ବିଶ୍ୱରେ କାୟା ମେଲାଉଛି ମହାମାରୀ କରୋନା
- ସଂକ୍ରମିତଙ୍କ ସଂଖ୍ୟା ୧୩କୋଟି ୯୬ଲକ୍ଷ ୫୮ହଜାର ୫୯୫ ଓ ମୃତ୍ୟୁ ସଂଖ୍ୟା ୨୯ଲକ୍ଷ ୯୮ହଜାର ୭୪୩କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱର ୨୧୯ ଦେଶର କାୟା ମେଲାଉଛି ମହାମାରୀ କରୋନା । ଏହାରି ମଧ୍ୟରେ ବିଦେଶୀ ରାଷ୍ଟ୍ର ଗୁଡିକରେ ପୁଣି କରୋନା ସଂକ୍ରମଣ ବଢ଼ିଚାଲିଛି । କରୋନା ଭାଇରସର ଅନ୍ୟ ଏକ ଷ୍ଟ୍ରେନ ଦେଖାଯିବା ପରେ ଭାରତ, ଇଂଲଣ୍ଡ, ଫ୍ରାନ୍ସ, ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ନାଇଜେରିଆ ସମେତ ବିଶ୍ୱବାସୀ ଚିନ୍ତା ପ୍ରକଟ କରିଛନ୍ତି । ଶୁକ୍ରବାର ସୁଦ୍ଧା ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୯ଲକ୍ଷ ୯୮ହଜାର ୭୪୩ଜଣ ଓ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩କୋଟି ୯୬ଲକ୍ଷ ୫୮ହଜାର ୫୯୫କୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୧କୋଟି ୮୭ଲକ୍ଷ ୪୭ହଜାର ୬୯୪ ସୁସ୍ଥ ହୋଇ ଥିବାବେଳେ ୧କୋଟି ୭ ଲକ୍ଷ ୧୨ହଜାର ୧୫୮ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୨୨ଲକ୍ଷ ୨୧ହଜାର ୫୮୦ ସଂକ୍ରମିତ ଓ ୫ଲକ୍ଷ ୭୮ହଜାର ୯୭୬ ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୩୭ଲକ୍ଷ ୫୮ହଜାର ୯୩ସଂକ୍ରମିତ ଓ ୩ଲକ୍ଷ ୬୫ହଜାର ୯୫୪ମୃତ, ଫ୍ରାନ୍ସରେ ୫୧ ଲକ୍ଷ ୮୭ ହଜାର ୮୫୯ ସଂକ୍ରମିତ ଓ ୧ ଲକ୍ଷ ୭୩ ମୃତ, ଋଷିଆରେ ୪୬ ଲକ୍ଷ ୭୫ ହଜାର ୧୫୩ ସଂକ୍ରମିତ ଓ ୧ଲକ୍ଷ ୪ ହଜାର ୩୯୮ ଜଣ ମୃତ, ୟୁକେରେ ୪୩ ଲକ୍ଷ ୮୦ ହଜାର ୯୭୬ ସଂକ୍ରମିତ ଓ ୧ ଲକ୍ଷ ୨୭ ହଜାର ୧୯୧ ମୃତ, ତୁର୍କୀରେ ୪୦ ଲକ୍ଷ ୮୬ ହଜାର ୯୫୭ ସଂକ୍ରମିତ ଓ ୩୫ ହଜାର ୩୧ ମୃତ, ଇଟାଲିରେ ୩୮ ଲକ୍ଷ ୨୬ ହଜାର ୧୫୬ ସଂକ୍ରମିତ ଓ ୧ଲକ୍ଷ ୧୫ ହଜାର ୯୩୭ମୃତ, ସ୍ପେନରେ ୩୩ ଲକ୍ଷ ୯୬ ହଜାର ୬୮୫ ସଂକ୍ରମିତ ଓ ୭୬ ହଜାର ୮୮୨ ମୃତ, ଜର୍ମାନୀରେ ୩୦ ଲକ୍ଷ ୯୫ ହଜାର ୧୬ ସଂକ୍ରମିତ ଓ ୮୦ ହଜାର ୧୪୧ମୃତ, ପୋଲାଣ୍ଡରେ ୨୬ ଲକ୍ଷ ୪୨ ହଜାର ୨୪୨ ସଂକ୍ରମିତ ଓ ୬୦ ହଜାର ୬୧୨ ମୃତ ରହିଛନ୍ତି ।