ବିଶ୍ୱରେ ଆଉ ୬,୮୯,୨୭୮ ସଂକ୍ରମିତ ଓ ୧୦,୧୯୭ ମୃତ
- ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦କୋଟି ୧୬ଲକ୍ଷ ୩୦ହଜାର ୯୨୭ ଓ ମୃତ୍ୟୁ ସଂଖ୍ୟା ୪୨ଲକ୍ଷ ୭୯ହଜାର ୨୬୪କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଅସିପାରୁ ନାହିଁ । ଆମେରିକା, ଭାରତ, ବ୍ରାଜିଲ, ରୁଷିଆ, ଫ୍ରାନ୍ସ, କାନାଡା, ଜର୍ମାନୀ, ଫ୍ରାନ୍ସ ଆଦି ଦେଶରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସେଥିପାଇଁ ବିଶ୍ୱବାସୀଙ୍କର ଚିନ୍ତା ବଢ଼ିଯାଉଛି । ଏହାରି ମଧ୍ୟରେ ଶୁକ୍ରବାର ଗତ ୨୪ ଘଣ୍ଟା ମଧ୍ୟରେ ୬ଲକ୍ଷ ୮୯ହଜାର ୨୭୮ ଜଣ ସଂକ୍ରମିତ ହୋଇଥିବାବେଳେ ୧୦ହଜାର ୧୯୭ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦କୋଟି ୧୬ଲକ୍ଷ ୩୦ହଜାର ୯୨୭ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୨ଲକ୍ଷ ୭୯ହଜାର ୨୬୪ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୮କୋଟି ୧୪ଲକ୍ଷ ୧୨ହଜାର ୮୨୦ ଜଣ ସୁସ୍ଥ ହୋଇ ଥିବାବେଳେ ୧କୋଟି ୫୯ଲକ୍ଷ ୩୮ହଜାର ୮୬୧ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୬୨ଲକ୍ଷ ୯୭ହଜାର ୬୭୮ ସଂକ୍ରମିତ ଓ ୬ଲକ୍ଷ ୩୧ହଜାର ୮୬୦ ଜଣ ମୃତ ଥିବାବେଳେ ବ୍ରାଜିଲରେ ୨କୋଟି ୬୬ହଜାର ୫୮୭ ସଂକ୍ରମିତ ଓ ୫ଲକ୍ଷ ୬୦ ହଜାର ୮୦୧ମୃତ, ଋଷିଆରେ ୬୩ ଲକ୍ଷ ୭୯ ହଜାର ୯୦୪ ସଂକ୍ରମିତ ଓ ୧ଲକ୍ଷ ୬୨ ହଜାର ୫୦୯ ମୃତ, ଫ୍ରାନ୍ସରେ ୬୨ ଲକ୍ଷ ୩୩ ହଜାର ୮୭୬ ସଂକ୍ରମିତ ଓ ୧ ଲକ୍ଷ ୧୨ ହଜାର ୯୮ ମୃତ, ୟୁକେରେ ୫୯ ଲକ୍ଷ ୮୨ ହଜାର ୫୮୧ ସଂକ୍ରମିତ ଓ ୧ ଲକ୍ଷ ୩୦ ହଜାର ୨୧୫ମୃତ, ତୁର୍କୀରେ ୫୮ ଲକ୍ଷ ୪୬ ହଜାର ୭୮୪ ସଂକ୍ରମିତ ଓ ୫୧ ହଜାର ୮୭୫ ମୃତ, ଆର୍ଜେଣ୍ଟିନାରେ ୪୯ ଲକ୍ଷ ୮୯ ହଜାର ୪୦୨ ସଂକ୍ରମିତ ଓ ୧ ଲକ୍ଷ ୭ ହଜାର ୨୩ମୃତ, କଲୋମ୍ବିଆରେ ୪୮ ଲକ୍ଷ ୨୧ ହଜାର ୬୦୩ ସଂକ୍ରମିତ ଓ ୧ ଲକ୍ଷ ୨୧ ହଜାର ୮୯୯ମୃତ, ସ୍ପେନରେ ୪୫ ଲକ୍ଷ ୬୬ ହଜାର ୫୭୧ ସଂକ୍ରମିତ ଓ ୮୧ ହଜାର ୯୩୧ ମୃତ, ଇଟାଲିରେ ୪୩ ଲକ୍ଷ ୭୭ ହଜାର ୧୮୮ ସଂକ୍ରମିତ ଓ ୧ଲକ୍ଷ ୨୮ ହଜାର ୧୬୩ମୃତ ରହିଛନ୍ତି ।