତାପମାତ୍ରା ସହ ରାଜ୍ୟର ସବୁଠାରୁ ଉତପ୍ତ ସହର ପାଲଟିଥିଲା । ଟିଟିଲାଗଡ ସମେତ ରାଜ୍ୟର ମୋଟ ୯ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରେକର୍ଡ ହୋଇଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ବଲାଙ୍ଗୀର ରେ ୪୧.୫ଡିଗ୍ରୀ ତାପମାତ୍ର ରେକର୍ଡ ହୋଇଥିବା ବେଳେ ବୌଦ୍ଧରେ ୪୧.୦, ସୋନପୁର ୪୦.୮ ,ରାୟଗଡ଼ା ୪୦.୬, ଭବାନୀପାଟଣା ୪୦.୫, ତାଳଚେର ୪୦.୧, ମାଲକାନଗିରି ୪୦.୦, ଝାରସୁଗୁଡ଼ା ୪୦.୦ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ବାଲେଶ୍ୱର ୩୨.୬, ଚାନ୍ଦବାଲି ୩୪.୮ , ପାରାଦୀପ ୩୧.୭, ଗୋପାଳପୁର ୩୨.୦, ପୁରୀ ୩୨.୬ , ଅନୁଗୁଳ ୩୯.୭ , ବାରିପଦା ୩୮.୨, କେନ୍ଦୁଝର ୩୭.୮, ଦାରିଙ୍ଗିବାଡ଼ି ୩୪.୫ ,ନୟାଗଡ଼ ୩୮.୦, ଛତ୍ରପୁର ୩୩.୮, ପାରଳାଖେମୁଣ୍ଡି ୩୬.୦, ସମ୍ବଲପୁର ୩୯.୯ ସୁନ୍ଦରଗଡ଼ ୩୯.୦ , ହୀରାକୁଦ ୩୯.୬, କୋରାପୁଟ ୩୭.୦ ଡିଗ୍ରୀ ସେଲସିୟସ ରହିଛି । ଅନ୍ୟପକ୍ଷରେ ଆଜି ଭୁବନେଶ୍ୱରର ତାପମାତ୍ରା ୩୬.୨ ଡିଗ୍ରୀ ରହିଥିବା ବେଳେ ଓ କଟକରେ ୩୪.୮ ଡିଗ୍ରୀ ସେଲସିୟସ ରହିଛି ।