ବିଶ୍ୱରେ ଆଉ ୬,୮୪,୪୦୮ ସଂକ୍ରମିତ ଓ ୧୦,୨୩୬
- ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦କୋଟି ୬୧ଲକ୍ଷ ୫୬ହଜାର ୭ ଓ ମୃତ୍ୟୁ ସଂଖ୍ୟା ୪୩ଲକ୍ଷ ୪୬ହଜାର ୬୭୩କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଅସିପାରୁ ନାହିଁ । ସଂକ୍ରମଣ ଆମେରିକା ଓ ଭାରତ ପରେ ୩ୟ ରାଷ୍ଟ୍ର ଭାବେ ବ୍ରାଜିଲରେ କାୟା ବିସ୍ତାର କରିଛି । ସେଥିପାଇଁ ବିଶ୍ୱବାସୀଙ୍କର ଚିନ୍ତା ବଢ଼ିଯାଉଛି । ଏହାରି ମଧ୍ୟରେ ଶନିବାର ଗତ ୨୪ ଘଣ୍ଟା ମଧ୍ୟରେ ୬ଲକ୍ଷ ୮୪ହଜାର ୪୦୮ ଜଣ ସଂକ୍ରମିତ ହୋଇଥିବାବେଳେ ୧୦ହଜାର ୨୩୬ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦କୋଟି ୬୧ଲକ୍ଷ ୫୬ହଜାର ୭ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୩ଲକ୍ଷ ୪୬ହଜାର ୬୭୩ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୮କୋଟି ୫୦ଲକ୍ଷ ୩୪ହଜାର ୮୦୩ ଜଣ ସୁସ୍ଥ ହୋଇ ଥିବାବେଳେ ୧କୋଟି ୬୭ଲକ୍ଷ ୭୪ହଜାର ୫୩୧ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ମୋଟ ୩କୋଟି ୭୧ଲକ୍ଷ ୮୨ହଜାର ୨୩୦ ସଂକ୍ରମିତ ଓ ୬ଲକ୍ଷ ୩୫ହଜାର୯୩୮ ଜଣ ମୃତ ଥିବାବେଳେ ବ୍ରାଜିଲରେ ୨କୋଟି ୨ ଲକ୍ଷ ୮୫ହଜାର ୬୭ ସଂକ୍ରମିତ ଓ ୫ଲକ୍ଷ ୬୬ ହଜାର ୯୮୮ମୃତ, ଋଷିଆରେ ୬୫ ଲକ୍ଷ ୩୪ ହଜାର ୭୯୧ ସଂକ୍ରମିତ ଓ ୧ଲକ୍ଷ ୬୮ ହଜାର ୪୯ ମୃତ, ଫ୍ରାନ୍ସରେ ୬୩ ଲକ୍ଷ ୯୮ ହଜାର ୯୮୩ ସଂକ୍ରମିତ ଓ ୧ ଲକ୍ଷ ୧୨ ହଜାର ୪୮୭ ମୃତ, ୟୁକେରେ ୬୧ ଲକ୍ଷ ୭୯ ହଜାର ୫୦୬ ସଂକ୍ରମିତ ଓ ୧ ଲକ୍ଷ ୩୦ ହଜାର ୭୦୧ ମୃତ, ତୁର୍କୀରେ ୬୦ ଲକ୍ଷ ୧୮ ହଜାର ୪୮୫ ସଂକ୍ରମିତ ଓ ୫୨ ହଜାର ୭୦୩ ମୃତ, ଆର୍ଜେଣ୍ଟିନାରେ ୫୦ ଲକ୍ଷ ୬୬ ହଜାର ୨୫୩ ସଂକ୍ରମିତ ଓ ୧ ଲକ୍ଷ ୮ ହଜାର ୫୬୯ମୃତ, କଲୋମ୍ବିଆରେ ୪୮ ଲକ୍ଷ ୫୬ ହଜାର ୫୯୫ ସଂକ୍ରମିତ ଓ ୧ ଲକ୍ଷ ୨୩ ହଜାର ୯୭ମୃତ, ସ୍ପେନରେ ୪୬ ଲକ୍ଷ ୭୭ ହଜାର ୮୮୩ ସଂକ୍ରମିତ ଓ ୮୨ ହଜାର ୪୦୭ ମୃତ, ଇଟାଲିରେ ୪୪ ଲକ୍ଷ ୨୦ ହଜାର ୪୨୯ ସଂକ୍ରମିତ ଓ ୧ଲକ୍ଷ ୨୮ ହଜାର ୩୩୪ମୃତ ରହିଛନ୍ତି।