ବିଶ୍ୱରେ ଆଉ ୪,୪୯,୭୩୬ ସଂକ୍ରମିତ ଓ ୭,୨୯୫
- ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧କୋଟି ୬୭ଲକ୍ଷ ୨ହଜାର ୬୭୦ ଓ ମୃତ୍ୟୁ ସଂଖ୍ୟା ୪୫ଲକ୍ଷ ୬ହଜାର ୬୫୪କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଅସିପାରୁ ନାହିଁ । ସଂକ୍ରମଣ ଆମେରିକା ଓ ଭାରତ ପରେ ୩ୟ ରାଷ୍ଟ୍ର ଭାବେ ବ୍ରାଜିଲରେ କାୟା ବିସ୍ତାର କରିଛି । ସେଥିପାଇଁ ବିଶ୍ୱବାସୀଙ୍କର ଚିନ୍ତା ବଢ଼ିଯାଉଛି । ଏହାରି ମଧ୍ୟରେ ସୋମବାର ଗତ ୨୪ ଘଣ୍ଟା ମଧ୍ୟରେ ୪ଲକ୍ଷ ୪୯ହଜାର ୭୩୬ ଜଣ ସଂକ୍ରମିତ ହୋଇଥିବାବେଳେ ୭ହଜାର ୨୯୫ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧କୋଟି ୭୧ଲକ୍ଷ ୭୪ହଜାର ୭୧୮ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୫ଲକ୍ଷ ୧୪ହଜାର ୧୯୮ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୯କୋଟି ୪୦ଲକ୍ଷ ୬୨ହଜାର ୩୪୯ ଜଣ ସୁସ୍ଥ ହୋଇ ଥିବାବେଳେ ୧କୋଟି ୮୫ଲକ୍ଷ ୯୮ହଜାର ୧୭୧ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ମୋଟ ୩କୋଟି ୯୬ଲକ୍ଷ ୬୪ହଜାର ୮୧୪ ସଂକ୍ରମିତ ଓ ୬ଲକ୍ଷ ୫୪ହଜାର ୬୮୯ ଜଣ ମୃତ ଥିବାବେଳେ ବ୍ରାଜିଲରେ ୨କୋଟି ୭ ଲକ୍ଷ ୪୧ହଜାର ୮୧୫ ସଂକ୍ରମିତ ଓ ୫ଲକ୍ଷ ୭୯ ହଜାର ୩୩୦ମୃତ, ଋଷିଆରେ ୬୮ ଲକ୍ଷ ୮୨ ହଜାର ୮୨୭ ସଂକ୍ରମିତ ଓ ୧ଲକ୍ଷ ୮୧ ହଜାର ୬୩୭ ମୃତ, ଫ୍ରାନ୍ସରେ ୬୭ ଲକ୍ଷ ୪୨ ହଜାର ୪୮୮ ସଂକ୍ରମିତ ଓ ୧ ଲକ୍ଷ ୧୪ ହଜାର ୨୧୦ ମୃତ, ୟୁକେରେ ୬୭ ଲକ୍ଷ ୩୧ ହଜାର ୪୨୩ ସଂକ୍ରମିତ ଓ ୧ ଲକ୍ଷ ୩୨ ହଜାର ୪୩୭ ମୃତ, ତୁର୍କୀରେ ୬୩ ଲକ୍ଷ ୪୬ହଜାର ୮୮୧ ସଂକ୍ରମିତ ଓ ୫୬ ହଜାର ୨୧୩ ମୃତ, ଆର୍ଜେଣ୍ଟିନାରେ ୫୧ ଲକ୍ଷ ୭୩ ହଜାର ୫୩୧ ସଂକ୍ରମିତ ଓ ୧ ଲକ୍ଷ ୧୧ ହଜାର ୩୮୩ମୃତ, ଇରାନରେ ୪୯ ଲକ୍ଷ ୨୬ ହଜାର ୯୪୬ ସଂକ୍ରମିତ ଓ ୧ ଲକ୍ଷ ୬ ହଜାର ୪୮୨ମୃତ, କଲୋମ୍ବିଆରେ ୪୯ ଲକ୍ଷ ୫ ହଜାର ୨୫୮ ସଂକ୍ରମିତ ଓ ୧ ଲକ୍ଷ ୨୪ ହଜାର ୮୧୧ମୃତ, ସ୍ପେନରେ ୪୮ ଲକ୍ଷ ୩୧ ହଜାର ୮୦୯ ସଂକ୍ରମିତ ଓ ୮୪ ହଜାର ମୃତ ରହିଛନ୍ତି ।