ବିଶ୍ୱରେ ଆଉ ୪,୩,୪୮୫ ସଂକ୍ରମିତ ଓ ୭,୩୯୩ ମୃତ
- ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୩କୋଟି ୬୫ଲକ୍ଷ ୬୩ହଜାର ୮୮୭ ଓ ମୃତ୍ୟୁ ସଂଖ୍ୟା ୪୮ଲକ୍ଷ ୩୦ହଜାର ୫୭୭କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଅସିପାରୁ ନାହିଁ । ସେଥିପାଇଁ ବିଶ୍ୱବାସୀଙ୍କର ଚିନ୍ତା ବଢ଼ିଯାଉଛି । ଏହାରି ମଧ୍ୟରେ ବୁଧବାର ଗତ ୨୪ ଘଣ୍ଟା ମଧ୍ୟରେ ୪ଲକ୍ଷ ୩ହଜାର ୪୮୫ ଜଣ ସଂକ୍ରମିତ ହୋଇଥିବା ବେଳେ ୭ହଜାର ୩୯୩ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୩କୋଟି ୬୫ଲକ୍ଷ ୬୩ହଜାର ୮୮୭ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୮ଲକ୍ଷ ୩୦ହଜାର ୫୭୭ ଜଣକୁ ବୃଦ୍ଧି ପାଇଛି । ସେହିପରି ୨୧କୋଟି ୩୬ଲକ୍ଷ ୮୧ହଜାର ୧୯୨ ଜଣ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧କୋଟି ୮୦ଲକ୍ଷ ୫୨ହଜାର ୧୧୮ଜଣ ଲୋକ ସକ୍ରିୟ ଅଛନ୍ତି ।
ସୂଚନା ଯେ, ବ୍ରାଜିଲରେ ୨କୋଟି ୧୪ ଲକ୍ଷ ୯୯ହଜାର ୭୪ ସଂକ୍ରମିତ ଓ ୫ଲକ୍ଷ ୯୮ ହଜାର ୮୭୧ମୃତ, ୟୁକେରେ ୭୯ ଲକ୍ଷ ୬୭ ହଜାର ୯୮୫ ସଂକ୍ରମିତ ଓ ୧ ଲକ୍ଷ ୩୭ ହଜାର ୧୫୨ ମୃତ, ଋଷିଆରେ ୭୬ ଲକ୍ଷ ୩୭ ହଜାର ୪୨୭ ସଂକ୍ରମିତ ଓ ୨ଲକ୍ଷ ୧୧ ହଜାର ୬୯୬ ମୃତ, ତୁର୍କୀରେ ୭୨ ଲକ୍ଷ ୯୬ହଜାର ୮୭୯ ସଂକ୍ରମିତ ଓ ୬୫ ହଜାର ୧୩୭ ମୃତ, ଫ୍ରାନ୍ସରେ ୭୦ ଲକ୍ଷ ୩୩ ହଜାର ୭୫୫ ସଂକ୍ରମିତ ଓ ୧ ଲକ୍ଷ ୧୬ ହଜାର ୯୨୩ ମୃତ, ଇରାନରେ ୫୬ ଲକ୍ଷ ୫୧ ହଜାର ୯୬୧ ସଂକ୍ରମିତ ଓ ୧ ଲକ୍ଷ ୨୧ ହଜାର ୫୬୩ମୃତ, ଆର୍ଜେଣ୍ଟିନାରେ ୫୨ ଲକ୍ଷ ୬୧ହଜାର ୯୩୫ ସଂକ୍ରମିତ ଓ ୧ ଲକ୍ଷ ୧୫ ହଜାର ୩୨୩ ମୃତ, ସ୍ପେନରେ ୪୯ ଲକ୍ଷ ୬୭ ହଜାର ୨୦୦ ସଂକ୍ରମିତ ଓ ୮୬ ହଜାର ୬୨୧ମୃତ, କଲୋମ୍ବିଆରେ ୪୯ ଲକ୍ଷ ୬୪ ହଜାର ୪୫୪ ସଂକ୍ରମିତ ଓ ୧ ଲକ୍ଷ ୨୬ ହଜାର ୪୫୫ମୃତ ରହିଛନ୍ତି ।